ଡିଜିଟାଲ ପ୍ଲାଟଫର୍ମରେ ସିଧାସଳଖ ଏବଂ ସ୍ୱଚ୍ଛ ପାଣ୍ଠି ସ୍ଥାନାନ୍ତର ସୁନିଶ୍ଚିତ କରିବ ଜୀବିକା ନିଧି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨ ସେପ୍ଟେମ୍ବର ଦିନ ୧୨:୩୦ ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିହାର ରାଜ୍ୟ ଜୀବିକା ନିଧି ସାଖ ସହକାରୀ ସଂଘ ଲିମିଟେଡ୍‌ର ଶୁଭାରମ୍ଭ କରିବେ । ଏହି ଅବସରରେ, ପ୍ରଧାନମନ୍ତ୍ରୀ ଅନୁଷ୍ଠାନର ବ୍ୟାଙ୍କ ଆକାଉଣ୍ଟରେ ୧୦୫ କୋଟି ଟଙ୍କା ମଧ୍ୟ ସ୍ଥାନାନ୍ତର କରିବେ ।

ଜୀବିକା ନିଧି ପ୍ରତିଷ୍ଠାର ଉଦ୍ଦେଶ୍ୟ ହେଉଛି ଜୀବିକା ସହିତ ଜଡିତ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ସୁଲଭ ସୁଧ ହାରରେ ସହଜରେ ପାଣ୍ଠି ଉପଲବ୍ଧତା ପ୍ରଦାନ କରିବା । ଜୀବିକାର ସମସ୍ତ ପଞ୍ଜିକୃତ କ୍ଲଷ୍ଟର-ସ୍ତରୀୟ ଫେଡେରେସନଗୁଡିକ ସମାଜର ସଦସ୍ୟ ହେେବେ । ଏହି ପ୍ରତିଷ୍ଠାନର ପରିଚାଳନା ପାଇଁ, ବିହାର ସରକାର ଏବଂ କେନ୍ଦ୍ର ସରକାର ଉଭୟ ପାଣ୍ଠି ଯୋଗଦାନ କରିବେ ।

ଗତ କିଛି ବର୍ଷ ଧରି ଜୀବିକାର ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଜଡିତ ମହିଳାମାନଙ୍କ ମଧ୍ୟରେ ଉଦ୍ୟୋଗୀତା ବୃଦ୍ଧି ପାଇଛି, ଯାହା ଫଳରେ ଗ୍ରାମାଞ୍ଚଳରେ ଅନେକ କ୍ଷୁଦ୍ର ଉଦ୍ୟୋଗ ଏବଂ ଉତ୍ପାଦକ କମ୍ପାନୀ ପ୍ରତିଷ୍ଠା ହୋଇଛି । ତଥାପି, ମହିଳା ଉଦ୍ୟୋଗୀମାନେ ପ୍ରାୟତଃ ୧୮%-୨୪% ଉଚ୍ଚ ସୁଧ ହାରରେ ମାଇକ୍ରୋଫାଇନାନ୍ସ ସଂସ୍ଥା ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଥିଲେ । ଏମ୍‌ଏଫ୍‌ଆଇ ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ କମ ସୁଧ ହାରରେ ଅଧିକ ଋଣ ପରିମାଣର ସମୟୋଚିତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଜୀବିକା ନିଧିକୁ ଏକ ବିକଳ୍ପ ଆର୍ଥିକ ବ୍ୟବସ୍ଥା ଭାବରେ ପରିକଳ୍ପନା କରାଯାଇଛି ।

ଏହି ପ୍ରଣାଳୀ ସମ୍ପୂର୍ଣ୍ଣ ଭାବରେ ଏକ ଡିଜିଟାଲ ପ୍ଲାଟଫର୍ମରେ କାର୍ଯ୍ୟ କରିବ, ଯାହା ଜୀବିକା ଦିଦିମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଦ୍ରୁତ ଏବଂ ଅଧିକ ସ୍ୱଚ୍ଛ ପାଣ୍ଠି ସ୍ଥାନାନ୍ତର ସୁନିଶ୍ଚିତ କରିବ । ଏହାକୁ ସହଜ କରିବା ପାଇଁ ୧୨,୦୦୦ ସମ୍ପ୍ରଦାୟ କାର୍ଯ୍ୟକର୍ତ୍ତାଙ୍କୁ ଟାବଲେଟ ଯୋଗାଇ ଦିଆଯାଇଛି ।

