ସୂର୍ଯ୍ୟକୁମାର ଯାଦବ ଏବଂ ତାଙ୍କ ପରିବାରକୁ ଭେଟିଲେ ପିଏମ୍ ମୋଦୀ, କ୍ରିକେଟରଙ୍କ ଝିଅ ଗାଇଲେ ଭଜନ

ସୂର୍ଯ୍ୟକୁମାର ଯାଦବ ଏବଂ ତାଙ୍କ ପରିବାରକୁ ଭେଟିଲେ ପିଏମ୍ ମୋଦୀ, କ୍ରିକେଟରଙ୍କ ଝିଅ ଗାଇଲେ ଭଜନ

ଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଭାରତର ଟି-୨୦ ଟିମର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ତାଙ୍କ ପରିବାରଙ୍କୁ ଭେଟିଛନ୍ତି । ଏହି ସମୟରେ ଦୁହିଁଙ୍କ ମଧ୍ୟରେ କ୍ରିକେଟ ସହ ଅନ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ସୂର୍ଯ୍ୟକୁମାର ଯାଦବଙ୍କ ପିଲାମାନଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ସମୟ ବିତାଇଥିଲେ । ଏହି ଅବସରରେ ସୂର୍ଯ୍ୟକୁମାରଙ୍କ ଝିଅ ଭଜନ ଗାଇ ଶୁଣାଇଥିଲେ । ସାକ୍ଷାତ ସମୟର ଫଟୋରେ ସୂର୍ଯ୍ୟକୁମାର ଯାଦବ ୨୦୨୬ ଟି-୨୦ ବିଶ୍ୱକପରେ ଭାରତର ବିଜୟରେ ମିଳିଥିବା ସ୍ୱର୍ଣ୍ଣ ପଦକ ସହ ନଜର ଆସିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ସେହି ପଦରକୁ ନିଜ ହାତରେ ଧରିଥିଲେ ।ଏହି ସାକ୍ଷାତ ପରେ, ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଏକ୍ସ ଆକାଉଣ୍ଟରେ ଦୀପାବଳିକୁ ନେଇ ଏକ ବାର୍ତ୍ତା ସେୟାର କରିଛନ୍ତି । ସେ ଲେଖିଛନ୍ତି ଯେ ଦୀପାବଳିର ମାହୋଲରେ ଭଗବାନ ରାମ ଏବଂ ସରଯୂର ଆଗମନ ହୋଇଛି । ଏହା ଏହି ବର୍ଷର ଦୀପାବଳିକୁ ଆହୁରି ପବିତ୍ର ଏବଂ ଦିବ୍ୟ କରିଛି । ତାଙ୍କ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଏହି ପର୍ବର ଧାର୍ମିକ ଏବଂ ଆଧ୍ୟାତ୍ମିକ ଗୁରୁତ୍ୱ ବିଷୟରେ ଉଲ୍ଲେଖ କରିଛନ୍ତି ।

ସୂର୍ଯ୍ୟକୁମାର ଯାଦବଙ୍କ କ୍ୟାରିୟର

ସୂର୍ଯ୍ୟକୁମାର ଯାଦବ ନିଜ କ୍ରିକେଟ କ୍ୟାରିୟରରେ ଅନେକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛନ୍ତି । ତାଙ୍କୁ ୨୦୨୨ ଏବଂ ୨୦୨୩ରେ ଆଇସିସି ଟି-୨୦ ଶ୍ରେଷ୍ଠ କ୍ରିକେଟର ଭାବରେ ସମ୍ମାନିତ କରାଯାଇଥିଲା । ୨୦୨୨ ଅକ୍ଟୋବରରେ ସେ ଆଇସିସି ଟି-୨୦ ବ୍ୟାଟିଂ ରାଙ୍କିଙ୍ଗରେ ବିଶ୍ୱର ନମ୍ବର ୧ ବ୍ୟାଟର ହୋଇଥିଲେ । ୨୦୨୩ ଜାନୁଆରୀରେ ସେ ୯୧୦ ରେଟିଂ ପଏଣ୍ଟ ହାସଲ କରିଥିଲେ, ଯାହା ଏହି ଫର୍ମାଟରେ ଆଜି ଯାଏଁର ସର୍ବାଧିକ । ସେ ୨୦୨୪ ଟି-୨୦ ବିଶ୍ୱକପରେ ଭାରତର ବିଜୟରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ, ତାଙ୍କ ଅଧିନାୟକତ୍ୱରେ ଭାରତ ୨୦୨୫ରେ ସଂଯୁକ୍ତ ଆରବ ଏମିରେଟ୍ସରେ ଏସିଆ କପ୍ ଜିତିଥିଲା । ସୂର୍ଯ୍ୟକୁମାରଙ୍କ କ୍ୟାପ୍ଟେନ୍ସିରେ ୨୦୨୬ ଟି-୨୦ ବିଶ୍ୱକପ ମଧ୍ୟ ଭାରତ ଜିତିଥିଲା । ଏହା ସହିତ ଲଗାତାର ଦୁଇଥର ଟି-୨୦ ବିଶ୍ୱକପ୍ ଜିତିଥିବା ପ୍ରଥମ ଦଳ ହୋଇଥିଲା ।

Posted in ଦେଶ ବିଦେଶ, ଖେଳ.