ବଦଳିଲା ନୋଏଡା ଏୟାରପୋର୍ଟ ନାଁ , ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ହେଲା ନାମିତ

ବଦଳିଲା ନୋଏଡା ଏୟାରପୋର୍ଟ ନାଁ , ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ହେଲା ନାମିତ

ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବଡ଼ ଘୋଷଣା କରିଛନ୍ତି । ବଦଳିଲା ନୋଏଡା ଏୟାରପୋର୍ଟ ନାଁ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ହେଲା ନାମିତ । ଜେୱାର ଏୟାରପୋର୍ଟ ନାଁ ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ବିମାନବନ୍ଦର ହୋଇଛି । ଯୋଗୀ କ୍ୟାବିନେଟର ପ୍ରସ୍ତାବ ପାରିତ ହୋଇଛି । ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ଜେୱାର ବିମାନ ବନ୍ଦରର ନାମକରଣ ହେବ ।

ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଉତ୍ତରପ୍ରଦେଶ କ୍ୟାବିନେଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛି ଏବଂ ଜେୱାର ବିମାନବନ୍ଦରକୁ ରାଜ୍ୟ ପାଇଁ ଏକ ବଡ଼ ଉପହାର ବୋଲି କହିଛନ୍ତି । ଏହି ବିମାନବନ୍ଦର ଉତ୍ତରପ୍ରଦେଶର ସର୍ବବୃହତ ବିମାନବନ୍ଦର ଏବଂ ଦେଶର ମୁଖ୍ୟ ବିମାନ ଯାତାୟାତ କେନ୍ଦ୍ରରେ ପରିଣତ ହେବ । ମୋଦି ସରକାରଙ୍କ ପ୍ରମୁଖ ୨୫ ବର୍ଷ ପୂରଣ ହେବା ନେଇ ଶୁଭେଚ୍ଛା ଜଣାଇଛନ୍ତି । ୨୦୪୭ ସୁଦ୍ଧା ଏକ ବିକଶିତ ଉତ୍ତରପ୍ରଦେଶ ଏବଂ ଏକ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ରାଜ୍ୟ ସରକାର କାର୍ଯ୍ୟ ଜାରି ରଖିଛନ୍ତି ।

ଜେୱାର ସ୍ଥିତ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର ହେଉଛି ଦିଲ୍ଲୀ-ଏନସିଆରର ଦ୍ୱିତୀୟ ଅନ୍ତର୍ଜାତୀୟ ବିମାନ ବନ୍ଦର । ଏହାକୁ ଏକ ସରକାରୀ-ଘରୋଇ ଭାଗିଦାରୀ (ପିପିପି) ମଡେଲରେ ବିକଶିତ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ରନୱେ ଏବଂ ପାସେଞ୍ଜର ଟର୍ମିନାଲ ନିର୍ମାଣ କରାଯାଇଛି, ଯାହାର ବାର୍ଷିକ ପ୍ରାୟ ୧.୨କୋଟି ଯାତ୍ରୀ ରହିପାରିବେ । ଭବିଷ୍ୟତରେ ଏହାର କ୍ଷମତାକୁ ବାର୍ଷିକ ପ୍ରାୟ ୭ କୋଟି ଯାତ୍ରୀଙ୍କୁ ବୃଦ୍ଧି କରିବାର ଯୋଜନା ରହିଛି । ଏହି ବିମାନ ବନ୍ଦର ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଭାର ହ୍ରାସ କରିଛି ।

Posted in ଦେଶ ବିଦେଶ.