ଆଜି ପାଳିତ ହେବାକୁ ଯାଉଛି ଚତୁର୍ଦ୍ଦଶତମ ବିଶ୍ବ ସ୍ବପ୍ନ ଦିବସ

ଆଜି ପାଳିତ ହେବାକୁ ଯାଉଛି ଚତୁର୍ଦ୍ଦଶତମ ବିଶ୍ବ ସ୍ବପ୍ନ ଦିବସ

ଆଜି ପାଳିତ ହେବାକୁ ଯାଉଛି ଚତୁର୍ଦ୍ଦଶତମ ବିଶ୍ବ ସ୍ବପ୍ନ ଦିବସ । ଏହି ଅବସରରେ ଯାହାଙ୍କର ସ୍ବପ୍ନ ସମ୍ପର୍କିତ ଦର୍ଶନ ଆମକୁ ଖୁବ୍ ପ୍ରଭାବିତ କରିଛି , ସେ ହେଉଛନ୍ତି ଅତିବଡ଼ି ସନ୍ଥ ଜଗନ୍ନାଥ ଦାସ ଓ ବହୁ ସୁବେଶଷଣର ଅଧିକାରୀ ତଥା ଭାରତର ଲୋକ ରାଷ୍ଟ୍ରପତି ଡଃ ଏ ପି ଜେ ଅବଦୁଲ କାଲାମ , ସେମାନଙ୍କ ଅମୃତ ଅମ୍ଲାନ ସ୍ମୃତି ପ୍ରତି ପ୍ରଥମେ ଜଣାଉଛୁ କୋଟି ପ୍ରଣାମ । ସେହିପରି ଯାହାଙ୍କ ସୃଷ୍ଟି ଆମକୁ ସ୍ବପ୍ନ ର ପଣ୍ୟ “ମନ” ସମ୍ପର୍କରେ ଅଧିକ ଜ୍ଞାନବନ୍ତ ଓ ତଥ୍ୟବନ୍ତ କରିଛି , ସେ ହେଉଛନ୍ତି ପରମ ସମ୍ମାନନୀୟ ଭାଇନା ପ୍ରଶାନ୍ତ କୁମାର ଦାଶ ଓରଫ୍ ବିଶ୍ବମ୍ବର , ତାଙ୍କୁ ଏହି ଅବସରରେ ଅଭିନନ୍ଦନ ଜଣାଇବା ସଙ୍ଗେ ସଙ୍ଗେ ତାଙ୍କର ଚଳଚଞ୍ଚଳ ଶତବିଶାସେ ବର୍ଷୀୟ ବୌଦ୍ଧିକ ଜୀବନ କାମନା କରୁଛୁ । ୨୦୧୨ ମସିହାରେ କଲମ୍ବିଆ ବିଶ୍ୱବିଦ୍ୟାଳୟରେ ପ୍ରଥମେ ବିଶ୍ବ ସ୍ବପ୍ନ ଦିବସ ପାଳନ କରାଯାଇଥିଲା । ଆମର ନିର୍ଦ୍ଧିଷ୍ଟ ମତ ଯେ ବିଶ୍ବର ଯେ କେହି ସ୍ବପ୍ନ ସମ୍ପର୍କରେ ଗବେଷଣା କରୁଥିବା ବିଶେଷଜ୍ଞ ଯେପର୍ଯ୍ୟନ୍ତ ଓଡ଼ିଶା ଆସି ,ଏଠାରେ ଗବେଷଣା କରିନାହାନ୍ତି, ସେ ପର୍ଯ୍ୟନ୍ତ ସେମାନଙ୍କ ଗବେଷଣା ସମ୍ପୂର୍ଣ୍ଣ ହୋଇପାରିବ ନାହିଁ । ଏହାର କାରଣ ହେଲା , ସ୍ବପ୍ନର ସଂଜ୍ଞା , ସ୍ବପ୍ନର ବର୍ଗୀକରଣ, ସ୍ବପ୍ନାଦେଶ ସମ୍ପର୍କିତ ଅନେକ ଉଦାହରଣୀୟ ତଥ୍ୟ ଆମର ଶାସ୍ତ୍ର,ପୁରାଣ , କିମ୍ବଦନ୍ତୀ ରେ ଯେପରି ଭରପୁର ରହିଛି , ସେହିପରି ସ୍ବପ୍ନର ଅନେକ ବର୍ଗୀକରଣ ମଧ୍ୟରୁ ଅଧୁରା ସ୍ବପ୍ନର ବିଶାଳତା, ପୂର୍ତ୍ତି ଅବଧିର ପ୍ରଲମ୍ବିତ ବାସ୍ତବ ତଥ୍ୟ ବିଶ୍ବର ଅନ୍ୟ କେଉଁଠାରେ ମିଳିବ ନାହିଁ, ଏଥିରେ ଆମେ ଦୃଢ ନିଶ୍ଚିତ । ଏ ସମ୍ପର୍କରେ ଆମେ ଆଜି ଏକ ଦୀର୍ଘ ଉପସ୍ଥାପନ କରିବାକୁ ଯାଉଛୁ , ଯଦିଓ ଭଲ ଭାବରେ ଅବଗତ ଯେ ଆମର ଅନେକ ବନ୍ଧୁ ତାହା ପଢ଼ିବେ ନାହିଁ , ସ୍ବଳ୍ପ ସଂଖ୍ୟକ ବନ୍ଧୁ ମାନେ ପଢ଼ିବେ ଏବଂ ତାହା ପରବର୍ତ୍ତୀ ପିଢ଼ି ଙ୍କ ଉଦ୍ଦେଶ୍ୟରେ ହେବ ଶ୍ରଦ୍ଧାର୍ପିତ । ସୁବାର୍ତ୍ତାର ୨୦୧୭ ମସିହା, ମାର୍ଚ୍ଚ ୬ ତାରିଖ ସଂଖ୍ୟାର ଅଗ୍ରଲେଖର ଶୀର୍ଷକ ଥିଲା ” ସ୍ବପ୍ନ” , ଯେଉଁଥିରେ ଉଲ୍ଲେଖ ଥିଲା “ସ୍ବପ୍ନ” ହେଉଛି ଏକ ମଧୁର କଳ୍ପନା । ଏହାକୁ ଉପଜିବ୍ୟ କରି ଧାରାବାହିକ ଭାବେ “ମୁହୂର୍ତ୍ତ ଦର୍ଶନ” ଶୀର୍ଷକରେ ପାଞ୍ଚ ଟି ଅଗ୍ରଲେଖ “ମୁକ୍ତ ଚିନ୍ତନ”ସ୍ତମ୍ଭରେ ପ୍ରକାଶ ପାଇଛି ଏବଂ ଆଗାମୀ ଦିନରେ ଅବଶିଷ୍ଟାଂଶ ପ୍ରକାଶ ପାଇବ ବୋଲି ଦୃଢ ବିଶ୍ବାସ

Posted in ଦେଶ ବିଦେଶ.