: ପାକିସ୍ତାନରେ କାହିଁକି ହେଉଛି ଆମେରିକା-ଇରାନ ଶାନ୍ତି ଆଲୋଚନା?
ଇସଲାମାବାଦ: ବିଶ୍ୱ ଏବେ ଏକ ବଡ଼ ଶାନ୍ତି ପ୍ରକ୍ରିୟାର ସାକ୍ଷୀ ହେବାକୁ ଯାଉଛି। ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ତିକ୍ତତାକୁ ଶେଷ କରିବା ପାଇଁ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଶନିବାର ପାକିସ୍ତାନରେ ପହଞ୍ଚୁଛନ୍ତି। କିନ୍ତୁ ପ୍ରଶ୍ନ ଉଠୁଛି, ଆମେରିକା ଓ ଇରାନ ମଧ୍ୟରେ ଆଲୋଚନା ପାଇଁ ପାକିସ୍ତାନକୁ କାହିଁକି ବଛାଗଲା?
ଇରାନ ଓ ଆମେରିକା ମଧ୍ୟରେ ସିଧାସଳଖ କୂଟନୈତିକ ସମ୍ପର୍କ ନାହିଁ। ଏଭଳି ସ୍ଥିତିରେ ପାକିସ୍ତାନର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି: ପାକିସ୍ତାନର ସୀମା ଇରାନ ସହ ଲାଗିଛି ଏବଂ ଆମେରିକା ସହ ମଧ୍ୟ ପାକିସ୍ତାନର ପୁରୁଣା ସାମରିକ ସମ୍ପର୍କ ରହିଛି। ଇରାନ ପାଇଁ ପାକିସ୍ତାନ ଏକ ପଡ଼ୋଶୀ ମୁସଲିମ ଦେଶ ହୋଇଥିବା ବେଳେ ଆମେରିକା ପାଇଁ ଏହା ଏକ ରଣନୈତିକ ସହଯୋଗୀ। ତେଣୁ ଉଭୟ ପକ୍ଷ ପାକିସ୍ତାନକୁ ଏକ ‘ନ୍ୟୁଟ୍ରାଲ୍ ଗ୍ରାଉଣ୍ଡ୍’ ବା ନିରପେକ୍ଷ ସ୍ଥାନ ଭାବେ ଗ୍ରହଣ କରିଛନ୍ତି।
କଡ଼ା ସୁରକ୍ଷା ବଳୟରେ ଇସଲାମାବାଦ
ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ପାଇଁ ଇସଲାମାବାଦକୁ ଏକ ସାମରିକ ଛାଉଣୀରେ ପରିଣତ କରାଯାଇଛି। ଭାନ୍ସଙ୍କ କନଭୟରେ ୧୦୦ଟି ଅତ୍ୟାଧୁନିକ ଗାଡ଼ି ରହିଛି, ଯେଉଁଥିରେ ବୁଲେଟ୍ ପ୍ରୁଫ୍ ‘ଚେଭ୍ରୋଲେଟ୍ ସବର୍ବାନ୍’ ଏବଂ ସିଗ୍ନାଲ୍ ଜାମର ଗାଡ଼ି ସାମିଲ। ଆମେରିକାରୁ ଆସିଥିବା ଏହି ବିଶାଳ ବିମାନ ସମସ୍ତ ସୁରକ୍ଷା ସରଞ୍ଜାମ ପହଞ୍ଚାଇ ସାରିଛି। ଆମେରିକା ସିକ୍ରେଟ୍ ସର୍ଭିସ୍ ଓ ପାକିସ୍ତାନୀ ସୁରକ୍ଷା ବଳ ଆକାଶମାର୍ଗରୁ ମଧ୍ୟ ନଜର ରଖୁଛନ୍ତି।
ଶାନ୍ତି ଆଲୋଚନାର ମୁଖ୍ୟ ଲକ୍ଷ୍ୟ
ହ୍ୱାଇଟ୍ ହାଉସ୍ ପ୍ରେସ୍ ସଚିବ କାରୋଲିନ ଲେଭିଟ୍ଙ୍କ ଅନୁଯାୟୀ, ରାଷ୍ଟ୍ରପତି ଟ୍ରମ୍ପ ଏକ ‘ସ୍ଥାୟୀ ଶାନ୍ତି ଚୁକ୍ତି’ ଚାହୁଁଛନ୍ତି। ବର୍ତ୍ତମାନ ଚାଲିଥିବା ଦୁଇ ସପ୍ତାହର ଅସ୍ତ୍ରବିରତିକୁ ଏକ ଦୀର୍ଘକାଳୀନ ଚୁକ୍ତିରେ ପରିଣତ କରିବା। ଇରାନ ସହ ସଂଘର୍ଷ ଯୋଗୁଁ ବିଶ୍ୱ ବଜାରରେ ତେଲ ଦର ବୃଦ୍ଧି ଓ ଅଶାନ୍ତିକୁ ରୋକିବା।
