ଇରାନ ଆମେରିକାର ଏଫ୧୫ ଲଢୁଆ ବିମାନକୁ ଖସାଇଥିବା ଦାବି କରିଛି । ଏହ ଘଟଣା ପରେ ଆମେରିକା ପାଇଲଟ ଇରାନରେ ନିଖୋଜ ରହିଛନ୍ତି । ଇରାନ ସେନା ଏବଂ ଇସଲାମିକ ରିଭୋଲୁନାରୀ ଗାର୍ଡ କପର୍ସ ଏବେ ପାଇଲଟକୁ ଖୋଜୁଛି । ଆଉ ସ୍ଥାନୀୟ ପ୍ରଶାସନ ଲୋକଙ୍କୁ କହିଛି କି, ଯଦି କୌଣସି ବ୍ୟକ୍ତି ଶତ୍ରୁର ସୈନିକକୁ ଧରାଇଦିଏ କିମ୍ବା ମାରିଦିଏ, ତେବେ ତାକୁ ପୁରସ୍କାର ମିଳିଛି । ଇରାନର ଏଭଳି ଘୋଷଣା ଆମେରିକାର ଚିନ୍ତା ବଢାଇଛି । ଯଦି ଆମେରିକା ପାଇଲଟକୁ ଧରାଯାଏ, ତେବେ ୫୫ ଲକ୍ଷ ଟଙ୍କା ପୁରସ୍କାର ମିଳିବ ।
ଆମେରିକାର ଅଧିକାରୀଙ୍କ ଅନୁସାରେ , ଏଫ-୧୫ ବିମାନରେ ଦୁଇ ପାଇଲଟ ରହିଥିଲେ ।ଏମାନଙ୍କ ମଧ୍ୟରୁ ଜଣକୁ ରେସକ୍ୟୁ କରାଯାଇଛି । କିନ୍ତୁ ଅନ୍ୟ ଜଣେ ନିଖୋଜ ରହିଛନ୍ତି । ଏହାରି ଭିତରେ ଇରାନର ଏଭଳି ଘୋଷଣା ଆମେରିକାର ଚିନ୍ତା ବଢାଇଛି । ଇରାନ ଆହୁରି ମଧ୍ୟ ଦାବି କରିଛି କି, ଆମେରିକା ବିମାନ ଏ-୧୦ କୁ ଲକ୍ଷ୍ୟ କରିଥିଲା, ଯାହା କୁଏତରେ କ୍ରାସ୍ ହୋଇଥିଲା । ଏହାର ପାଇଲଟ୍ ସୁରକ୍ଷିତ ଭାବେ ବାହାରି ଯାଇଥିଲେ ।
ଆମେରିକା ଅଧିକାରୀଙ୍କ କହିବା ମୁତାବକ, ଶୁକ୍ରବାର ନିଖୋଜ ହୋଇଥିବା ପାଇଲଟଙ୍କୁ ଖୋଜିବା ପାଇଁ ଆମେରିକା ରେସକ୍ୟୁ ଅପରେସନ ଜାରି ରହିଛି । ହେଲିକପ୍ଟର ଏବଂ ଅନ୍ୟ ବିମାନ ପଠାଇଛି । କିନ୍ତୁ ଏହା ଉପରକୁ ଇରାନ ତରଫରୁ ଫାୟାରିଂ ହୋଇଥିଲା ।
