ପଦ୍ମ ପୁରସ୍କାର- ୨୦୨୬’ ପାଇଁ ମନୋନୀତ ଓଡ଼ିଆ ପ୍ରତିଭାଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଶୁଭେଚ୍ଛା

ତୃଣମୂଳ ସ୍ତରର ଅସାଧାରଣ ପ୍ରତିଭାଙ୍କୁ ସମ୍ମାନଜନକ ‘ପଦ୍ମ ପୁରସ୍କାର’ ପାଇଁ ମୋନନୀତ କରି ମୋଦୀ ସରକାର ସେମାନଙ୍କୁ ଜାତୀୟ ସ୍ୱୀକୃତି ଦେଇଛନ୍ତି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ଏକ୍ସ’ରେ କହିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ସମସ୍ତ ପୁରସ୍କାର ବିଜେତାଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଇଛନ୍ତି ।

ଓଡ଼ିଶାର ଗାରିମା ଓ ପ୍ରତିଭାକୁ ନିରନ୍ତର ଭାବେ ବିଶ୍ୱ ଦରବାରରେ ପରିଚିତ କରାଉଥିବାରୁ ଶ୍ରୀ ପ୍ରଧାନ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ କହିଛନ୍ତି ଯେ, ମୋଦୀ ସରକାରରେ ଓଡ଼ିଆ ଲୋକମାନେ ସର୍ବଦା ଯଥୋଚିତ ସମ୍ମାନ ପାଇ ଆସୁଛନ୍ତି। ‘ପଦ୍ମ ପୁରସ୍କାର’ ମାଧ୍ୟମରେ ତୃଣମୂଳ ସ୍ତରର ‘ବଣମଲ୍ଲୀ’ଙ୍କୁ ଲୋକଲୋଚନକୁ ଆଣିବା ଆମ ସରକାରଙ୍କ ଏକ ପରମ୍ପରା ହୋଇଛି । ପଦ୍ମ ପୁରସ୍କାର ମାଧ୍ୟମରେ ବଣମଲ୍ଲିକୁ ଲୋକଲୋଚନକୁ ଆଣିବା ପାଇଁ ଆମ ସରକାର ନିରନ୍ତର ପ୍ରୟାସ କରୁଛନ୍ତି । ଚଳିତ ବର୍ଷ ଓଡ଼ିଶାରୁ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଶ୍ରୀ ଚରଣ ହେମ୍ବ୍ରମ, ଶ୍ରୀ ମହେନ୍ଦ୍ର କୁମାର ମିଶ୍ର ଓ କଳା କ୍ଷେତ୍ରରେ ଶ୍ରୀ ଶରତ କୁମାର ପାତ୍ର ଓ ଶ୍ରୀ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହେବା ଗର୍ବ ଓ ଗୌରବର ବିଷୟ ।

ଦେଶକୁ ସମୃଦ୍ଧ କରିବାରେ ଏହି ସାଧାରଣ ନାଗରିକଙ୍କ ଅସାଧାରଣ କାର୍ଯ୍ୟକୁ ଏହି ସ୍ୱୀକୃତି ଏକ ବଡ଼ ସମ୍ମାନ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି। ଏହି ପୁରସ୍କାର ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

Posted in ରାଜ୍ୟ.