ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହେଲେ ଲୋକପ୍ରିୟ ବଲିଉଡ଼ ସିଙ୍ଗର ଅଲକା ୟାଗ୍ନିକ୍

ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହେଲେ ଲୋକପ୍ରିୟ ବଲିଉଡ଼ ସିଙ୍ଗର ଅଲକା ୟାଗ୍ନିକ୍

ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହେଲେ ଲୋକପ୍ରିୟ ବଲିଉଡ଼ ସିଙ୍ଗର ଅଲକା ୟାଗ୍ନିକ୍ । ଗତକାଲି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହାତରୁ ପଦ୍ମ ପୁରସ୍କାର ଗ୍ରହଣ କରିଥିଲେ ଅଲକା ୟାଗ୍ନିକ୍ । ଏହି ସମ୍ମାନରେ ସମ୍ମାନିତ ହେବା ପରେ ଅଲକା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ କୃତଜ୍ଞତା ପ୍ରକାଶ କରି ଏକ ପୋଷ୍ଟ ସେୟାର କରିଥିଲେ । ଏଥିସହ ତାଙ୍କ ସ୍ବାସ୍ଥ୍ୟ ସମସ୍ୟା ବିଷୟରେ ମଧ୍ୟ କହିଥିଲେ । ଯାହା ତାଙ୍କ ଫ୍ୟାନ୍ସଙ୍କ ଚିନ୍ତାକୁ ବଢାଇଦେଇଥିଲା ।

ଅଲକା ସୋସିଆଲ ମିଡିଆରେ ଏକ ଭାବପ୍ରବଣ ନୋଟ୍ ସେୟାର କରି ଲେଖିଛନ୍ତି ଯେ, ଗତ ଦୁଇ ବର୍ଷ ଧରି ମୁଁ ଲାଇମଲାଇଟ୍ ଏବଂ ପବ୍ଲିକ୍ ଆପିଅରାନ୍ସଠାରୁ ଦୂରେଇ ରହୁଛି ଏବଂ ମୋ ଜୀବନ ଯାତ୍ରା ସମ୍ପର୍କରେ ମଧ୍ୟ ମୁଁ ଅଧିକ କିଛି କହିନାହିଁ । ମୁଁ ସ୍ବାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛି ବୋଲି ଆପଣଙ୍କ ମଧ୍ୟରୁ ଅନେକ ଲୋକ ଜାଣିଛନ୍ତି । ଏହି ସମୟରେ ଆପଣମାନଙ୍କ ଭଲପାଇବା, ପ୍ରାର୍ଥନା, ବାର୍ତ୍ତା ଏବଂ ଅଟଳ ସମର୍ଥନ ମୋର ପ୍ରତ୍ୟେକଟି ପଦକ୍ଷେପରେ ଥିଲା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ମୁଁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ମଧ୍ୟରୁ ଗୋଟିଏ । ପ୍ରତିଷ୍ଠିତ ପଦ୍ମଭୂଷଣ ଗ୍ରହଣ କରିବାକୁ ଆଗକୁ ବଢିଲି, ମୋର ହୃଦୟ କୃତଜ୍ଞତାରେ ପୂର୍ଣ୍ଣ ହୋଇଗଲା । ଏହି ସମ୍ମାନ ମୋତେ ବହୁତ ବିନମ୍ର ଅନୁଭବ କରାଏ । ମୁଁ ଧୀରେ ଧୀରେ ଫେରିବାର ପଥ ଖୋଜୁଛି ଏବଂ ଆଜି ଏଠାରେ ରହିବାକୁ ଚାହୁଁଛି, କେବଳ ମୋ ପାଇଁ ନୁହେଁ, ବରଂ ଏହି ଯାତ୍ରାର ଅଂଶ ହୋଇଥିବା ସମସ୍ତଙ୍କ ପାଇଁ ମଧ୍ୟ ।

ଏଥିସହ ସେ ଆହୁରି କହିଛନ୍ତି ଯେ, ଏହି ବିଶେଷ ସମ୍ମାନ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରଣାଳୟ ଏବଂ ଭାରତ ସରକାରଙ୍କୁ ମଧ୍ୟ ଆନ୍ତରିକ ଭାବରେ ଧନ୍ୟବାଦ ଜଣାଇବାକୁ ଚାହୁଁଛି । ମୁଁ ଏହାକୁ ବିନମ୍ରତାର ସହ ଗ୍ରହଣ କରୁଛି । ବର୍ଷ ବର୍ଷ ଧରି ମୋ ଉପରେ ଆପଣଙ୍କର ପ୍ରେମ, ଦୟା, ଆଶୀର୍ବାଦ ଏବଂ ବିଶ୍ୱାସ ପାଇଁ ଧନ୍ୟବାଦ। ମୁଁ ଏହି ସବୁ ଜିନିଷକୁ ଆଦର କରେ। ଆଜି, ମୁଁ କେବଳ ପୁରସ୍କାର ପାଇନାହିଁବରଂ ମୋ ଯାତ୍ରାର ଅଂଶ ହୋଇଥିବା ଲକ୍ଷ ଲକ୍ଷ ଲୋକଙ୍କ ପ୍ରେମକୁ ମଧ୍ୟ ଅନୁଭବ କରିଛି ।

ଯଦି ତାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ କୁହାଯାଏ ତେବେ ସେ ୨୦୨୪ ମସିହାରେ ଏକ ଭାଇରସ୍ ସଂକ୍ରମଣ ଯୋଗୁଁ ସେନ୍ସରି ସ୍ନାୟୁ ହିଅରିଂ ଲସ୍ ନାମକ ଏକ ବିରଳ ରୋଗରେ ପୀଡିତ ବୋଲି କହିଥିଲେ । ଯାହା ତାଙ୍କୁ ଲାଇମଲାଇଟରୁ ଦୂରେଇ ଯିବାକୁ ବାଧ୍ୟ କରିଥିଲା । ଇମତିଆଜ୍ ଅଲ୍ଲୀଙ୍କ ଅମର ସିଂ ଚମକିଲା ଫିଲ୍ମରେ ଶେଷ ଥର ପାଇଁ ଅଲକାଙ୍କ କଣ୍ଠ ସ୍ବର ଶୁଣିବାକୁ ମିଳିଥିଲା

Posted in ଦେଶ ବିଦେଶ, ମନୋରଞ୍ଜନ.