ମନ ଜିଣିଲେ ଧର୍ମେନ୍ଦ୍ର ପ୍ରଧାନ

ମନ ଜିଣିଲେ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସମସ୍ତଙ୍କ ମନ ଜଣିଲେ ଧର୍ମେନ୍ଦ୍ର ପ୍ରଧାନ । ଇସ୍ତଫା ସହ ଧର୍ମେନ୍ଦ୍ରଙ୍କ ଦୁଇ ପୃଷ୍ଠା ସମ୍ବଳିତ ଲେଖା

ମୋର ଯୁବ ସାଥୀମାନେ,
ମୁଁ ଗତ ୪ ଦଶନ୍ଧିରୁ ଅଧିକ ସମୟ ଧରି ଛାତ୍ର, ଶିକ୍ଷକ ଏବଂ ଶିକ୍ଷା ସୁଧାର ପାଇଁ ସମର୍ପିତ ରହିଛି। ମୋର ସଦାବେଳେ ଏହି ବିଶ୍ୱାସ ରହିଛି ଯେ ଏକ ସଶକ୍ତ, ସମାବେଶୀ ଏବଂ ଦୂରଦର୍ଶୀ ଶିକ୍ଷା ବ୍ୟବସ୍ଥା ହିଁ ସଶକ୍ତ ରାଷ୍ଟ୍ରର ଆଧାରଶୀଳା ଅଟେ।
ମୁଁ ଦେଶର ଯୁବକମାନଙ୍କର ଆକାଂକ୍ଷା, ଭାବନା ଏବଂ ସେମାନଙ୍କର ନ୍ୟାୟୋଚିତ ଅପେକ୍ଷାର ଗଭୀର ସମ୍ମାନ କରେ। ଭାରତର ଯୁବ ପିଢ଼ିର ସ୍ୱପ୍ନଗୁଡ଼ିକୁ ସାକାର କରିବା ଆମ ସମସ୍ତଙ୍କର ରାଜନୈତିକ ଏବଂ ସାମାଜିକ ଜୀବନର ନୈତିକ ସଂକଳ୍ପ ରହିଛି। ଆଦରଣୀୟ ପ୍ରଧାନମନ୍ତ୍ରୀ ଜୀଙ୍କର ଦୂରଦର୍ଶୀ ନେତୃତ୍ୱରେ ରାଷ୍ଟ୍ରର ସେବା କରିବାର ଯେଉଁ ଅବସର ମୋତେ ପ୍ରାପ୍ତ ହେଲା ସେଥିପାଇଁ ମୁଁ ପ୍ରଧାନମନ୍ତ୍ରୀ ଜୀଙ୍କର ଆଭାର ପ୍ରକଟ କରୁଛି।
କିନ୍ତୁ ୩ ମଇ ୨୦୨୬ରେ ହୋଇଥିବା NEET-UG ପରୀକ୍ଷାରେ ସାମମ୍ନାକୁ ଆସିଥିବା ଅନିୟମିତତା ପରିଲକ୍ଷିତ ହେଲା। ଭାରତ ସରକାର ଏହାକୁ ତୁରନ୍ତ ସ୍ୱାଧୀନ ଭାବେ ଗ୍ରହଣ କରି ତଦନ୍ତ ସିବିଆଇକୁ ହସ୍ତାନ୍ତର କଲେ ଏବଂ ପରୀକ୍ଷାକୁ ରଦ୍ଦ କରି ପୁନଃ ପରୀକ୍ଷାର ତିଥି ଘୋଷଣା କରାଗଲା। ଏହା ସହିତ ଆଗାମୀ ବର୍ଷରୁ ଏହି ପରୀକ୍ଷାକୁ ସିବିଟି (Computer-based-test) ମୋଡ଼ରେ କରିବାର ନିଷ୍ପତ୍ତି ନିଆଗଲା।
