ବୋଉ ଏକ ଆସ୍ଥା,ଏକ ଆସ୍ଥାନ

ବୋଉ ଏକ ଆସ୍ଥା,ଏକ ଆସ୍ଥାନ

—————-+
“मातः सोऽहमुपस्तितोऽस्मि पुरतः पूर्वप्रतिज्ञां स्मरन्,
प्रत्यश्रावि पुराहि तेऽन्त्य समये प्राप्तुं समीपं तव ।
ग्राहग्रासमिषाद्यया ह्यनुमतस्तुर्याश्रमं प्राप्तुवान्,
यत्प्रीत्यै च समागतोऽहमधुना तस्यै जनन्यै नमः “
“नास्ति मातृसमा छाया, नास्ति मातृसमा गतिः।
नास्ति मातृसमं त्राण, नास्ति मातृसमा प्रिय ।
—————-+

ପ୍ରତ୍ୟେକ ସନ୍ତାନ ର ଆଦ୍ୟ ଗୁରୁ, ତା’ର ଜନ୍ମଦାତ୍ରୀ । ଏପରିକି ପୃଥିବୀର ଆଲୋକ ସ୍ପର୍ଶ କରିବା ପୂର୍ବରୁ, ଅର୍ଥାତ୍ ଭୂମିଷ୍ଠ ହେବା ପୂର୍ବରୁ ,ମାତୃଗର୍ଭ ରେ ସନ୍ତାନ ଶିକ୍ଷା ଗ୍ରହଣ କରିଥାଏ , ଯାହାର ପ୍ରମାଣ ଆମର ଶାସ୍ତ୍ରରେ ଅନେକ ଉଦାହରଣ ସହିତ ରହିଛି । ସେଥିପାଇଁ ଭୃଣ ଅବସ୍ଥାରେ ଜନନୀଙ୍କ ନିମନ୍ତେ ବହୁବିଧ ଶିକ୍ଷଣୀୟ ଜୀବନଚର୍ଯ୍ୟା ସମ୍ପର୍କରେ ଉଲ୍ଲେଖ କରାଯାଇଛି । ମହାଭାରତ ଯୁଦ୍ଧରେ ସଂଶପ୍ତକଙ୍କ ସହିତ ଯୁଦ୍ଧ କରିବା ଉଦ୍ଦେଶ୍ୟରେ ଅର୍ଜୁନ ବହୁ ଦୂରକୁ ଚାଲିଯାଇଥିଲେ, ଯାହା ମଧ୍ୟ ଥିଲା ଯୋଜନାବଦ୍ଧ । କାରଣ ଅର୍ଜୁନଙ୍କ ଅନୁପସ୍ଥିତିରେ ଗୁରୁ ଦ୍ରୋଣାଚାର୍ଯ୍ୟ ରଚନା କରିଥିବା ଚକ୍ରବ୍ୟୁହ  ଚକ୍ରାନ୍ତ ହିଁ ସଫଳତା ହାସଲ କରିହେବ , ଏହାହିଁ ଥିଲା ଦୃଢ଼ ବିଶ୍ୱାସ। ଏହି ଚକ୍ରାନ୍ତ ରେ ସ୍ବୟଂ ଶ୍ରୀକୃଷ୍ଣ ଓ ଦେବଦେବ ମହାଦେବଙ୍କ ବରଦାନ ଥିଲା ଅଂଶବିଶେଷ । ଏହାର କାରଣ ଅର୍ଜୁନଙ୍କ ବ୍ୟତୀତ ଅନ୍ୟ କେହି ଚକ୍ରବ୍ୟୁହ ଭେଦ କରିପାରିବେ ନାହିଁ , ଏହା ଜାଣିଥିଲେ ଗୁରୁ ଦ୍ରୋଣାଚାର୍ଯ୍ୟ ।

