ଜି.ଉଦୟଗିରିରେ ୨.୫ ଡିଗ୍ରୀ ରେକର୍ଡ

ଜି.ଉଦୟଗିରିରେ ୨.୫ ଡିଗ୍ରୀ ରେକର୍ଡ

କନ୍ଧମାଳ ଜିଲା ଜି.ଉଦୟଗିରି ପ୍ରବଳ ଶୀତ ଅନୁଭୂତ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଶନିବାର ରାଜ୍ୟର ସର୍ବନିମ୍ନ ତାପମାତ୍ରା ଜି.ଉଦୟଗିରିରେ ୨.୫ ଡିଗ୍ରୀ ରେକର୍ଡ କରାଯାଇଛି। ଶୁକ୍ରବାର ଜି.ଉଦୟଗିରିରେ ତାପମାତ୍ରା ୨.୬ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ଫୁଲବାଣୀ ୬.୧ ଡିଗ୍ରୀ ଓ ଦାରିଙ୍ଗବାଡ଼ିରେ ୯ ଡିଗ୍ରୀ ରେକର୍ଡ ହୋଇଛି।

ପ୍ରବଳ ଶୀତ ସାଙ୍ଗକୁ ଜାଡ ଯୋଗୁ ଲୋକେ ଘରୁ ବାହାରିବା କଷ୍ଟ ହେଉଛି। ଅଞ୍ଚଳରେ ଥିବା ସମସ୍ତ ପ୍ରାକୃତିକ ପର୍ଯ୍ୟଟନ ସ୍ଥାନରେ ଶୀତର ମଜା ନେବା ପାଇଁ ପର୍ଯ୍ୟଟକ ମାନଙ୍କ ବଣଭୋଜିର ଆସର ଦେଖିବାକୁ ମିଳିଛି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ସ୍ଥାନ କଳିଙ୍ଗା ଘାଟି,କଳିଙ୍ଗା ବଟାନିକାଲ ଗାର୍ଡେନ, ର୍ସିକି ଡ୍ୟାମ,କଲିନାଯୁ ଡ୍ୟାମ, ମଧୁଝରି ଘାଇ, କାକଲବାକି ଜଳ ପ୍ରପାତ,ଗଡ଼ିଶୀଲା ଜଳ ପ୍ରପାତ, କଫି ବଗିଚା, କାଲିଗାଡୁ ହିଲଟପ ଭଳି ସ୍ଥଳୀକୁ ଯାତାୟତ ସୁବିଧା ସହ ଭିତ୍ତିଭୂମିର ବିକାଶ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Posted in ରାଜ୍ୟ.