ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ପ୍ରହ୍ଲାଦ ଯୋଶୀଙ୍କୁ ଶିକ୍ଷାମନ୍ତ୍ରାଳୟ ଦାୟିତ୍ୱ ପ୍ରଦାନ

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ପ୍ରହ୍ଲାଦ ଯୋଶୀଙ୍କୁ ଶିକ୍ଷାମନ୍ତ୍ରାଳୟ ଦାୟିତ୍ୱ ପ୍ରଦାନ

 ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସ୍ୱୀକାର କରିଛନ୍ତି ଓ ପ୍ରହ୍ଲାଦ ଯୋଶୀଙ୍କୁ ଶିକ୍ଷାମନ୍ତ୍ରାଳୟ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି ଘଟଣାକ୍ରମ ପ୍ରଧାନମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ଇସ୍ତଫା ପ୍ରଦାନ କରିବାର କିଛି ଘଣ୍ଟା ପରେ ସାମ୍ନାକୁ ଆସିଛି। ପ୍ରହ୍ଲାଦ ଯୋଶୀ ବର୍ତ୍ତମାନ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ, ନୂତନ ଓ ନବୀକରଣୀୟ ଶକ୍ତି ମନ୍ତ୍ରୀ ଅଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶାନୁସାର ସମ୍ବିଧାନର ଅନୁଚ୍ଛେଦ ୭୫ର ଖଣ୍ଡ (୨) ପ୍ରକାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ପ୍ରଧାନଙ୍କ ଇସ୍ତଫା ତତ୍କାଳ ପ୍ରଭାବ ସ୍ୱୀକାର କରି ନିଆଯାଇଛି।

ଏହାବ୍ୟତୀତ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶାନୁସାରେ ରାଷ୍ଟ୍ରପତି କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ବର୍ତ୍ତମାନ ପୋର୍ଟଫୋଲିଓ ଅତିରିକ୍ତ ଶିକ୍ଷାମନ୍ତ୍ରାଳୟ ଦାୟିତ୍ୱ ପ୍ରଦାନ କରାଯାଇଛି। ସରକାରଙ୍କ ଦ୍ୱାରା ଜାରି ଏକ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। ପାଞ୍ଚଥର ସାଂସଦ ନିର୍ବାଚିତ ଯୋଶୀ ୨୦୨୪ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତ୍ରୀମଣ୍ଡଳକୁ ଫେରିଥିଲେ। ଯୋଶୀଙ୍କ ଜନ୍ମ ୧୯୬୨ ମସିହାରେ କର୍ଣ୍ଣାଟକର ଏକ ବ୍ରାହ୍ମଣ ପରିବାରେ ହୋଇଥିଲା। ସେ ୨୦୦୪ ମସିହାରେ ଚତୁର୍ଦ୍ଦଶ ଲୋକସଭା ପାଇଁ ନିର୍ବାଚିତ ହେବା ପରେ ଜାତୀୟ ରାଜନୀତିରେ ପାଦ ରଖିଥିଲେ।

Posted in ଦେଶ ବିଦେଶ.