ଜେଡି ଭାନ୍ସଙ୍କ ସହ ଷ୍ଟିଭ୍ ୱିଟକୋଫ୍ ଏବଂ ଜାରେଡ୍ କୁଶନର୍ଙ୍କ ଭଳି ବଡ଼ ନେତା ରହିଥିବାରୁ ଏହି ଆଲୋଚନା ସଫଳ ହେବାର ଅନେକ ଆଶା ରହିଛି। ସାରା ବିଶ୍ୱର ନଜର ଏବେ ଇସଲାମାବାଦ ଉପରେ।ପାକିସ୍ତାନରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ପାଇଁ କଡ଼ା ସୁରକ୍ଷା । ୧୦୦ରୁ ଅଧିକ ଗାଡ଼ି ମୁତୟନ। ସୁରକ୍ଷାକର୍ମୀଙ୍କ ଛାଉଣୀ । ଇସଲାମାବାଦରେ କାଲି ଶାନ୍ତି ଆଲୋଚନା । ଇରାନ ସହିତ ଗୁରୁତ୍ୱପୂର୍ଣ୍ଣ ଶାନ୍ତି ଆଲୋଚନା ପାଇଁ ଆମେରିକା ଉପ-ରାଷ୍ଟ୍ରପତି ଜେଡି ଭାନ୍ସ ଶନିବାର ସକାଳେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ପହଞ୍ଚୁଛନ୍ତି ।
ଏହି ହାଇ-ପ୍ରୋଫାଇଲ୍ ଗସ୍ତ ପାଇଁ ଉଭୟ ଆମେରିକା ଓ ପାକିସ୍ତାନର ସୁରକ୍ଷା ଟିମ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଭାନ୍ସଙ୍କ ସୁରକ୍ଷା ପାଇଁ ୧୦୦ଟି ଗାଡ଼ି ମୁତୟନ କରାଯାଇଛି । ଏଥିରେ ରହିଛି ଗୁଳି ଓ ବୋମା ମାଡ଼ରୁ ସୁରକ୍ଷା ଦେଉ ପାରୁଥିବା ସ୍ୱତନ୍ତ୍ର ‘ଚେଭ୍ରୋଲେଟ୍ ସବର୍ବାନ୍’ ଗାଡ଼ି । ରିମୋଟ୍ ବୋମା ବିସ୍ଫୋରଣକୁ ରୋକିବା ପାଇଁ ସିଗ୍ନାଲ୍ କାଟିବା ଭଳି ଜାମର ଗାଡ଼ି । ଏହାସହ ଆମ୍ବୁଲାନ୍ସ ଏବଂ ଜରୁରୀକାଳୀନ ଚିକିତ୍ସା ଉପକରଣ ସଜ୍ଜିତ ଗାଡ଼ି ।
ଭାନ୍ସଙ୍କ ସହ ଆମେରିକାର ବରିଷ୍ଠ ପରାମର୍ଶଦାତା ଷ୍ଟିଭ୍ ୱିଟକୋଫ୍ ଏବଂ ଜାରେଡ୍ କୁଶନର୍ ମଧ୍ୟ ରହିବେ । ଏକ ବିଶାଳ ଆମେରିକୀୟ ବିମାନ C-17 ଗ୍ଲୋବମାଷ୍ଟର ଇସଲାମାବାଦରେ ଅବତରଣ କରି ସମସ୍ତ ଆବଶ୍ୟକୀୟ ସୁରକ୍ଷା ସରଞ୍ଜାମ ପହଞ୍ଚାଇଛି । ଆମେରିକା ସିକ୍ରେଟ୍ ସର୍ଭିସ୍ ଓ ପାକିସ୍ତାନୀ ସୁରକ୍ଷା ବଳ ମିଳିତ ଭାବେ ଆକାଶମାର୍ଗ ଓ ସ୍ଥଳପଥ ଉପରେ ନଜର ରଖିଛନ୍ତି । ସୁରକ୍ଷା ଦୃଷ୍ଟିରୁ ଇସଲାମାବାଦରେ ଅନେକ ସ୍ଥାନରେ ଟ୍ରାଫିକ୍ ପରିବର୍ତ୍ତନ କରାଯାଇଛି ଏବଂ ଭାନ୍ସ ଯିବାକୁ ଥିବା ରାସ୍ତାକୁ ଗୁପ୍ତ ରଖାଯାଇଛି । ହ୍ୱାଇଟ୍ ହାଉସ୍ ପ୍ରେସ୍ ସଚିବ କାରୋଲିନ ଲେଭିଟ୍ କହିଛନ୍ତି, ଜେଡି ଭାନ୍ସ ହେଉଛନ୍ତି ରାଷ୍ଟ୍ରପତି ଟ୍ରମ୍ପଙ୍କ ଅତି ବିଶ୍ୱସ୍ତ । ଇରାନ ସହ ସଂଘର୍ଷ ପରେ ଏବେ ଏକ ସ୍ଥାୟୀ ଶାନ୍ତି ଚୁକ୍ତି କରିବା ପାଇଁ ଆମେରିକା ପ୍ରାଥମିକତା ଦେଉଛି । ସାରା ବିଶ୍ୱ ଏବେ ଏହି ଶାନ୍ତି ଆଲୋଚନାର ଫଳାଫଳକୁ ଅପେକ୍ଷା କରିଛି ।
