ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଏବେ ଉପକୂଳ ଆଡ଼କୁ ଦ୍ରୁତ ଗତି କରି କଳିଙ୍ଗପଟନମ୍ ନିକଟରେ ଏହା ଉପକୂଳ ଅତିକ୍ରମ କରିଛି । ସଦ୍ୟତମ IMD ବୁଲେଟିନ୍ ଅନୁସାରେ, ୨୩ ସେପ୍ଟେମ୍ବର ସନ୍ଧ୍ୟା ୫ଟା ୩୦ ସୁଦ୍ଧା ଗଭୀର ଅବପାତଟି କଳିଙ୍ଗପଟନମ୍ଠାରୁ ପ୍ରାୟ ୩୦ କିମି ଦକ୍ଷିଣ-ଦକ୍ଷିଣପଶ୍ଚିମରେ, ବିଶାଖାପଟନମ୍ଠାରୁ ୯୦ କିମି ପୂର୍ବ-ଉତ୍ତରପୂର୍ବରେ ଏବଂ ଗୋପାଳପୁରଠାରୁ ପ୍ରାୟ ୧୬୦ କିମି ଦକ୍ଷିଣ-ପଶ୍ଚିମରେ ରହିଥିଲା । ଗଭୀର ଅବପାତର ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଓ ଉପକୂଳ ଅଞ୍ଚଳରେ ବର୍ଷା ଓ ପବନର ପ୍ରଭାବ ଜାରି ରହିଛି । ଦକ୍ଷିଣ ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୫୫ ରୁ ୬୫ ବେଗରେ ପବନ ଏବଂ ଝଟକା ପବନ ୭୫ କିମି ପ୍ରତିଘଣ୍ଟା ପର୍ଯ୍ୟନ୍ତ ରହିଛି । ଗଭୀର ଅବପାତ ପ୍ରଭାବରେ ଓଡ଼ିଶାର ଅନେକ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେଉଛି । ବିଶେଷକରି ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ଅତ୍ୟଧିକ ବର୍ଷାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ସମୟରେ ଦୃଶ୍ୟମାନତା ମଧ୍ୟ ହ୍ରାସ ପାଇପାରେ । ଏହି ଗଭୀର ଅବପାତର ପ୍ରଭାବରେ ପୂର୍ବରୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଗଛ ଉପୁଡ଼ିବା, ରାସ୍ତା ଅବରୋଧ ଓ ଜଳବନ୍ଦୀ ଭଳି ସମସ୍ୟା ଦେଖାଦେଇଛି। ପ୍ରଶାସନ ପକ୍ଷରୁ ମଧ୍ୟ ସମ୍ଭାବ୍ୟ ବର୍ଷା ଓ ପବନକୁ ନଜରରେ ରଖି ସତର୍କତାମୂଳକ ପଦକ୍ଷେପ ଜାରି ରହିଛି ।
ଅଧିକ ଖବର
-
ଭାରତୀୟ ବାୟୁସେନାର ଇତିହାସ,ନ୍ୟୋମାରେ ଅବତରଣ କଲା ବିଶାଳ IL-76MD ବିମାନ
November 7, 2026 -
ପ୍ରଭୁ ଶ୍ରୀରାମଙ୍କ ପବିତ୍ର ନଗରୀ ଅଯୋଧ୍ୟାରେ ଧୁମ୍ଧାମରେ ପାଳିତ ହୋଇଛି ଦଶମ ଦୀପୋତ୍ସବ,୫୬ଟି ଘାଟରେ ପ୍ରଜ୍ୱଳିତ ହୋଇଛି ୩୦ ଲକ୍ଷ ଦୀପ
November 7, 2026 -
ସୂର୍ଯ୍ୟକୁମାର ଯାଦବ ଏବଂ ତାଙ୍କ ପରିବାରକୁ ଭେଟିଲେ ପିଏମ୍ ମୋଦୀ, କ୍ରିକେଟରଙ୍କ ଝିଅ ଗାଇଲେ ଭଜନ
November 6, 2026
