ଆସନ୍ତା କାଲି ମହାତ୍ମା ଗାନ୍ଧୀଙ୍କ ୧୫୮ ତମ ଜୟନ୍ତୀ ଏବଂ ମହାପୁରୁଷ ଲାଲ୍ ବାହାଦୁର ଶ୍ରୀବାସ୍ତବ ବା ଶାସ୍ତ୍ରୀଙ୍କର ୧୨୩ ତମ ଜୟନ୍ତୀ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକୂଲ୍ୟରେ ସମଗ୍ର ରାଜ୍ୟରେ ପାଳିତ ହେବାକୁ ଯାଉଛି । ରାଜଧାନୀରେ ଶାସ୍ତ୍ରୀନଗର ଠାରେ ଅବସ୍ଥାପିତ ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ସକାଳ ସାଢେ଼ ନଅଟା ସମୟରେ ଶ୍ରଦ୍ଧାବଚନାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ପରେ ବିଧାନସଭା ସମ୍ମୁଖରେ ଏବଂ ସାଢେ଼ ଆଠଟା ସମୟରେ ବିଧାନସଭା ପରିସରରେ ଥିବା ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । ପୂଜ୍ୟପୂଜା ସଂସ୍କୃତି ପ୍ରାଣ ତଥା ଅଭିଯାନର ସମସ୍ତ ସମର୍ପିତ ସଦସ୍ୟମାନଙ୍କୁ ନମ୍ର ନିବେଦନ କରୁଛୁ କି ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ସଫଳ କରାଇବା ହୁଅନ୍ତୁ । ସକଳ ସଦସ୍ୟମାନଙ୍କ ସପରିବାର ବର୍ଗଙ୍କ ସକଳ ସୁମନାସ ପ୍ରାର୍ଥନାନ୍ତେ ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ ।
ଅଧିକ ଖବର
-
ପୃଥିବୀକୁ ଆମେ ଭାଙ୍ଗିଛୁ, ଏହାକୁ ସଜାଡ଼ିବାର ଦାୟିତ୍ବ ମଧ୍ୟ ଆମର: ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ
October 1, 2026 -
ଇସ୍ରାଏଲର ବିମାନ ହାଇଜ୍ୟାକ୍ ମାମଲାକୁ ନେଇ ବଡ଼ ଖୁଲାସା: ବିମାନ ଅପହରଣ ନୁହେଁ ବରଂ ପାଇଲଟଙ୍କ ଝଗଡା ଯୋଗୁଁ ଡାଇଭର୍ଟ କରାଯାଇଥିଲା
September 30, 2026 -
୬ ଦଫା ଦାବି ନେଇ ବନ୍ଦ ଡାକରା ଦେଇଛି ନବନିର୍ମାଣ କୃଷକ ସଂଗଠନ
September 30, 2026
