ସିଜେପି ପ୍ରଦର୍ଶନ ଯୋଗୁ ଦିଲ୍ଲୀର ବ୍ୟବସାୟୀଙ୍କୁ ବଡ଼ କ୍ଷତି ,ପ୍ରାୟ ୨୦୦୦ କୋଟି ଟଙ୍କା କ୍ଷତି

ସିଜେପି ପ୍ରଦର୍ଶନ ଯୋଗୁ ଦିଲ୍ଲୀର ବ୍ୟବସାୟୀଙ୍କୁ ବଡ଼ କ୍ଷତି ,ପ୍ରାୟ ୨୦୦୦ କୋଟି ଟଙ୍କା କ୍ଷତି

ଦିଲ୍ଲୀରେ ଶନିବାର କକ୍ରୋଚ୍ ଜନତା ପାର୍ଟିର ପ୍ରଦର୍ଶନର ପ୍ରଭାବ ସବୁଠି ଦେଖିବାକୁ ମିଳିଥିଲା । ରବିବାର ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ସିଜେପି ପ୍ରଦର୍ଶନ ଯୋଗୁ ଦିଲ୍ଲୀର ବ୍ୟବସାୟୀଙ୍କୁ ବଡ଼ କ୍ଷତି ସହିବାକୁ ପଡ଼ିଛି । ଦିଲ୍ଲୀ ଏବଂ ଦେଶରେ ବ୍ୟବସାୟୀଙ୍କ ଶୀର୍ଷ ସଂଗଠନ ଚାମ୍ୱର ଅଫ୍ ଟ୍ରେଡ୍ ଇଣ୍ଡଷ୍ଟ୍ରି (ସିଟିଆଇ) ବ୍ୟବସାୟିକ କ୍ଷତିର ଏକ ଅନୁମାନ ରଖିଛି । ସିଟିଆଇ କହିଛି ଯେ କେବଳ ଅକ୍ଟୋବର ୧୦ରେ  ଧାରଣା-ପ୍ରଦର୍ଶନ କାରଣରୁ ବ୍ୟବସାୟୀଙ୍କୁ ଆନୁମାନିକ ପ୍ରାୟ ୨୦୦୦ କୋଟି ଟଙ୍କା କ୍ଷତି ହୋଇଛି ।

ଜନ୍ତରମନ୍ତର ଆନ୍ଦୋଳନ ଯୋଗୁ ଦିଲ୍ଲୀର ବ୍ୟବସାୟୀଙ୍କୁ ହେଉଥିବା କ୍ଷତିକୁ ନେଇ ସିଟିଆଇ ସିଜେପି ସମେତ ଅନ୍ୟ ସମସ୍ତେ ରାଜନୈତିକ ଦଳରୁ ଚିଠି ଲେଖିଛି । ପାର୍ବଣ ଋତୁ ଚାଲିଛି ଏବଂ ଦୀପାବଳି ଯାଏ ଦିଲ୍ଲୀରେ କୌଣସି ଧାରଣା ପ୍ରଦର୍ଶନ କରାନଯାଉ । ସିଟିଆଇ ଅଧ୍ୟକ୍ଷ ବୃଜେଶ ଗୋୟଲ କହିଛନ୍ତି, ନବରାତ୍ରି ଓ ରାମଲୀଲା ଆଜିଠାରୁ ଆରମ୍ଭ ହେଉଛି, ଦୀପାବଳିର ପୂରା ଋତୁ ଆରମ୍ଭ ହୋଇସାରିଛି । ଏହିପରି ପ୍ରଦର୍ଶନ ଦିଲ୍ଲୀର ବ୍ୟବସାୟୀ ଏବଂ ଅର୍ଥବ୍ୟବସ୍ଥାକୁ ବଡ଼ କ୍ଷତି ପହଞ୍ଚାଇବ । ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀରେ ପ୍ରାୟ ୬୫୦ରୁ ଅଧିକ ରାମଲୀଲା ହୋଇଥାଏ, ଯାହାଦ୍ୱାରା ଲାକ୍ଷାଧିକ ଲୋକକଙ୍କୁ ରୋଜଗାର ମିଳିଥାଏ ।

ସିଟିଆଇ କହିଛି, ପାର୍ବଣ ଋତୁ ଦିଲ୍ଲୀର ୨୦ ଲକ୍ଷ ବ୍ୟବସାୟୀଙ୍କ ପାଇଁ ବର୍ଷର ସବୁଠାରୁ ବଡ଼ ବ୍ୟବସାୟିକ ସମୟ । ଧାରଣା ପ୍ରଦର୍ଶନ ଦ୍ୱାରା ବ୍ୟବସାୟ ଗମ୍ଭୀର ଭାବେ ପ୍ରଭାବିତ ହେଉଛି । ଯଦି ଏହିପରି ଧାରଣା ପ୍ରଦର୍ଶନ ଦୀର୍ଘ ଦିନ ଧରି ଚାଲେ ତେବେ ଦିଲ୍ଲୀର ଅର୍ଥବ୍ୟବସ୍ଥା ସଂପୂର୍ଣ୍ଣ ଦୋହଲିଯିବ । ଦିଲ୍ଲୀର ଲକ୍ଷ ଲକ୍ଷ ବ୍ୟବବସାୟୀଙ୍କ ବ୍ୟବସାୟ ବିଗିଡ଼ିଯିବ ।

Posted in ଦେଶ ବିଦେଶ.