ଭୀଷଣ ବାତ୍ୟାରେ ପରିଣତ ହେଲା ବାତ୍ଯା ଅର୍ଣ୍ଣବ,ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୀଷଣ ବାତ୍ୟାରେ ପରିଣତ ହେଲା ବାତ୍ଯା ଅର୍ଣ୍ଣବ,ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୀଷଣ ବାତ୍ୟାରେ ପରିଣତ ହେଲା ବାତ୍ଯା ଅର୍ଣ୍ଣବ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଭୀଷଣ ବାତ୍ୟାର ରୂପ ନେଇଛି। ଏହା କ୍ରମଶଃ ପଶ୍ଚିମ- ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଆଗାମୀ ୧୨ଘଣ୍ଟାରେ ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି। କାଲି ସଂଧ୍ଯା ସୁଦ୍ଧା ଏହା ପଶ୍ଚିମ- ଉତ୍ତରପଶ୍ଚିମ ଦିଗରେ ଗତି କରିବ।

ଏବା ପରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆନ୍ଧ୍ର ପ୍ରଦେଶ ଓ ୟନମ ତଟରେ ବାପଟାଲା ଓ ବିଶାଖାପାଟଣା ମଧ୍ୟରେ ଲ୍ୟାଣ୍ଡଫଲ କରିବ। ୨୮ ତାରିଖ ପୂର୍ବାହ୍ନରେ ୟନମ ପାର୍ଶ୍ବରେ ଏହା ଅତିଭୀଷଣ ବାତ୍ୟାରେ ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିମି ରହିପାରେ। ପବନର ବେଗ ବୃଦ୍ଧି ପାଇ ୧୪୦ କିମି ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିପାରେ।

ଶକ୍ତିଶାଳୀ ବାତ୍ୟା ଅର୍ଣ୍ଣବ ଆନ୍ଧ୍ର ପ୍ରଦେଶରେ ରଚିବ ତାଣ୍ଡବ ।  ଲ୍ୟାଣ୍ଡଫଲ ବେଳେ ଛାରଖାର ହେବ ଉପକୂଳ ଅଞ୍ଚଳ ।   କାକିନାଡ଼ା-ୟନମରେ ଦେଢ଼ ମିଟର ଉଚ୍ଚ ପର୍ଯ୍ୟନ୍ତ ଉଠିପାରେ ସାମୁଦ୍ରିକ ଜୁଆର ।  ବଙ୍ଗୋପସାଗର ସୃଷ୍ଟି ହୋଇଛି ଚଳିତ ବର୍ଷର ପ୍ରଥମ ବାତ୍ୟା ଅର୍ଣ୍ଣବ ।  ପୂର୍ବ କେନ୍ଦ୍ରୀୟ ଏବଂ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସକାଳେ ବାତ୍ୟା ଅର୍ଣ୍ଣବ ସୃଷ୍ଟି ହୋଇଛି।

ବାତ୍ୟାର ଆଖି ମଧ୍ୟ ସ୍ପଷ୍ଟ ହୋଇଛି। ସାଟେଲାଇଟ ଚିତ୍ରରୁ ଏହାର ସର୍ପିଳ ଆକୃତି ଅଧିକ ସ୍ପଷ୍ଟ ହେଉଛି। ବାତ୍ୟା କ୍ରମଶଃ ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଜି ରାତି ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବ। ଆସନ୍ତାକାଲି ଅତି ଭୀଷଣ ବାତ୍ୟାରେ ପରିଣତ ହେବ। ଉତ୍ତରପଶ୍ଚିମ ଦିଗରେ ଆଗକୁ ଗତି କରି ଆନ୍ଧ୍ର ପ୍ରଦେଶ ଓ ୟନମ ତଟରେ ବାପତାଲା ଓ ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ। ଲ୍ୟାଣ୍ଡଫଲ ବେଳକୁ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିମି ରହିବ।

ଝଟକା ପବନର ବେଗ ୧୪୦ କିଲୋମିଟର ପର୍ଯ୍ୟନ୍ତ ବଢିପାରେ। ଏଥିରେ କଚ୍ଚାଘର, ବିଦ୍ୟୁତ୍ ଖୁଣ୍ଟ, ଗଛ ଏବଂ ଉପକୂଳବର୍ତ୍ତୀ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇପାରେ। ପ୍ରାୟ ୫ ଲକ୍ଷ ୭୦ ହଜାର ବିପଦପ୍ରବଣ ଲୋକଙ୍କ ସୁରକ୍ଷା ଏବଂ କାକିନାଡ଼ା-ୟାନମ ଉପକୂଳରେ ସମ୍ଭାବ୍ୟ ସମୁଦ୍ର ଜୁଆର ଏବେ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି।

ସେପଟେ ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ କାଲି ୬ ଜିଲ୍ଲା ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଓ ପୁରୀକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ପ୍ରବଳ ବର୍ଷା ପାଇଁ ୧୬ ଜିଲ୍ଲାକୁ ୟେଲେ ଆଲର୍ଟ ଜାରି ହୋଇଛି। ୨୮ରେ ବଢିବ ବର୍ଷାର ପରିମାଣ।

Posted in ରାଜ୍ୟ, ଦେଶ ବିଦେଶ.