ଏହି ସମୟରେ ଆମର ପ୍ରମୁଖ ପ୍ରାଥମିକତା ଏହା ରହିଲା ଯେ ୨୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କର ପରୀକ୍ଷା ସୁରୁଖୁରୁରେ ଆୟୋଜିତ କରାଯାଉ। ଏଥିପାଇଁ “whole of government approach” (ସମଗ୍ର ସରକାରୀ ଦୃଷ୍ଟିକୋଣ) ଅଧୀନରେ କାମ କରାଗଲା। ଏଥିରେ ଭାରତ ସରକାରଙ୍କ ସହିତ ରାଜ୍ୟ ସରକାର, ବିଶେଷକରି ଜିଲ୍ଲା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ସେହିପରି, ଛାତ୍ରଛାତ୍ରୀ, ଅଭିଭାବକ ଏବଂ ମାତା-ପିତାଙ୍କ ସହଯୋଗରେ ୨୧ ଜୁନ୍ ୨୦୨୬ରେ ଏହି ପରୀକ୍ଷା ସମ୍ପୂର୍ଣ୍ଣ ହେଲା।
ପ୍ରଥମ ଦିନରୁ ହିଁ, ଏଥିପାଇଁ ମୁଁ ଦାୟିତ୍ୱ ନେଲି ଏବଂ ଏହି ପରିସ୍ଥିତିରୁ କେବେ ମୁହଁ ଫେରାଇଲି ନାହିଁ। ମୋର ଏହି ସଂକଳ୍ପ ଥିଲା ଯେ ଆମେ କୌଣସି ମେଧାବୀ ଛାତ୍ରଙ୍କର ସମ୍ଭାବନାକୁ ପରୀକ୍ଷା ମାଫିଆଙ୍କ କାରଣରୁ ନଷ୍ଟ ହେବାକୁ ଦେବୁ ନାହିଁ, କୌଣସି ଛାତ୍ରଙ୍କ ସହିତ ଅନ୍ୟାୟ ହେବାକୁ ଦେବୁ ନାହିଁ।
୧୬ ଜୁଲାଇରେ ଘୋଷିତ NEET-UG ର ପରିଣାମ ସନ୍ତୋଷଜନକ ରହିଲା ଯେଉଁଥିରେ ଗରୀବ ପୃଷ୍ଠଭୂମିରୁ ଆସିଥିବା ଅନେକ ମେଧାବୀ ଛାତ୍ରଛାତ୍ରୀ ମଧ୍ୟ ସଫଳତା ପ୍ରାପ୍ତ କଲେ।
ତଥାପି ଏହି ସମୟରେ ମଧ୍ୟ ଅନେକ ଛାତ୍ରଛାତ୍ରୀଙ୍କୁ ଭ୍ରମିତ କରିବା ପାଇଁ ଦାୟିତ୍ୱପୂର୍ଣ୍ଣ ପଦବୀରେ ଥିବା ବ୍ୟକ୍ତିମାନେ ବାଧା ସୃଷ୍ଟି କରିବାର ପ୍ରୟାସ କଲେ, ଯେଉଁଥିପାଇଁ ମନ ଅତ୍ୟନ୍ତ ବ୍ୟଥିତ ହେଲା।
ମୁଁ ସଦାବେଳେ ଆମର ପ୍ରଜାତନ୍ତ୍ରର ଶକ୍ତିରେ ଅଟଳ ବିଶ୍ୱାସ ରଖିଆସିଛି ତଥା ଯୁବକମାନଙ୍କର ଆକାଂକ୍ଷା, ସ୍ୱପ୍ନ ଏବଂ ଅପେକ୍ଷାର ଗଭୀର ସମ୍ମାନ କରିଆସିଛି। ସେମାନେ କେବଳ ଭାରତର ଭବିଷ୍ୟତ ନୁହଁନ୍ତି, ବରଂ ଏକ ନୂତନ ଏବଂ ବିକଶିତ ଭାରତର ବାହକ, ନିର୍ମାତା ଏବଂ ଭବିଷ୍ୟତର ଶିଳ୍ପୀ ମଧ୍ୟ ଅଟନ୍ତି।
ଗତ ୧୦ ଦିନର ଘଟଣାକ୍ରମ ଦେଖି ମୋର ମନ ଦୁଃଖୀ ଅଟେ। ଏହା ମୋ ପାଇଁ ବ୍ୟକ୍ତିଗତ ପ୍ରତିଷ୍ଠାର ବିଷୟ ନୁହେଁ।
ଭାରତର ଯୁବଶକ୍ତି ହିଁ ଏହି ଦେଶର ପ୍ରକୃତ ଶକ୍ତି ଅଟେ।
ଦେଶର ଯୁବଶକ୍ତିକୁ ଭ୍ରମର କୁଚକ୍ରରେ ଫସିବାକୁ ଦେବୁ ନାହିଁ, ଏହାହିଁ ମୋର ସଂକଳ୍ପ ଅଟେ।
