ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭାରମ୍ଭ । ଗଞ୍ଜାମର ମା’ ତାରାତାରିଣୀ ପୀଠରୁ ଏହି ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ଶତାଧିକ ନବଦମ୍ପତ୍ତିଙ୍କ ବିବାହର ଆୟୋଜନ କରାଯାଇଛି । ପ୍ରତ୍ୟେକ ବିବାହ ପାଇଁ ସରକାର ବ୍ୟୟ କରିବେ ୬୦ ହଜାର ଟଙ୍କା ।ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ହିସାବରେ ନୁହେଁ, ମୁଁ ଜଣେ ପିତା ଏବଂ ଭାଇ ହିସାବରେ ଏଠାରେ ଉପସ୍ଥିତ ରହି ବିବାହ କାର୍ଯ୍ୟକ୍ରମରେ ସାମିଲ ହୋଇଛି । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭାରମ୍ଭ କରିବା ସରକାରଙ୍କ ସୌଭାଗ୍ୟ । ମହିଳାଙ୍କ ବିକାଶ ଦିଗରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ମହିଳାଙ୍କୁ ସମ୍ମାନ, ସାମାଜିକ ସୁରକ୍ଷା, ଯୌତୁକ ପ୍ରଥାକୁ ଲୋପ କରିବାରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ସହାୟକ ହେବ ବୋଲି ସିଏମ୍ ମାଝୀ କହିଛନ୍ତି ।ରାଜ୍ୟର ସବୁ ଜିଲ୍ଲାକୁ ଏହି ଯୋଜନାରେ ସାମିଲ କରାଯିବ । ପ୍ରତ୍ୟେକ ପରିବାରର ଜଣେ ମହିଳାଙ୍କୁ ଏଥିରେ ସାମିଲ କରାଯିବ । ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରାଯିବ । କନ୍ୟା ବିବାହ ଯୋଜନାରେ ସିଧାସଳଖ ସେମାନଙ୍କ ଆକାଉଣ୍ଟକୁ ୪୫ହଜାର ଟଙ୍କା ପଠା ଯିବ । ଏହା କେନ୍ଦ୍ର ସରକାରଙ୍କ ‘ବେଟି ବଞ୍ଚାଓ, ବେଟି ପଢ଼ାଓ’ ଯୋଜନାର ଏକ ନିଦର୍ଶନ । ଏହାଛଡ଼ା ଯୁନିୟନ ବଜେଟରେ ମହିଳା ବିକାଶ ଓ ସୁରକ୍ଷା ପାଇଁ ୯ ଲକ୍ଷ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବଜେଟ-୨୦୨୬ରେ ମହିଳାଙ୍କ ପାଇଁ ୯.୪ ପ୍ରତିଶତ ବ୍ୟୟ ଅଟକଳ ରହିଛି । କନ୍ୟା ସନ୍ତାନର ସୁରକ୍ଷା ନିମନ୍ତେ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ସିଏମ କହିଛନ୍ତି ।କନ୍ୟା ଓ ବରର ବାପା-ମାଆଙ୍କୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଉତ୍ସାହିତ କରିବ । ଐତିହାସିକ ଯୋଜନା ସମାଜର କୁପ୍ରଥାକୁ ରୋକିବାରେ ସହାୟକ ହେବ । ସବୁ କ୍ଷେତ୍ରରେ ଝିଅ ମାନେ ଆଗୁଆ ଏବଂ ସଶକ୍ତ ହେବେ । ଆର୍ଥିକ ବୋଝ କମାଇବା ଏବଂ ଆର୍ଥିକ ସହାୟତା ପାଇଁ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ’ ଯୋଜନା ବେଶ ସହାୟକ ହେବ । ଅନଗ୍ରସର ଝିଅ ମାନେ ଏହା ଦ୍ୱାରା ଉପକୃତ ହେବେ । ସାମାଜିକ ବ୍ୟବସ୍ଥାରେ ସୁଧାର ଆସିବ । ‘ସୁଭଦ୍ରା’ ଯୋଜନା ମାଧ୍ୟମରେ ଏକ କୋଟି ମହିଳାଙ୍କୁ ସାମିଲ କରିବାରେ ସରକାର ସକ୍ଷମ । ‘ସୁଭଦ୍ରା’ ଯୋଜନା ଏବଂ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ’ ଯୋଜନା ମହିଳାଙ୍କୁ ଅଧିକ ସଶକ୍ତ କରିବ । ଏହା ଭଗବାନଙ୍କ ଆଶୀର୍ବାଦ ସେମାନେ ମାଆ-ବାପାଙ୍କ ପାଇଁ ଆଉ ବୋଝ ହୋଇ ରହିବେ ନାହିଁ ବୋଲି ମୁଖମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
ଅଧିକ ଖବର
-
ପୌର ନିର୍ବାଚନ ପାଇଁ ୱାର୍ଡ ସୀମା ନିର୍ଦ୍ଧାରଣ ସୂଚୀ ବଦଳିଲା,ଅକ୍ଟୋବର ୩୧ ସୁଦ୍ଧା ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ
September 18, 2026 -
ସେମିକନ ଇଣ୍ଡିଆ-୨୦୨୬: ବିଶ୍ବସ୍ତରୀୟ କମ୍ପାନୀ ଇଣ୍ଟେଲ ଓ 3DGS ମଧ୍ୟରେ ଏମଓୟୁ ସ୍ବାକ୍ଷର,ଓଡ଼ିଶାରେ ବ୍ୟାପକ ନିବେଶ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ
September 18, 2026 -
ଏପ୍ରିଲ ୧ରେ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ,୨୧ ବର୍ଷ ବୟସ ହୋଇଥିବ ହିତାଧିକାରୀ କରିପାରିବେ ଆବେଦନ
September 16, 2026