Continue reading
ଏନଆଇଆରଏଫ୍ ଇଣ୍ଡିଆ ରାଙ୍କିଙ୍ଗ୍ -୨୦୨୫ ଉନ୍ମୋଚିତ

ଏନଆଇଆରଏଫ୍ ଇଣ୍ଡିଆ ରାଙ୍କିଙ୍ଗ୍ -୨୦୨୫ ଉନ୍ମୋଚିତ

ଶିକ୍ଷାନୁଷ୍ଠାନର ଶକ୍ତି ଓ ଛାତ୍ରଛାତ୍ରୀଙ୍କ ବିଶ୍ୱାସକୁ ପ୍ରତିଫଳିତ

କରୁଛି ଏନଆଇଆରଏଫ୍ ରାଙ୍କିଂ – ଧର୍ମେନ୍ଦ୍ର ପ୍ରଧାନ

ନ୍ୟାସନାଲ ଇନଷ୍ଟିଚ୍ୟୁସନ ରାଙ୍କିଙ୍ଗ୍ ଫ୍ରେମୱାର୍କ(ଏନଆଇଆରଏଫ) ରାଙ୍କିଂ ଆମର ଅନୁଷ୍ଠାନର ଶକ୍ତି ଏବଂ ଆମର ଛାତ୍ରଛାତ୍ରୀଙ୍କ ବିଶ୍ୱାସକୁ ପ୍ରତିଫଳିତ କରୁଛି ବୋଲି ଆଜି ନୂଆଦିଲ୍ଲୀରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଏନଆଇଆରଏଫ ଅନ୍ତର୍ଗତ “ଇଣ୍ଡିଆ ରାଙ୍କିଙ୍ଗ – ୨୦୨୫”କୁ ଉନ୍ମୋଚନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Continue reading
ପଞ୍ଜାବର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ

ପଞ୍ଜାବର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଆଜି ପଞ୍ଜାବର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଶ୍ରୀ ଚୌହାନ ଅମୃତସର, କପୁରଥାଲା ଓ ଗୁରୁଦାସପୁର ଜିଲ୍ଲାର ବିଭିନ୍ନ ଗ୍ରାମ ପରିଦର୍ଶନ କରି କୃଷକମାନଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲେ। ସେଥିସହିତ, ଜଳମଗ୍ନ କ୍ଷେତଗୁଡ଼ିକୁ ଯାଇ ଫସଲର କ୍ଷୟକ୍ଷତିର ଆକଳନ ମଧ୍ୟ କରିଥିଲେ। ଏହି ସମୟରେ କୃଷକମାନେ କେନ୍ଦ୍ର ମନ୍ତ୍ରୀଙ୍କୁ ଫସଲର ବ୍ୟାପକ କ୍ଷୟକ୍ଷତି ବିଷୟରେ ସୂଚନା ଦେଇଥିଲେ, ଯାହାକୁ ନେଇ ଶିବରାଜ ସିଂହ କହିଥିଲେ ଯେ କୃଷକ ଭାଇ ଓ ଭଉଣୀମାନେ ଚିନ୍ତା କରନ୍ତୁ ନାହିଁ, ସରକାର ସେମାନଙ୍କ ସହିତ ଅଛନ୍ତି।

Continue reading
ହରିୟାଣାର ସୋହନାରେ ଅତ୍ୟାଧୁନିକ ଲିଥିୟମ-ଆୟନ ବ୍ୟାଟେରୀ ପ୍ଲାଣ୍ଟର ଉଦ୍ଘାଟନ କଲେ  ଅଶ୍ୱିନୀ ବୈଷ୍ଣବ

ହରିୟାଣାର ସୋହନାରେ ଅତ୍ୟାଧୁନିକ ଲିଥିୟମ-ଆୟନ ବ୍ୟାଟେରୀ ପ୍ଲାଣ୍ଟର ଉଦ୍ଘାଟନ କଲେ ଅଶ୍ୱିନୀ ବୈଷ୍ଣବ

କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ହରିୟାଣାର ସୋହନାରେ ଟିଡିକେ କର୍ପୋରେସନର ଅତ୍ୟାଧୁନିକ ଲିଥିୟମ-ଆୟନ (ଲି-ଆୟନ) ବ୍ୟାଟେରୀ ଉତ୍ପାଦନ କାରଖାନାର ଉଦ୍ଘାଟନ କରିଛନ୍ତି।

ଦେଶର ଇଲେକ୍ଟ୍ରୋନିକ୍ସ ଯାତ୍ରାରେ ଏହାକୁ ଆଉ ଏକ ମୋଡ଼ ଭାବରେ ବର୍ଣ୍ଣନା କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, “ଏହା ଆମ ପାଇଁ ଏକ ବିରାଟ ମାଇଲଖୁଣ୍ଟ କାରଣ ଆମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣକୁ ସାକାର କରୁଛୁ। କ୍ୟାମେରା ମଡ୍ୟୁଲ୍, ପିସିବି ଆସେମ୍ବଲି, ସେମିକଣ୍ଡକ୍ଟର କିମ୍ବା ବ୍ୟାଟେରୀ – ଆଗାମୀ ବର୍ଷଗୁଡ଼ିକରେ ପ୍ରତ୍ୟେକ ଉପାଦାନ ସ୍ୱଦେଶୀ ଭାବରେ ନିର୍ମିତ ହେବ। ଇଲେକ୍ଟ୍ରୋନିକ୍ସରେ ଆମର ଆତ୍ମନିର୍ଭରଶୀଳତା ପାଇଁ ଭାରତକୁ ଏପରି ଉନ୍ନତ ପ୍ରଯୁକ୍ତିର ଆଗମନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।”

Continue reading
ଅଗ୍ନିତେଜସ୍ବିନୀ ,ବିପ୍ଲବିଣୀ ସରଳା

ଅଗ୍ନିତେଜସ୍ବିନୀ ,ବିପ୍ଲବିଣୀ ସରଳା

ଅଗ୍ନିତେଜସ୍ବିନୀ ,ବିପ୍ଲବିଣୀ ସରଳା
————-+

ଆଜି ମହାନ୍ ସ୍ଵାଧୀନତା ସଂଗ୍ରାମୀ,ବିପ୍ଲବିଣୀ, ସ୍ପର୍ଦ୍ଧିତ ବହ୍ନିଶିଖା, ପ୍ରଚଣ୍ଡ ଆଗ୍ନେୟ ବହୁମୁଖି ପ୍ରତିଭାଦୀପ୍ତା, ଦେଶର ପ୍ରଥମ ବିଧାୟିକା  ଚିର ବନ୍ଦନୀୟା ସରଳା ଦେବୀଙ୍କ ୧୨୨ତମ ଜୟନ୍ତୀ ।‌ ଏହି ଐତିହାସିକ ଵୀରାଙ୍ଗନା  ୧୯୦୪ ମସିହା, ଅଗଷ୍ଟ ୧୯ ତାରିଖରେ ( ଅଗଷ୍ଟ ୯ ନୁହେଁ) ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଶ୍ରୀ ବାସୁଦେବ କାନୁନଗୋ ଓ ମାଙ୍କ ନାମ ପଦ୍ମାବତୀ ଦେବୀ । ତାଙ୍କ ଘର ହେଉଛି ଜଗତସିଂହପୁର ଜିଲ୍ଲାର ବାଲିକୁଦା ଥାନା ଅନ୍ତର୍ଗତ ନରିଲୋ ଗ୍ରାମରେ । ସେହି ସମୟରେ ତାଙ୍କ ମା ଅନେକ ଗୁଡ଼ିଏ ସନ୍ତାନ ହରାଇଥିଲେ । ତେଣୁ ସରଳା ଦେବୀ ଗର୍ଭରେ ଥିବା ବେଳେ ତାଙ୍କ ମା ପୁରୁଖା ଲୋକମାନଙ୍କର ଉପଦେଶ ମାନି ପର ଘରେ ଆସି ରହିଲେ।