ଏହି ପଦକ୍ଷେପ ଗ୍ରାମୀଣ ମହିଳାମାନଙ୍କ ମଧ୍ୟରେ ଉଦ୍ୟୋଗୀ ବିକାଶକୁ ସୁଦୃଢ଼ କରିବ ଏବଂ ସମ୍ପ୍ରଦାୟ-ନେତୃତ୍ୱାଧୀନ ଉଦ୍ୟୋଗଗୁଡିକର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି । ବିହାର ରାଜ୍ୟରୁ ପ୍ରାୟ ୨୦ ଲକ୍ଷ ମହିଳା ଏହି କାର୍ଯ୍ୟକ୍ରମକୁ ଦେଖିବେ ।

ଏନସିଇଆରଟି ଭାରତର ଶିକ୍ଷା କ୍ଷେତ୍ରର ମଜଭୂତ୍ ସ୍ତମ୍ଭ – ଧର୍ମେନ୍ଦ୍ର ପ୍ରଧାନ

ଏନସିଇଆରଟି ଭାରତର ଶିକ୍ଷା କ୍ଷେତ୍ରର ମଜଭୂତ୍ ସ୍ତମ୍ଭ – ଧର୍ମେନ୍ଦ୍ର ପ୍ରଧାନ

ଏନସିଇଆରଟି ଦେଶର ଶିକ୍ଷାଗତ ଦୃଶ୍ୟପଟ୍ଟର ଏକ ମୂଜଭୂତ୍ ସ୍ତମ୍ଭ । ପ୍ରତିବଦ୍ଧତା ଏବଂ ସମର୍ପଣ ସହିତ ଲମ୍ବା ସମୟ ଧରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ କରିବାରେ ଏନସିଇଆରଟିର ବଡ ଯୋଗଦାନ ରହିଛି ସୋମବାର ନୂଆଦିଲ୍ଲୀ ଠାରେ ଏନସିଇଆରଟିର ୬୫ତମ ପ୍ରତିଷ୍ଠା ଦିବସରେ ଯୋଗଦେବା ଅବସରରେ ଉଦବୋଧନ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅବସରରେ ଶ୍ରୀ ପ୍ରଧାନ ‘ଦୀକ୍ଷା ୨.୦’ ସମେତ ବିଭିନ୍ନ ଶିକ୍ଷାଗତ ପଦକ୍ଷେପ ଗୁଡ଼ିକର ଉଦଘାଟନ ଏବଂ ଶୁଭାରମ୍ଭ କରିଥିଲେ । ଆଧୁନିକ ଓଡ଼ିଶାର ବିକାଶ ପାଇଁ ଅବଦାନ ଦେଇଥିବା ଏବଂ ଜାତୀୟ ସ୍ୱାଧୀନତା ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ଓଡ଼ିଶାର ୧୦୦ ଜଣ ମହାନ ବ୍ୟକ୍ତିତ୍ୱଙ୍କ ଜୀବନ ଏବଂ ଅବଦାନ ସମ୍ବଳିତ ଏକ ପୁସ୍ତକ ‘ଉତ୍କଳ ଜନନୀଙ୍କର ସୁଯୋଗ୍ୟ ସନ୍ତାନ’ ଉନ୍ମୋଚନ କରିଥିଲେ ଶ୍ରୀ ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଗତ ୬୪ ବର୍ଷ ମଧ୍ୟରେ ରାଷ୍ଟ୍ର ଗଠନରେ ଏନସିଇଆରଟିର ଅବଦାନ ଉପରେ ଆଲୋକପାତ କରିଥିଲେ । ଗତ ତିନି ବର୍ଷ ମଧ୍ୟରେ ଏନସିଇଆରଟି ଦ୍ୱାରା ବିକଶିତ ନୂତନ ପାଠ୍ୟକ୍ରମ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ନୂତନ ପାଠ୍ୟପୁସ୍ତକ ଏବଂ ଅନ୍ୟାନ୍ୟ ଶିକ୍ଷାଦାନ ସାମଗ୍ରୀ, ବିଶେଷତଃ ଯାଦୁଇ ପିଟାରାର ପ୍ରଶଂସା କରିଥିଲେ ଶ୍ରୀ ପ୍ରଧାନ । ଏନସିଇଆରଟିକୁ ଭାରତୀୟ ଭାଷାରେ ଶିକ୍ଷା, ଗୁଣାତ୍ମକ ଡିଜିଟାଲ୍ ବିଷୟବସ୍ତୁର ବିକାଶ , ବିଜ୍ଞାନ ଏବଂ ଗଣିତରେ ଶିକ୍ଷା ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ । ଏନସିଇଆରଟିକୁ ଏକ ଗବେଷଣା ବିଶ୍ୱବିଦ୍ୟାଳୟରେ ପରିଣତ କରିବା ଦ୍ୱାରା ଦେଶର ଶିକ୍ଷା କ୍ଷେତ୍ର ଅତ୍ୟନ୍ତ ଲାଭବାନ ହେବ ଏବଂ ଶିକ୍ଷାଗତ ଗବେଷଣାରେ ଏନସିଇଆରଟିକୁ ବିଶ୍ୱସ୍ତରୀୟ ଲିଡର ହେବାରେ ସାହାଯ୍ୟ କରିବ ।