ଜନ୍ତର-ମନ୍ତରରେ ଏବଂ ଦେଶରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ଏହି ପରିସ୍ଥିତିର ରାଷ୍ଟ୍ରବିରୋଧୀ ଶକ୍ତିମାନେ ଯେପରି ଲାଭ ନ ଉଠାନ୍ତି, ଦେଶର ଏକତା ଯେପରି ବଜାୟ ରହେ, ଭାରତର ଗୋଟିଏ ବି ବିଦ୍ୟାର୍ଥୀଙ୍କର ଭବିଷ୍ୟତ ଆଇନଗତ ଜଟିଳତାରେ ନ ଛନ୍ଦି ହେଉ, ଆମର ପିଲାମାନେ ସେମାନଙ୍କର ସମୟ ପାଠପଢ଼ାରେ ଲଗାନ୍ତୁ, କ୍ୟାରିୟର ଗଠନ କରିବା ଉପରେ ଫୋକସ କରନ୍ତୁ, ଏହି କଥାକୁ ବିଚାର କରି ମୁଁ ମୋର ଇସ୍ତଫାପତ୍ର ଆଦରଣୀୟ ପ୍ରଧାନମନ୍ତ୍ରୀ ଜୀଙ୍କ ନିକଟକୁ ପଠାଇ ଦେଇଛି।
ମୁଁ ଆଦରଣୀୟ ପ୍ରଧାନମନ୍ତ୍ରୀ ଜୀଙ୍କର ମାର୍ଗଦର୍ଶନ, ବିଶ୍ୱାସ ଏବଂ ନିରନ୍ତର ସହଯୋଗ ପାଇଁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି। ଏହା ସହିତ, ମନ୍ତ୍ରିମଣ୍ଡଳର ମୋର ସମସ୍ତ ସମ୍ମାନିତ ସହଯୋଗୀଗଣ, ମନ୍ତ୍ରଣାଳୟର ଅଧିକାରୀ ଏବଂ କର୍ମଚାରୀଗଣ ତଥା ସେହି ସମସ୍ତ ବ୍ୟକ୍ତିମାନଙ୍କର ମଧ୍ୟ ଆଭାର ପ୍ରକଟ କରୁଛି, ଯେଉଁମାନଙ୍କ ସହିତ ମୋତେ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେଲା। ରାଷ୍ଟ୍ରସେବା ମୋ ଜୀବନର ସର୍ବୋଚ୍ଚ ପ୍ରାଥମିକତା ଅଟେ। ମୁଁ ଏହା ପାଇଁ ସଦାବେଳେ ସମର୍ପିତ ରହିବି।
ପ୍ରଭୁ ଶ୍ରୀଜଗନ୍ନାଥ ଜୀଙ୍କ ଆଶୀର୍ବାଦରୁ ମୁଁ ଭବିଷ୍ୟତରେ ମଧ୍ୟ ଭାରତ ମାତା, ଓଡ଼ିଶାର ଜନସାଧାରଣ ତଥା ଦେଶର ଯୁବକମାନଙ୍କର ଆକାଂକ୍ଷା ପୂରଣ ପାଇଁ ପ୍ରତ୍ୟେକ ସମ୍ଭାବ୍ୟ ରୂପରେ ନିଜକୁ ସମର୍ପିତ ରଖିବି।
ଆପଣଙ୍କର,
Dharmendra Pradhan

–କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସମସ୍ତଙ୍କ ମନ ଜଣିଲେ ଧର୍ମେନ୍ଦ୍ର ପ୍ରଧାନ । ଇସ୍ତଫା ସହ ଧର୍ମେନ୍ଦ୍ରଙ୍କ ଦୁଇ ପୃଷ୍ଠା ସମ୍ବଳିତ ଲେଖା ଶିକ୍ଷା ପ୍ରତି ଥିବା ତାଙ୍କ ସମର୍ପଣର ଦର୍ପଣ । ଏତେ ବଡ଼ ପଦବୀକୁ ଗୋଟିଏ ସେକେଣ୍ଡରେ ତୁଚ୍ଛ କରିଦେଇଥିବା ଧର୍ମେନ୍ଦ୍ର ନିଜ ଇସ୍ତଫା ପତ୍ରରେ ବି ପିଲାଙ୍କୁ ଭବିଷ୍ୟତ ପାଇଁ ପରାମର୍ଶ ଦେବାକୁ ଭୁଲି ନାହାଁନ୍ତି । ନିଜ ଇସ୍ତଫାରେ ଧର୍ମେନ୍ଦ୍ର ଏମିତ କିଛି ଲେଖିଛନ୍ତି ଯାହା ସମସ୍ତଙ୍କ ମନ ଜିଣିଛି। ଶିକ୍ଷା ସହ ତାଙ୍କ ସଂପର୍କ ନେଇ ଧର୍ମେନ୍ଦ୍ର ଲେଖିଛନ୍ତି ସେ ୪ ଦଶନ୍ଧିରୁ ଅଧିକ ସମୟ ଧରି ଛାତ୍ର, ଶିକ୍ଷକ ଏବଂ ଶିକ୍ଷା ସୁଧାର ପାଇଁ ସମର୍ପିତ । ସଶକ୍ତ, ସମାବେଶୀ ଏବଂ ଦୂରଦୃଷ୍ଟିସମ୍ପନ୍ନ ଶିକ୍ଷା ବ୍ୟବସ୍ଥା ହିଁ ସଶକ୍ତ ରାଷ୍ଟ୍ରର ଆଧାରଶୀଳା । ଯୁବବର୍ଗଙ୍କ ଆକାଂକ୍ଷା, ଭାବନା ଏବଂ ସେମାନଙ୍କ ନ୍ୟାୟୋଚିତ ଅପେକ୍ଷାକୁ ସେଗଭୀର ସମ୍ମାନ କରନ୍ତି । ଯୁବପିଢ଼ିର ସ୍ୱପ୍ନକୁ ସାକାର କରିବା ଆମ ସମସ୍ତଙ୍କର ନୈତିକ ସଂକଳ୍ପ। କେବଳ ସେତିକି ନୁହେଁ ଏତେ ବଡ଼ ପଦକୁ କିଛି ସେକେଣ୍ଡ ମଧ୍ୟରେ ତ୍ୟାଗ କରିବାରେ ଟିକିଏ ବି କୁଣ୍ଠା କରିନାହାନ୍ତି ସେ । ଏପରିକି ଇସ୍ତଫା ବେଳେ ବି ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ଗଠନ ନେଇ ଦେଇଛନ୍ତି ପରାମର୍ଶ । ପିଲାମାନେ ନିଜ ସମୟ ପାଠପଢ଼ାରେ ଲଗାନ୍ତୁ । କ୍ୟାରିୟର ଗଢ଼ିବା ଉପରେ ଧ୍ୟାନ ଦିଅନ୍ତୁ । ଯୁବବର୍ଗ ଭାରତର ଭବିଷ୍ୟତ, ନୂତନ ଏବଂ ବିକଶିତ ଭାରତର ବାହକ । ଛାତ୍ର ହେଉଛନ୍ତି ଦେଶର ନିର୍ମାତା ଏବଂ ଭବିଷ୍ୟତର ଶିଳ୍ପୀ ବୋଲି ସେ ଉଲ୍ଲେଖ କରିଛନ୍ତି। ଏହାଛଡ଼ା ସେ କାହିଁକି ଦେଲେ ଇସ୍ତଫା ସେ ନେଇ ମଧ୍ୟ ସ୍ପଷ୍ଟ ଭାବେ ଲେଖିଛନ୍ତି। “ବିଗତ ୧୦ ଦିନର ଘଟଣାକ୍ରମ ତାଙ୍କ ମନକୁ କେତେ ଦୁଃଖ ଦେଇଛି ସେ ଉଲ୍ଲେଖ କରିଛନ୍ତି। ଏହା ମୋ ପାଇଁ ବ୍ୟକ୍ତିଗତ ପ୍ରତିଷ୍ଠାର ବିଷୟ ନୁହେଁ । ଭାରତର ଯୁବଶକ୍ତି ହିଁ ଏହି ଦେଶର ଅସଲି ଶକ୍ତି। ଦେଶର ଯୁବଶକ୍ତିକୁ ଭ୍ରମ ଓ କୁଚକ୍ରରେ ଫସିବାକୁ ଦେବିନାହିଁ। ପରିସ୍ଥିତିର ଫାଇଦା ଯେମିତି ରାଷ୍ଟ୍ରବିରୋଧୀ ଶକ୍ତିମାନେ ନ ଉଠାନ୍ତୁ ଓ ଜଣେ ହେଲେ ବି ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଆଇନଗତ ଜଟିଳତା ମଧ୍ୟରେ ନ ଫସୁ ସେଥିପାଇଁ ଇସ୍ତଫା ଦେଲି ବୋଲି କହିଛନ୍ତି।” କେବଳ ସେତିକି ନୁହେଁ ଦେଶ ଓ ରାଜ୍ୟ ପାଇଁ ତାଙ୍କ ସର୍ମପଣ ବି ତାଙ୍କ ଲେଖାରେ ଝଲସି ଉଠୁଛି । ସେ ଲେଖିଛନ୍ତି ରାଷ୍ଟ୍ରସେବା ମୋ ଜୀବନର ସର୍ବୋଚ୍ଚ ପ୍ରାଥମିକତା । “ମୁଁ ଏଥି ପାଇଁ ସଦାସର୍ବଦା ସମର୍ପିତ ରହିବି।” ” ମୁଁ ଦେଶର ଯୁବବର୍ଗଙ୍କ ଆକାଂକ୍ଷାର ପୂରଣ ପାଇଁ ନିଜକୁ ସମର୍ପିତ ରଖିବି।”ଦେଶର ଏକତା ବଜାୟ ରହୁ ବୋଲି ଲେଖି ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠାଇ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ତ୍ୟାଗପତ୍ର । ଶିକ୍ଷା ପ୍ରତି କେବଳ ନିଜର ସମର୍ପଣ ଓ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ନୁହେଁ ବରଂ ନିଟ୍ ଅନିୟମିତତା ଜଣାପଡ଼ିବା ପରେ କେମିତି ନେଇଥିଲେ ତ୍ବରିତ ଆକ୍ସନ ସେନେଇ ମଧ୍ୟ ଉଲ୍ଲେଖ କରିଛନ୍ତି ଧର୍ମେନ୍ଦ୍ର । ମାମଲା ତୁରନ୍ତ CBIକୁ ହସ୍ତାନ୍ତରଠାରୁ ପରୀକ୍ଷା ରଦ୍ଦ ଓ ପୁନଃ ପରୀକ୍ଷା ନେଇ ସେ ଉଲ୍ଲେଖ କରିଛନ୍ତି । ଆସନ୍ତା ବର୍ଷଠାରୁ ଏହି ପରୀକ୍ଷାକୁ CBT ମୋଡ୍‌ରେ କରାଇବାକୁ ନିଷ୍ପତ୍ତି ପ୍ରସଙ୍ଗ ବି ସେ ଲେଖିଛନ୍ତି । କୌଣସି ଛାତ୍ରଙ୍କ ସହିତ ଅନ୍ୟାୟ ହେବାକୁ ଦେବୁନାହିଁ ଏହାକୁ ପାଥେୟ କରି ନିଟ୍ ପୁନଃ ପରୀକ୍ଷା କରାଇ ତୁରନ୍ତ ରେଜଲ୍ଟ ବାହାର କରାଯାଇଥିଲା ବୋଲି ଲେଖିଛନ୍ତି ଧର୍ମେନ୍ଦ୍ର । ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଦେଶର ଯୁବବର୍ଗଙ୍କ ଆକାଂକ୍ଷା ପୂରଣ ପାଇଁ ନିଜକୁ ସମର୍ପିତ ରଖିବି ବୋଲି ଲେଖି ସମର୍ପି ଦେଇଛନ୍ତି ଇସ୍ତଫା ପତ୍ର ।

ପ୍ରଦ୍ୟୁମ୍ନ ଶତପଥୀ

Posted in ଦେଶ ବିଦେଶ, Featured.