Continue reading
ଏ ଦାୟିତ୍ୱ କାହାର ? (୨)

ଏ ଦାୟିତ୍ୱ କାହାର ? (୨)

ଏ ଦାୟିତ୍ୱ କାହାର ? (୨)
ଉତ୍କୃଷ୍ଟ କଳାର ରାଜ୍ୟ ଆମ ଉତ୍କଳ ର ହଜାର ହଜାର ବର୍ଷ ର ଗୈାରବମୟ ଇତିହାସ ସହ ଆଜି ର ଏହି କ୍ଷେତ୍ର ସମୂହ ର ସ୍ଥିତି ଦେଖି ଏକ ତୁଳନାତ୍ମକ ଚିତ୍ର ଦେଖିଲେ ଜଣେ ଖାଣ୍ଟି ଭାବପ୍ରବଣ ଓଡ଼ିଆ ର ହୃଦାଘାତ ହେବା ସମ୍ଭାବନା ଅଧିକ ରହିଛି । ଓଡ଼ିଶାର ଲୋକନୃତ୍ୟ, ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ କେବଳ ନୁହେଁ ଅଧିକନ୍ତୁ ଓଡ଼ିଆ ଜନଜୀବନ ର ଆତ୍ମା  । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ ଶହଶହ ପ୍ରକାର ର ନୃତ୍ୟ  ଅଙ୍ଗାଙ୍ଗୀ ଭାବେ ଜଡ଼ିତ ।

Continue reading
ଏ ଦାୟିତ୍ୱ କାହାର ? (୧)

ଏ ଦାୟିତ୍ୱ କାହାର ? (୧)

ଏ ଦାୟିତ୍ୱ କାହାର ? (୧)

ଆମେ ବିଗତ ୪୫ ବର୍ଷ ଧରି ହଜାର ହଜାର ଥର କହି ଓ ଲେଖି ଆସିଛୁ ଯେ “ଓଡ଼ିଶାର ଇତିହାସ ଏ ଯାବତ୍ ଲେଖା ଯାଇନାହିଁ” । କେବଳ ଅଭିଯୋଗ କରିନାହୁଁ , ସକଳ ପ୍ରତିବନ୍ଧକ ସତ୍ତ୍ୱେ ଆମେ ଅନେକ ଅନାଲୋଚିତ ଇତିହାସକୁ ପ୍ରାମାଣିକ ତଥ୍ୟ ସହିତ ଜନାର୍ପିତ କରିଆସିଛୁ । ଦୀର୍ଘ ୪୫ ବର୍ଷ ଧରି ଶାସନ କଳର ଯୋଜନାବଦ୍ଧ ଆକ୍ରମଣ, ଅତ୍ୟାଚାର, ମାନସିକ ନିର୍ଯ୍ୟାତନା, ଶାସକୀୟ ଚକ୍ରାନ୍ତ ଆଧାରିତ ଅଭାବ ଅନଟନ ଭିତରେ ମଧ୍ୟ ନୂତନ ତଥ୍ୟାର୍ଜନ କରି  ଅନେକ ଅଛପା ଇତିହାସକୁ ଛାପା ଇତିହାସରେ ସ୍ଥାନିତ କରିପାରିଛୁ । କାହିଁକି ଓଡ଼ିଶାର ଇତିହାସ ଲେଖା ଯାଇନାହିଁ , ତାହା ଦର୍ଶାଇ କହି ଆସିଛୁ ଯେ ” ବିଜେତା ଯେବେ ପରାଜିତର ଇତିହାସ ଲେଖେ , ସେତେବେଳେ ସିଏ ନିଜକୁ, ନିଜ ଜାତି,ଦେଶ, ପ୍ରଦେଶ କୁ ମହିମା ମଣ୍ଡିତ କରିବା ସହିତ ପରାଜିତକୁ ମସୀଲିପ୍ତ କରିଥାଏ, ଯାହା ହିଁ ପ୍ରତିଫଳିତ ହୋଇଛି ଓଡିଶାର ସାମଗ୍ରିକ ଇତିହାସ ଲେଖା କ୍ଷେତ୍ରରେ ।  ଓଡ଼ିଶା ଓ ଓଡ଼ିଆ ଙ୍କ ନାମକୁ ମଧ୍ୟ ବ୍ୟଙ୍ଗାତ୍ମକ ଭଙ୍ଗୀରେ ଉଚ୍ଚାରଣ ଓ ଲିଖନ କରାଯାଇଥିଲା ।

