ଭାରତର ପରିବହନ ଏବଂ ଭିତ୍ତିଭୂମି କ୍ଷେତ୍ରରେ ଏକ ନୂତନ ସୂର୍ଯ୍ୟୋଦୟ ଘଟିଛି। ବେଙ୍ଗାଲୁରୁ-କଡ଼ପ୍ପା-ବିଜୟୱାଡା ଆର୍ଥିକ କରିଡର ନିର୍ମାଣରେ ୪ଟି ଗିନିଜ୍ ୱାର୍ଲ୍ଡ ରେକର୍ଡ ସ୍ଥାପନ କରି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ସାରା ବିଶ୍ୱକୁ ଚକିତ କରିଦେଇଛି। ଏହି ସଫଳତା ପଛରେ ଯଦି କାହାର ସବୁଠାରୁ ବଡ଼ ହାତ ରହିଛି, ସେ ହେଉଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନିତିନ ଗଡ଼କରୀ। ଯାହାଙ୍କୁ ଆଧୁନିକ ଭାରତର ‘Highway Man’ ବୋଲି କୁହାଯାଏ।
ନିତିନ ଗଡ଼କରୀଙ୍କ କାର୍ଯ୍ୟଶୈଳୀ ସବୁବେଳେ “Impossible is Nothing” ମନ୍ତ୍ର ଉପରେ ଆଧାରିତ। ବେଙ୍ଗାଲୁରୁ-ବିଜୟୱାଡା କରିଡରର ୬-ଲେନ୍ ବିଶିଷ୍ଟ ପ୍ୟାକେଜ୍-୨ ଏବଂ ୩ ରେ କ୍ରମାଗତ ଭାବେ ବିଟୁମିନସ୍ କଂକ୍ରିଟ୍ ବିଛାଇବା ଏକ ବଡ଼ ଚ୍ୟାଲେଞ୍ଜ ଥିଲା। କିନ୍ତୁ ଶ୍ରୀ ଗଡ଼କରୀଙ୍କ ଦୃଢ଼ ନିର୍ଦ୍ଦେଶ ଏବଂ ଇଞ୍ଜିନିୟରମାନଙ୍କୁ ଦିଆଯାଇଥିବା ସମ୍ପୂର୍ଣ୍ଣ ସ୍ୱାଧୀନତା ଏହି ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିଛି। ତାଙ୍କର ଇଚ୍ଛାଶକ୍ତି ହିଁ NHAI କୁ ଗୋଟିଏ ପରେ ଗୋଟିଏ ବିଶ୍ୱ ରେକର୍ଡ କରିବାକୁ ଉତ୍ସାହିତ କରିଛି। ଏହି ପ୍ରକଳ୍ପରେ NHAI ଏବଂ ରାଜପଥ ଇନଫ୍ରାକନ୍ ପ୍ରାଇଭେଟ୍ ଲିମିଟେଡ୍ ମିଳିତ ଭାବେ ଯେଉଁ ୪ଟି ରେକର୍ଡ କରିଛନ୍ତି । ସର୍ବନିମ୍ନ ସମୟ ମଧ୍ୟରେ ସର୍ବାଧିକ ଦୂରତା ପର୍ଯ୍ୟନ୍ତ କଂକ୍ରିଟ୍ ବିଛାଇବାର କୀର୍ତ୍ତିମାନ। ସର୍ବୋଚ୍ଚ ଗୁଣବତ୍ତା ବଜାୟ ରଖି ଦ୍ରୁତ ନିର୍ମାଣ। ହଜାର ହଜାର ଶ୍ରମିକ ଓ ଇଞ୍ଜିନିୟରଙ୍କ ଅବିରତ ପରିଶ୍ରମ। କମ୍ ସମୟରେ ପ୍ରକଳ୍ପ ଶେଷ କରି ସମ୍ବଳର ଅପଚୟ ରୋକିବା।
ଏହି ସଫଳତା ପାଇଁ ଟିମକୁ ଅଭିନ୍ଦନ ଜଣାଇ ଶ୍ରୀ ଗଡ଼କରୀ କହିଛନ୍ତି ଯେ, ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ବିକଶିତ ଭାରତ” ସଂକଳ୍ପ ଦିଗରେ ଏକ ବଡ଼ ପଦକ୍ଷେପ। ଭାରତର ସଡ଼କ ଏବେ ଆମେରିକା ଓ ୟୁରୋପ ସହ ସମାନ ହେବାକୁ ଯାଉଛି। ତାଙ୍କର ଏହି ବିଶ୍ୱାସ ଆଜି ପ୍ରତିଟି ଭାରତୀୟଙ୍କୁ ଗର୍ବିତ କରିଛି।
ନିତିନ ଗଡ଼କରୀଙ୍କ ନେତୃତ୍ୱରେ ଭାରତୀୟ ସଡ଼କ ନିର୍ମାଣର ଗତି ଏବଂ ମାନ ଯେଉଁ ସ୍ତରରେ ପହଞ୍ଚିଛି, ତାହା କେବଳ ଭାରତ ପାଇଁ ନୁହେଁ ବରଂ ବିଶ୍ୱ ପାଇଁ ଏକ ମଡେଲ। ଏହି ୪ଟି ଗିନିଜ୍ ୱାର୍ଲ୍ଡ ରେକର୍ଡ କେବଳ ସଂଖ୍ୟା ନୁହେଁ, ବରଂ ଏହା ୧୪୦ କୋଟି ଭାରତୀୟଙ୍କ ସାମର୍ଥ୍ୟ ଏବଂ ଜଣେ ଦୃଢ଼ମନା ନେତାଙ୍କ ସଂକଳ୍ପର ବିଜୟ।
