ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅପଶବ୍ଦ ବ୍ୟବହାର,ହାତ ଯୋଡି ସମଗ୍ର ଦେଶବାସୀଙ୍କୁ କ୍ଷମା ମାଗିଲେ ୧୫ ବର୍ଷର ନାବାଳିକା

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅପଶବ୍ଦ ବ୍ୟବହାର,ହାତ ଯୋଡି ସମଗ୍ର ଦେଶବାସୀଙ୍କୁ କ୍ଷମା ମାଗିଲେ ୧୫ ବର୍ଷର ନାବାଳିକା

ଦିଲ୍ଲୀ ଜନ୍ତରମନ୍ତରରେ ୨୩ ଜୁଲାଇରେ ହୋଇଥିବା ପ୍ରଦର୍ଶନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅପଶବ୍ଦ ବ୍ୟବହାର କରିଥିବା ମାମଲାରେ ନୂଆ ମୋଡ଼ ଆସିଛି । ଏହି ମାମଲାରେ ନାବାଳିକାଙ୍କ କ୍ଷମା ଭିଡିଓ ସାମ୍ନାକୁ ଆସିଛି । ନାବାଳିକା ଜଣକ କହିଛନ୍ତି, ମୁଁ ମାତ୍ର ୧୫ ବର୍ଷର… ଏହା ମୋର ପ୍ରଥମ ଓ ଶେଷ ଭୁଲ୍ । ହାତ ଯୋଡି ସମଗ୍ର ଦେଶବାସୀଙ୍କୁ କ୍ଷମା ମାଗିଥିବା ନଜର ଆସିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କୁ ଅଶ୍ଳୀଳ ମନ୍ତବ୍ୟ କରିଥିବା ଝିଅ କ୍ଷମା ପ୍ରାର୍ଥନା ଭିଡିଓରେ କହିଛନ୍ତି, ଦିଲ୍ଲୀର କନୋଟ୍ ପ୍ଲେସରେ ସାଙ୍ଗ ସହିତ ବୁଲୁଥିବା ବେଳେ ଦିଲ୍ଲୀର ଜନ୍ତର ମନ୍ତରରେ ସିଜେପି (CJP) ପକ୍ଷରୁ ଆୟୋଜିତ ପ୍ରତିବାଦ ସ୍ଥଳରେ ପହଞ୍ଚିଥିଲେ । ସେ ସେଠାରେ ଥିବା ଉପସ୍ଥିତ ଲୋକଙକ ପ୍ରଭାବରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅଶ୍ଳୀଳ ଓ ଅପମାନଜନକ ମନ୍ତବ୍ୟ ଦେଇଥିଲେ । ମୁଁ ସ୍ବୀକାର କରୁଛି କି, ମୁଁ ଯାହା କିଛି, ତାହା କ୍ଷମା ଯୋଗ୍ୟ ନୁହେଁ । ଏହା ମୋର ପ୍ରଥମ ଓ ଶେଷ ଭୁଲ୍ । ଭବିଷ୍ୟତରେ ଏଭଳି ଭୁଲ୍ ଆଉ ହେବ ନାହିଁ ।

ଏକ ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୟାନର କିଛି ଘଣ୍ଟା ପରେ ଏହି ଭିଡିଓ ସାମ୍ନାକୁ ଆସିଛି । ଶୁକ୍ରବାର ଇନଷ୍ଟାଗ୍ରାମରେ କହିଛନ୍ତି, ପ୍ରଦର୍ଶନ ବେଳେ ମୋତେ ଗାଳି ଦେଇଥିବା ସମସ୍ତ ଛାତ୍ରଙ୍କୁ କ୍ଷମା କରିଦେଇଛି । ମୋତେ ଏବେ ମୋ ସ୍ବର୍ଗତ ମାଙ୍କୁ ନେଇ ବ୍ୟବହାର କରାଯାଇଥିବା ଅପଶବ୍ଦ ପାଇଁ ମୁଁ ଚିନ୍ତିତ । କିନ୍ତୁ ଆଜିକାଲିର ଯୁବପିଢି ନିଜ ଭୁଲରୁ ଉଚିତ ଶିକ୍ଷା ପାଇବାର ସୁଯୋଗ ମିଳିବା ଦରକାର ।

ସୋସିଆଲ ମିଡିଆରେ ଭାଇରଲ ହୋଇଥିବା ଏକ ଭିଡିଓରେ ହାତ ଯୋଡ଼ି ନାବାଳିକା କହିଛନ୍ତି ଯେ, ସେ ମାତ୍ର ୧୫ ବର୍ଷର ଏବଂ ଭିଡ଼ରେ ଥିବା ଲୋକଙ୍କ କଥାରେ ପ୍ରଭାବିତ ହୋଇ ସେପରି କଥା କହିଥିଲେ । ସେ କହିଛନ୍ତି, ମୁଁ ଯାହା କରିଛି ତାହା କ୍ଷମାଯୋଗ୍ୟ ନୁହେଁ । ଏହା ମୋର ପ୍ରଥମ ଓ ଶେଷ ଭୁଲ । ସମଗ୍ର ଦେଶବାସୀଙ୍କୁ କ୍ଷମା ମାଗୁଛି । ଏହି ଘଟଣାକୁ ନେଇ ଗାଜିଆବାଦର ଜଣେ ଆଇନଜୀବୀଙ୍କ ଅଭିଯୋଗ ଆଧାରରେ ନୋଏଡାରେ ଜିରୋ ଏଫ୍ ଆଇଆର୍ ରୁଜୁ ହୋଇଥିଲା ।

Posted in ଦେଶ ବିଦେଶ.