କ୍ରିକେଟ ଜଗତରେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଐତିହାସିକ କାରନାମା। ଗୋଟିଏ ଇନିଂସରେ ଭାଙ୍ଗିଲେ ଏକାଧିକ ବିଶ୍ୱ ରେକର୍ଡ। ମାତ୍ର ୫୨ ବଲରେ ଦ୍ୱିଶତକ ହାସଲ କରି ଲିଷ୍ଟ-ଏ କ୍ରିକେଟ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ଏହି ଯୁବ ବ୍ୟାଟର୍ । ବୈଭବ ସୂର୍ଯ୍ୟବଂଶୀଙ୍କ ୫୩ ବଲରେ ୨୦୪ ରନ୍ ରେ ରହିଛି ୨୮ ଛକା, ୭ ଚୌକା । ୧୫ ବର୍ଷରେ ବିଶ୍ୱ ରେକର୍ଡ । ଗୋଟିଏ ଇନିଂସରେ ୪ ବିଶ୍ୱ ରେକର୍ଡ ।
୧୫ ବର୍ଷରେ ବିଶ୍ୱ ରେକର୍ଡକାତାରର ଦୋହାରେ ଚାଲିଥିବା ଏସିଆ କପ୍ ରାଇଜିଂ ଷ୍ଟାର୍ସ ଟୁର୍ଣ୍ଣାମେଣ୍ଟରେ ୟୁଏଇ ବିପକ୍ଷରେ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି। ୫୩ ବଲରେ ୨୦୪ ରନର ଅବିଶ୍ୱସନୀୟ ଇନିଂସ ଖେଳିଛନ୍ତି ବୈଭବ। ତାଙ୍କ ଇନିଂସରେ ରହିଛି ୨୮ଟି ଛକା ଓ ୭ଟି ଚୌକା। କେବଳ ଛକା ଓ ଚୌକାରୁ ସଂଗ୍ରହ କରିଛନ୍ତି ୧୯୬ ରନ୍। ତାଙ୍କ ଷ୍ଟ୍ରାଇକ୍ ରେଟ୍ ରହିଛି ୩୮୪.୯୧। ମାତ୍ର ୧୬ ବଲରେ ଅର୍ଦ୍ଧଶତକ, ୨୮ ବଲରେ ଶତକ, ୪୦ ବଲରେ ୧୫୦ ରନ୍ ଏବଂ ୫୨ ବଲରେ ଦ୍ୱିଶତକ ପୂରଣ କରିଛନ୍ତି।
ଦ୍ରୁତତମ ଦ୍ୱିଶତକ ହାସଲ କରିବାରେ ଚାଡ୍ ବୋଉସଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି ସୂର୍ଯ୍ୟବଂଶୀ। ୨୦୨୪ରେ ୧୦୩ ବଲରେ ଦ୍ୱିଶତକ ହାସଲ କରିଥିଲେ ବୋଉସ। ତାଙ୍କଠାରୁ ୫୧ ବଲ୍ କମ୍ ଖେଳି ଏହି ସଫଳତା ପାଇଛନ୍ତି ବୈଭବ। ସେହିପରି ଦ୍ରୁତତମ ଶତକ ହାସଲ କରିବାରେ ଅଷ୍ଟ୍ରେଲିଆର ଜେକ୍ ଫ୍ରେଜର ମ୍ୟାକଗର୍କଙ୍କ ୨୯ ବଲର ରେକର୍ଡକୁ ମଧ୍ୟ ପଛରେ ପକାଇଛନ୍ତି। ଗୋଟିଏ ଲିଷ୍ଟ-ଏ ଇନିଂସରେ ସର୍ବାଧିକ ଛକା ମାରିବାରେ ମଧ୍ୟ ନୂଆ ବିଶ୍ୱ ରେକର୍ଡ କରିଛନ୍ତି ବୈଭବ। ପୂର୍ବରୁ ଅଷ୍ଟ୍ରେଲିଆର ଡାର୍ସି ସର୍ଟଙ୍କ ନାଁରେ ୨୩ଟି ଛକାର ରେକର୍ଡ ରହିଥିଲା।
ପ୍ରଥମେ ବ୍ୟାଟିଂ କରି ୟୁଏଇ ୫୦ ଓଭରରେ ୮ ୱିକେଟ୍ ହରାଇ ୨୪୯ ରନ୍ କରିଥିଲା। ହରପ୍ରୀତ ସିଂ ବାଟିଆ ୧୩୦ ରନ୍ କରିଥିବା ବେଳେ ଭାରତ ପକ୍ଷରୁ ଅର୍ଶଦ ଖାନ୍ ୪ଟି ୱିକେଟ୍ ନେଇଥିଲେ। ୨୫୦ ରନର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିବା ଭାରତ-ଏ ମାତ୍ର ୧୪.୨ ଓଭରରେ ଲକ୍ଷ୍ୟ ହାସଲ କରିଛି। ବୈଭବଙ୍କ ବିଧ୍ୱଂସୀ ବ୍ୟାଟିଂ ବଳରେ ୭ ୱିକେଟରେ ବିଜୟୀ ହୋଇଛି ଭାରତ-ଏ।
