କଂଗ୍ରେସ ମୁଖ୍ୟାଳୟରେ ଜାତୀୟ ଗାନ ଏବଂ ଜାତୀୟ ପ୍ରତିକ ତ୍ରିରଙ୍ଗା ପ୍ରତି ଉଦ୍ଦେଶ୍ୟମୁଳକ ଭାବେ ଅସମ୍ମାନ ପ୍ରଦର୍ଶନ ପ୍ରସଙ୍ଗରେ ଭୁବନେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚା ତରଫରୁ ନୀରବ ଶୋଭାଯାତ୍ରା

କଂଗ୍ରେସ ମୁଖ୍ୟାଳୟରେ ଜାତୀୟ ଗାନ ଏବଂ ଜାତୀୟ ପ୍ରତିକ ତ୍ରିରଙ୍ଗା ପ୍ରତି ଉଦ୍ଦେଶ୍ୟମୁଳକ ଭାବେ ଅସମ୍ମାନ ପ୍ରଦର୍ଶନ ପ୍ରସଙ୍ଗରେ ଭୁବନେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚା ତରଫରୁ ନୀରବ ଶୋଭାଯାତ୍ରା

ଗତ କାଲି ଦିଲ୍ଲୀରେ ଜାତୀୟ କଂଗ୍ରେସ ମୁଖ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ବରିଷ୍ଠ ନେତ୍ରୀ ଶ୍ରୀମତୀ ସୋନିଆ ଗାନ୍ଧୀ, କଂଗ୍ରେସ ଦଳର ସଭାପତି ମଲ୍ଲିକାର୍ଜୁନ ଖାଡଗେ, ବିରୋଧୀ ଦଳ ନେତା ଶ୍ରୀ ରାହୁଲ ଗାନ୍ଧୀ ଜାତୀୟ ଗାନ ଏବଂ ଜାତୀୟ ପ୍ରତିକ ତ୍ରିରଙ୍ଗା ପ୍ରତି ଯେଉଁ ଭଳି ଉଦ୍ଦେଶ୍ୟମୁଳକ ଭାବେ ଅସମ୍ମାନ ପ୍ରଦର୍ଶନ କରିଛନ୍ତି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ପୂର୍ଣ୍ଣ ବନ୍ଦେ ମାତରମ୍ ଗାନ ଶୁଣି ଶ୍ରୀମତୀ ସୋନିଆ ଗାନ୍ଧୀ, ମଲ୍ଲିକାର୍ଜୁନ ଖାଡଗେ ଏବଂ ଶ୍ରୀ ରାହୁଲ ଗାନ୍ଧୀ ବିରୁଡି କାମୁଡିଲା ଭଳି ଆଚରଣ କରିଛନ୍ତି । ଯାହା ଭାରତୀୟ ନାଗରିକଙ୍କ ଜାତୀୟ ଭାବନାକୁ ଆଘାତ ଦେଇଛି । ଏହା ପ୍ରତିବାଦରେ ଭୁବନେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚା ତରଫରୁ ନୀରବ ଶୋଭାଯାତ୍ରା କରାଯାଇଥିଲା । ରାଜ୍ୟ କାର୍ଯ୍ୟାଳୟରୁ ବାହାରି ଏହି ଶୋଭାଯାତ୍ରା ମାଷ୍ଟର କ୍ୟାଂଟିନ ଛକସ୍ଥିତ କଂଗ୍ରେସ ଭବନ ପର୍ଯ୍ୟନ୍ତ ଯାଇଥିଲା । ପ୍ରଦର୍ଶନକାରୀମାନେ ହାତରେ ପ୍ଲାକାର୍ଡ ଧରି ଏବଂ ମୁଣ୍ଡରେ କଳା ପଟି ବାନ୍ଧି ବିରୋଧ କରିଥିଲେ ।
ଏହି ଶୋଭାଯାତ୍ରାରେ ସାଂସଦ ଶ୍ରୀ ସୁକାନ୍ତ ପାଣିଗ୍ରାହୀ, ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଶାରଦା ପ୍ରସାଦ ଶତପଥୀ, ରାଜ୍ୟ ସଂପାଦକ ଶ୍ରୀ ସରୋଜ କର, ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଜଗନ୍ନାଥ ପ୍ରଧାନ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡା, ଭୁବନେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ ସ୍ୱୟଂସେବକ ରାୟ ପ୍ରମୁଖଙ୍କ ସମେତ ରାଜ୍ୟ ଓ ଜିଲ୍ଲାସ୍ତରୀୟ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Posted in ରାଜନୀତି.