ଯୁଦ୍ଧର ହେଲା ଅନ୍ତ । ଆମେରିକା-ଇରାନ ମଧ୍ୟରେ ଐତିହାସିକ ଚୁକ୍ତି ସ୍ବାକ୍ଷରିତ। ଯୁଦ୍ଧ ଶେଷ କରିବା ପାଇଁ ଚୁକ୍ତି ସ୍ବାକ୍ଷର କଲେ ଉଭୟ ଦେଶ। ଚୁକ୍ତିନାମାରେ ସ୍ବାକ୍ଷର କଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଓ ପେଜେସ୍କିଆନ। ଫ୍ରାନ୍ସର ଭର୍ସାଇଲ୍ସଠାରେ ରାତ୍ରୀ ଭୋଜନ ସମୟରେ ରାଷ୍ଟ୍ରପତି ଟ୍ରମ୍ପ ଏହାକୁ ବ୍ୟକ୍ତିଗତ ଭାବେ ସ୍ୱାକ୍ଷର କରିଥିବା ନେଇ ସୂଚନା ରହିଛି। ଉଭୟ ଦେଶ ସେମାନଙ୍କର ସାମରିକ କାର୍ଯ୍ୟକଳାପ ବନ୍ଦ କରିବାକୁ ରାଜି ହୋଇଛନ୍ତି। ଫଳରେ ବନ୍ଦ ହୋଇଥିବା ହର୍ମୁଜ୍ ପ୍ରଣାଳୀ ଖୋଲିବ। ଇରାନ ଉପରେ ଲଗାଯାଇଥିବା ଆର୍ଥିକ କଟକଣାକୁ କିପରି କୋହଳ କରାଯିବ ଏବଂ ଇରାନର ପୁନର୍ଗଠନ ପାଇଁ ପାଣ୍ଠି ଯୋଗାଇବା ନେଇ ମଧ୍ୟ ଏହି ଚୁକ୍ତିରେ ରହିଛି । ଏହା ଏକ ପ୍ରାରମ୍ଭିକ ଚୁକ୍ତି ମାତ୍ର । ଆଗାମୀ ଦୁଇ ମାସ ମଧ୍ୟରେ ସ୍ୱିଜରଲ୍ୟାଣ୍ଡରେ ଅଧିକ ବିସ୍ତୃତ ଆଲୋଚନା ହେବାର ଯୋଜନା ରହିଛି । ଯେଉଁଥିରେ ଇରାନର ପରମାଣୁ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ଜଟିଳ ପ୍ରସଙ୍ଗ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।
ଅଧିକ ଖବର
-
ଭାରତ ଉପରେ ଘନେଇଛି ୧୦୦% ଟାରିଫ୍ କଳାବାଦଲ
September 17, 2026 -
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ,ଦେଶବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ
September 17, 2026 -
କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଜାରି କରିଛି ନୂଆ ଗେଜେଟ୍ ବିଜ୍ଞପ୍ତି,୨,୦୦୦ ଟଙ୍କା ପର୍ଯ୍ୟନ୍ତ UPI କାରବାର ଏବଂ RuPay ଡେବିଟ୍ କାର୍ଡ ପେମେଣ୍ଟ ଉପରେ କୌଣସି ଶୁଳ୍କ ଲାଗିବ ନାହିଁ
September 15, 2026
