୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ ଗୁଜୁରାଟର ଏକତା ନଗରଠାରେ ଅନୁଷ୍ଠିତ ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି । ପ୍ରଥମ ଥର ପାଇଁ ଏହି ସମାରୋହ ଦିଲ୍ଲୀ ବାହାରେ କରାଯାଇଛି । ବରିଷ୍ଠ ଅଭିନେତା ଅନନ୍ତ ନାଗଙ୍କୁ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଆର୍ଟିକିଲ୍ ୩୭୦କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଛି । ଏହି ଫିଲ୍ମ ପାଇଁ ୟାମୀ ଗୌତମଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
ବରିଷ୍ଠ ଅଭିନେତା ମାମୁଟ୍ଟି ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାରରେ ସାମ୍ମାନିତ କରାଯାଇଥିଲା । ମାମୁଟ୍ଟିଙ୍କୁ ମାଲାୟଲମ ଫିଲ୍ମ ବ୍ରମାୟୁଗମ ପାଇଁ ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କୁ ଚନ୍ଦୁ ଚାମ୍ପିଅନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଅମ୍ରାନ ଚଳଚ୍ଚିତ୍ରରେ ବଳିଷ୍ଠ ନିର୍ଦ୍ଦେଶନା ପାଇଁ ରାଜ କୁମାର ପେରିଆସାମୀଙ୍କ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ମିଳିଥିବା ବେଳେ କଲ୍କି ୨୮୯୮ ଏଡିକୁ ଶ୍ରେଷ୍ଠ ମନୋରଂଜନଧର୍ମୀ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ଅନୁରୂପ ଭାବେ ପୁଷ୍ପା-୨, ସ୍ତ୍ରୀ-୨, ମହାରାଜା ଆଦି ଫିଲ୍ମକୁ ବିଭିନ୍ନ ବର୍ଗରେ ପୁରସ୍କୃତ କରାଯାଇଥିଲା ।
ଏହି ସମାରୋହରେ ମୋଟ୍ ୯୨ ବିଜେତାଙ୍କୁ ସମ୍ମାନିତ କରାଯାଇଛି । ରଣଦୀପ ହୁଡ୍ଡାଙ୍କୁ ଫିଲ୍ମ ସ୍ବାତନ୍ତ୍ୟ ବୀର ସାବରକରଙ୍କ ପାଇଁ ସର୍ବଶ୍ରେଷ୍ଠ ଡେବ୍ୟୁ ନିର୍ଦ୍ଦେଶକ ପୁରସ୍କାର ଜିତିଛନ୍ତି । ହିନ୍ଦୀ ଫିଲ୍ମ ମଇଦାନର ଗୀତ ଜାନେ ଦୋ ପାଇଁ ମନୋଜ ମୁଣ୍ଟିଶରଙ୍କୁ ଶ୍ରେଷ୍ଠ ସଂଗୀତଜ୍ଞ ଆୱାର୍ଡ ମିଳିଛି ।
