ପଶ୍ଚିମବଙ୍ଗ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଐତିହାସିକ ବିଜୟ ପରେ ଦେଶର ରାଜନୈତିକ ସମୀକରଣ ସମ୍ପୂର୍ଣ୍ଣ ବଦଳି ଯାଇଛି। ଦେଶ ଧିରେ ଧିରେ “ଗେରୁଆମୟ” ହେବାରେ ଲାଗିଛି। ନିର୍ବାଚନୀ ଫଳାଫଳ ଏବଂ ସାମ୍ପ୍ରତିକ ଟ୍ରେଣ୍ଡ ଅନୁଯାୟୀ, ଏବେ ଦେଶର ୨୨ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର କ୍ଷମତାସୀନ ହୋଇଛନ୍ତି। ଦେଶର ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବିଜେପି ନିଜର ବିଜୟ ରଥକୁ ସଫଳତାର ସହ ଆଗକୁ ବଢ଼ାଇ ଚାଲିଛି। ବର୍ତ୍ତମାନ ଏନଡିଏ ଶାସିତ ରାଜ୍ୟଗୁଡ଼ିକ ହେଲା ଉତ୍ତର ପ୍ରଦେଶ, ବିହାର, ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ଛତିଶଗଡ଼, ହରିୟାଣା ଏବଂ ଦିଲ୍ଲୀ। ପଶ୍ଚିମବଙ୍ଗ, ଓଡ଼ିଶା, ଗୁଜରାଟ, ମହାରାଷ୍ଟ୍ର ଏବଂ ଗୋଆ। ଆସାମ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ନାଗାଲାଣ୍ଡ, ମଣିପୁର, ସିକ୍କିମ, ମେଘାଳୟ, ଆନ୍ଧ୍ରପ୍ରଦେଶ ଏବଂ ପୁଡୁଚେରୀ।
ପଶ୍ଚିମବଙ୍ଗରେ ବିଶାଳ ବିଜୟ ପରେ ବିଜେପି ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଭାରତର ଏକ ନୂଆ ମାନଚିତ୍ର ଜାରି କରିଛି। ଏହି ମାନଚିତ୍ରରେ କେବଳ ଦଳର ସଫଳତା ନୁହେଁ, ବରଂ ପ୍ରଗତିଶୀଳ ଭାରତର ଏକ ପ୍ରତିଛବି ପ୍ରତିଫଳିତ ହେଉଥିବା ଦଳ ଦାବି କରିଛି। ବିଜେପି କହିଛି ଯେ, “ଦେଶର ହୃଦୟଠାରୁ ଆରମ୍ଭ କରି ବଙ୍ଗଳା ପର୍ଯ୍ୟନ୍ତ, ଏହା କେବଳ ଏକ ମାନଚିତ୍ରର ପରିବର୍ତ୍ତନ ନୁହେଁ, ବରଂ ୨୦୪୭ ସୁଦ୍ଧା ଏକ ‘ବିକଶିତ ଭାରତ’ ଗଠନ ପାଇଁ ରାଷ୍ଟ୍ରର ସଂକଳ୍ପବଦ୍ଧ ବିଶ୍ୱାସ।” ଉତ୍ତରରୁ ଉତ୍ତର-ପୂର୍ବ ପର୍ଯ୍ୟନ୍ତ ରଙ୍ଗରେ ଆସିଥିବା ଏହି ପରିବର୍ତ୍ତନକୁ ଦଳ ଅତ୍ୟନ୍ତ ଗଭୀର ବୋଲି ବର୍ଣ୍ଣନା କରିଛି। ବଙ୍ଗଳା ବିଜୟ ଏହି ବିଜୟ କାହାଣୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ। ବିଶେଷଜ୍ଞଙ୍କ ମତରେ, ପୂର୍ବ ଭାରତରେ ବିଜେପିର ଏହି ଆଧିପତ୍ୟ ଆଗାମୀ ଦିନରେ ଦେଶର ରାଜନୀତିକୁ ଏକ ନୂଆ ଦିଗ ପ୍ରଦାନ କରିବ। ପଶ୍ଚିମବଙ୍ଗ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଏହି ବିଶାଳ ବିଜୟ ପରେ ଦେଶରେ ବିଜେପି ତଥା NDA ଶାସିତ ରାଜ୍ୟର ସଂଖ୍ୟା ପୁଣି ବୃଦ୍ଧି ପାଇଛି। ନିର୍ବାଚନୀ ଫଳାଫଳ ଏବଂ ଟ୍ରେଣ୍ଡ ଅନୁଯାୟୀ, ଏବେ ଦେଶର ୨୨ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଗେରୁଆ ସରକାର କ୍ଷମତାସୀନ ହୋଇଛି। ଦେଶ ଧିରେ ଧିରେ ଗେରୁଆମୟ ହୋଇ ଚାଲିଛି। ତେବେ ବିଜେପିର ଏହି ବିଜୟ ରଥ ଆଗକୁ ଯାଉଛି କି କେରଳ, ତାମିଲନାଡୁରେ ଅଟକି ରହୁଛି ତାହା ଭବିଷ୍ୟତ କହିବ ।