Continue reading
କଣ୍ଠଶିଳ୍ପୀ ଲିଟିଲ୍ କରଙ୍କ ପ୍ରଥମ ସ୍ମୃତିସଭା

କଣ୍ଠଶିଳ୍ପୀ ଲିଟିଲ୍ କରଙ୍କ ପ୍ରଥମ ସ୍ମୃତିସଭା

ଓଡିଶା ର ଯୁବ, ଉଜ୍ବଳ ପ୍ରତିଭାଦୀପ୍ତା କଣ୍ଠଶିଳ୍ପୀ ତଥା ବିଶିଷ୍ଟ ନାଟ୍ୟକାର, ଚଳଚିତ୍ର ନିର୍ଦ୍ଧେଶକ ଚନ୍ଦ୍ରଭାନୁ କର ଙ୍କ ଏକ ମାତ୍ର ସୁଯୋଗ୍ୟା ସନ୍ତାନ ଲିଟିଲ କର ଙ୍କ ବିୟୋଗ ପରେ ପ୍ରଥମ ସ୍ମୃତିସଭା ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତା ସେପ୍ଟେମ୍ବର 4 ତାରିଖରେ ଗୀତଗୋବିନ୍ଦ ସଦନରେ ସନ୍ଧ୍ୟାରେ ଅନୁଷ୍ଠିତ ହେବ । ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥିଙ୍କ ସଭାପତିତ୍ବରେ ଏହି ସ୍ମୃତିସଭା ଆୟୋଜନ କରାଯିବ । ମାନ୍ୟବର ପୂର୍ତ୍ତ, ଆଇନ, ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ବିଶିଷ୍ଟ ସାମ୍ବାଦିକ ତଥା ନେତା ସୈାମ୍ୟରଞ୍ଜନ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ବିଧାୟକ ବାବୁ ସିଂ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି । ଏହି ଅବସରରେ ସୁଶ୍ରୀ ଲିଟିଲ୍ କରଙ୍କ କଣ୍ଠ ସଙ୍ଗୀତକୁ ରାଜ୍ୟର ପ୍ରତିଷ୍ଠିତ କଣ୍ଠଶିଳ୍ପୀମାନେ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି । ।

ଲିଟିଲ୍ କର ଓଡ଼ିଶାର ଜଣେ ଯୁବ ଉଜ୍ବଳ କଣ୍ଠଶିଳ୍ପୀ ଥିଲେ । ସେ ଭଜନଗାୟିକା, ତଥା ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଭଜନ ଗାୟନ ର ଜଣେ ସମର୍ପିତା, ପ୍ରତିଭାବାନ କଳାକାର ଥିଲେ । ଦୀର୍ଘଦିନ ଧରି ଥାଲାସେମିଆ ଓ ରକ୍ତକର୍କଟ ରୋଗ ରେ ପୀଡିତ ହୋଇ ମାତ୍ର ୨୨ ବର୍ଷ ବୟସ ରେ ସଂଗୀତ ଜଗତର ଏହି ଧ୍ରୁବତାରା ସମସ୍ତ ଙ୍କୁ ଶୋକ ସାଗର ରେ ଭସାଇ ଇହଲୀଳା ସମ୍ବରଣ କରିଥିଲେ । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବହୁ ପୁରସ୍କାର, ସମ୍ମାନ ପାଇଥିଲେ ।

