ଇସ୍ରାଏଲର ବିମାନ ହାଇଜ୍ୟାକ୍ ମାମଲାକୁ ନେଇ ବଡ଼ ଖୁଲାସା: ବିମାନ ଅପହରଣ ନୁହେଁ ବରଂ ପାଇଲଟଙ୍କ ଝଗଡା ଯୋଗୁଁ ଡାଇଭର୍ଟ କରାଯାଇଥିଲା

ଇସ୍ରାଏଲର ବିମାନ ହାଇଜ୍ୟାକ୍ ମାମଲାକୁ ନେଇ ବଡ଼ ଖୁଲାସା: ବିମାନ ଅପହରଣ ନୁହେଁ ବରଂ ପାଇଲଟଙ୍କ ଝଗଡା ଯୋଗୁଁ ଡାଇଭର୍ଟ କରାଯାଇଥିଲା

ଇସ୍ରାଏଲର ବିମାନ ହାଇଜ୍ୟାକ୍ ମାମଲାକୁ ନେଇ ବଡ଼ ଖୁଲାସା ହୋଇଛି । ଫ୍ଲାଇ ଦୁବାଇ ବିମାନ ଅପହରଣ ନୁହେଁ ବରଂ ପାଇଲଟଙ୍କ ଝଗଡା ଯୋଗୁଁ ଡାଇଭର୍ଟ କରାଯାଇଥିଲା । କକପିଟ୍ ରେ ଥିବା ଜଣେ ପାଇଲଟ ବିମାନକୁ କ୍ରାସ କରିବାକୁ ଚାହୁଁଥିଲେ, ଯାହାକୁ ରୋକିବା ପାଇଁ ଅନ୍ୟ ପାଇଲଟ ଚେଷ୍ଟା କରିଥିଲେ । କକପିଟ୍ ଭିତରେ ପାଇଲଟଙ୍କ ମଧ୍ୟରେ ମାରପିଟ୍ ଯୋଗୁଁ ଜଣେ ପାଇଲଟଙ୍କ ହାତ ବିମାନର ହାଇଜାକ୍ ବଟନରେ ବାଜିଥିଲା । ଫଳରେ ଦୁବାଇ-ତେଲ୍ ଅବିବ ଯାଉଥିବା ଫ୍ଲାଇଦୁବାଇ ବିମାନ ଡାଇଭର୍ଟ ହୋଇଥିଲା । ୧୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ଫ୍ଲାଇଦୁବାଇ ବିମାନ ସାଉଦୀ ଆରବରେ ଜରୁରୀକାଳୀନ ଅବତରଣ କରିଥିଲା ।

ଖବର ମୁତାବକ, ବୋଇଂ 737 MAX 8 ବିମାନଟି ଦୁବାଇ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟରୁ ଉଡ଼ାଣ ଭରିବାର ପ୍ରାୟ ଦୁଇ ଘଣ୍ଟା ପରେ ଜରୁରୀ ସଙ୍କେତ ପଠାଇଥିଲା । କକପିଟ୍ ଭିତରେ ପାଇଲଟଙ୍କ ମଧ୍ୟରେ ମାରପିଟ୍ ଯୋଗୁଁ ଜଣେ ପାଇଲଟଙ୍କ ହାତ ବିମାନର ହାଇଜାକ୍ ବଟନରେ ବାଜିଥିଲା । ଫଳରେ ଦୁବାଇ-ତେଲ୍ ଅବିବ ଯାଉଥିବା ଫ୍ଲାଇଦୁବାଇ ବିମାନ ଡାଇଭର୍ଟ ହୋଇଥିଲା ।

ଉଡ଼ାଣର ପ୍ରାୟ ୯୦ ମିନିଟ୍ ପରେ ଆକାଶମାର୍ଗରେ ଥିବା ବେଳେ ବିମାନର କ୍ରୁ ପ୍ରଥମେ Squawk code 7700 ଅର୍ଥାତ୍ ସାଧାରଣ ଜରୁରୀକାଳୀନ ସିଗନାଲ୍ ପଠାଇଥିଲେ । ଏହାର କିଛି ସମୟ ପରେ, ଟ୍ରାନ୍ସପଣ୍ଡର କୋଡ୍ ବଦଳି ୭୫୦୦ ହୋଇଯାଇଥିଲା । ଯାହା ନିର୍ଦ୍ଦିଷ୍ଟ ଭାବେ ବେଆଇନ ହସ୍ତକ୍ଷେପ କିମ୍ବା ବିମାନ ଅପହରଣକୁ ସୂଚାଇଥାଏ । ତେବେ ଏଟିସିକୁ ଦୁଇଟି ସିଗନାଲ ମିଳିଥିଲା । ଜରୁରୀ ସଙ୍କେତ ପରେ ପରିସ୍ଥିତି ଉପରେ ନଜର ରଖିବାକୁ ଦୁଇଟି ଯୁଦ୍ଧ ବିମାନ ସକ୍ରିୟ କରାଯାଇଥିଲା ।

ଘଟଣାକୁ ନେଇ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଓ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ ଜରୁରୀ ଆଲୋଚନା କରିଥିଲେ । ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ସୁରକ୍ଷା ସୂତ୍ରରୁ ଏହା କୌଣସି ଅପହରଣ କିମ୍ବା ବାହ୍ୟ ଆତଙ୍କବାଦୀ ଆକ୍ରମଣ ନୁହେଁ ବୋଲି ସମ୍ପୂର୍ଣ୍ଣ ରୂପେ ସ୍ପଷ୍ଟ କରାଯାଇଛି । ପାଇଲଟ୍ ମାନଙ୍କ ମଧ୍ୟରେ ହୋଇଥିବା ଝଗଡା ଯୋଗୁଁ ହିଁ ଏହି ଜରୁରୀକାଳୀନ ସିଗନାଲ୍ ଏବଂ ହଠାତ୍ ବିମାନର ଉଚ୍ଚତା କମିବା ଭଳି ଘଟଣା ଘଟିଥିଲା ।

Posted in ଦେଶ ବିଦେଶ.