ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ,ରାଜ୍ୟରେ ସାମାଜିକ ନ୍ୟାୟ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ,ରାଜ୍ୟରେ ସାମାଜିକ ନ୍ୟାୟ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ । ଲୋକସେବା ଭବନରେ ସୌଜନ୍ୟମୂଳକ ସାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ । ରାଜ୍ୟରେ ସାମାଜିକ ନ୍ୟାୟ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବ କହିଲେ ସିଏମ । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ବୟକୁ ଆହୁରି ସୁଦୃଢ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି।

କେନ୍ଦ୍ର ସରକାର ଓ ଓଡ଼ିଶା ସରକାର ମଧ୍ୟରେ ସମନ୍ୱୟକୁ ଆହୁରି ମଜବୁତ କରିବା ସହ ରାଜ୍ୟରେ ସାମାଜିକ ନ୍ୟାୟ ଏବଂ କଲ୍ୟାଣମୂଳକ ଯୋଜନାଗୁଡ଼ିକର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱାରୋପ କରାଯାଇଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଜ୍ୟମନ୍ତ୍ରୀ ବୁଧବାର ଲୋକସେବା ଭବନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତକାର ସମୟରେ ଉଭୟ ନେତା ରାଜ୍ୟରେ ସାମାଜିକ ନ୍ୟାୟ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ ଏବଂ ଦିବ୍ୟାଙ୍ଗଜନଙ୍କ କଲ୍ୟାଣ ସମ୍ପର୍କିତ ଯୋଜନା ଉପରେ ଆଲୋଚନା କରିଥିଲେ ।

Posted in ରାଜ୍ୟ.