ଲିଟିଲ କର ସ୍ମୃତି ନ୍ୟାସ ଆନୁକୁଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଲିଟିଲ କର ସ୍ମୃତି ନ୍ୟାସ ପକ୍ଷରୁ ପୂଜ୍ୟପୂଜା ସଂସ୍କୃତି ପ୍ରାଣ ସଜ୍ଜନମାନଙ୍କ ସଦୟ ଉପସ୍ଥିତ କାମନା କରାଯାଇଛି ।

ପରିତ୍ୟକ୍ତ ଅବସ୍ଥାରେ ବରପୁତ୍ର ନୀଳମଣି ବିଦ୍ୟାରତ୍ନଙ୍କ ସମାଧିପୀଠ

ପରିତ୍ୟକ୍ତ ଅବସ୍ଥାରେ ବରପୁତ୍ର ନୀଳମଣି ବିଦ୍ୟାରତ୍ନଙ୍କ ସମାଧିପୀଠ

ମହାନ ସ୍ୱାଧୀନତା ସଂଗ୍ରାମୀ, ବାଙ୍କୀର ବରପୁତ୍ର, ସାମ୍ବାଦିକ ଜଗତ ର ଉଜ୍ବଳ ଜ୍ୟୋତିଷ୍କ, ସାହିତ୍ୟିକ ଉତ୍କଳ ସମ୍ମିଳନୀର ଆଦ୍ୟସ୍ରଷ୍ଟା, ଉତ୍କଳର ଗର୍ବ ଓ ଗୌରବ ବହୁମୁଖୀ ପ୍ରତିଭାଦୀପ୍ତ ନୀଳମଣି ବିଦ୍ୟାରତ୍ନଙ୍କ ସତୀଚଉରା ଠାରେ ଥିବା ସମାଧି ପୀଠ ପରିତ୍ୟକ୍ତ, ଜରାଜୀର୍ଣ୍ଣ ଅବସ୍ଥାରେ ଦୀର୍ଘ ୨୫ ବର୍ଷଧରି ପଡ଼ିରହିଛି ।

Continue reading
ଏବେ କ’ଣ ଆଶା କରିପାରିବା  ?

ଏବେ କ’ଣ ଆଶା କରିପାରିବା  ?

ଅଙ୍କ ପରିମାଣରେ ବିଶ୍ବାପକୀର୍ତ୍ତି ସୃଷ୍ଟି କରିଥିବା ଖଣି ଡକାୟତି ଓ ତତ୍ ପରବର୍ତ୍ତୀ ସମୟର ସମ୍ବିଧାନର  ପ୍ରମୁଖ ତିନି ଅଙ୍ଗର ଭୂମିକା, ଜୋରିମାନାର ପରିମାଣ, ଶାହା କମିଶନଙ୍କ ସୁପାରିଶ, ସିବିଆଇ ତଦନ୍ତ ପାଇଁ ମୋଦି ସରକାରଙ୍କ ନିରବତା,  ଦଶ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଖଣି ଡକାୟତି ଟି ୬୫ ହଜାର କୋଟି ଟଙ୍କା ର ଜୋରିମାନା, ଶାହା କମିଶନ କମାଇ  କଲେ ୫୯ ହଜାର କୋଟି ଟଙ୍କା, ଯାହାକୁ ସର୍ବୋଚ୍ଚ ନ୍ୟାୟାଳୟ ନିଷ୍ପତ୍ତି ଶୁଣାଇଲେ ୧୭ ହଜାର କୋଟି ଟଙ୍କା, ଓଡ଼ିଶା ରାଜକୋଷକୁ ଆସିଲା କେତେ ?

Continue reading