ଶ୍ରୀ ପ୍ରଧାନ କହିଛନ୍ତି ଆମ ଦେଶର ଶିକ୍ଷା ବ୍ୟବସ୍ଥାର କେନ୍ଦ୍ରବିନ୍ଦୁରେ ଏକ ପ୍ରତୀକାତ୍ମକ ଅନୁଷ୍ଠାନ ହେଉଛି ଏନସିଇଆରଟି । ଏହା କେବଳ ଏକ ପ୍ରତିଷ୍ଠାନ ନୁହେଁ ବରଂ ଏହା ଏକ ‘ଜ୍ଞାନ-କୁମ୍ଭ’ । ପ୍ରତିଷ୍ଠା ଦିନଠାରୁ ଏହା ଶିକ୍ଷା ମାଧ୍ୟମରେ ବିଶେଷ ଭାବରେ ରାଷ୍ଟ୍ର ନିର୍ମାଣରେ ଏକ ଦୀର୍ଘ ଦୂରତା ଅତିକ୍ରମ କରିଛି । ଶ୍ରୀ ପ୍ରଧାନ ଏନସିଇଆରଟିକୁ ନୂଆ ଅବତାର ଭାବରେ ଅବତୀର୍ଣ୍ଣ ହେବା ତଥା ସଂସ୍କାର-ମୁଖୀ, ଟେକ୍ନୋଲୋଜି-ଚାଳିତ ଏବଂ ବିଶ୍ୱର ବେଷ୍ଟ୍ ପ୍ରାକ୍ଟିସ୍ ଉପରେ ଧ୍ୟାନ ଦେଇ ଏକ ପରିବର୍ତ୍ତନକାରୀ ନେତୃତ୍ୱ ହେବା ପାଇଁ ସେ ପରାମର୍ଶ ଦେଇଥିଲେ ।

ସେ ଆହୁରି କହିଛନ୍ତି ଯେ ଆମକୁ ୨୦୪୭ ସୁଦ୍ଧା ଏକ ସମୃଦ୍ଧ ଭାରତ ଗଠନ କରିବାକୁ ପଡିବ । ସମୃଦ୍ଧ ଭାରତର ଲକ୍ଷ୍ୟ ସେତେବେଳେ ସାକାର ହେବ ଯେତେବେଳେ ଆମେ ଆମର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସମାଲୋଚନାମୂଳକ ଏବଂ ସୃଜନଶୀଳ ଚିନ୍ତାଧାରା ବିକଶିତ କରିବା । ‘ଅମୃତ ପିଢି’ରେ ଏନସିଇଆରଟିକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରିଟିକାଲ ଥିଙ୍କିଂ ବିକଶିତ କରିବା ପାଇଁ ବହୁଭାଷୀ ଶିକ୍ଷାକୁ ପ୍ରୋତ୍ସାହିତ କରିବାକୁ ପଡିବ । ଜ୍ଞାନକୁ ଦକ୍ଷତାରେ ପରିଣତ କରିବାର ଉପାୟ ମଧ୍ୟ ବାହାର କରିବାକୁ ପଡିବ । ଏନସିଇଆରଟି ଶିକ୍ଷାଗତ ସଂସ୍କାର ଆଣିବା ସହ ଶିକ୍ଷାଦାନ ଏବଂ ଶିକ୍ଷଣରେ ଏକ ଆଦର୍ଶ ପରିବର୍ତ୍ତନ ଆଣିବ । ସମୃଦ୍ଧ ଭାରତର ଲକ୍ଷ୍ୟକୁ ସାକାର କରିବାରେ ଏନସିଇଆରଟି ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ପ୍ରଯୁକ୍ତିବିଦ୍ୟା-ଚାଳିତ ଶିକ୍ଷାଦାନ ଉପରେ କେନ୍ଦ୍ରମନ୍ତ୍ରୀ ଆଲୋକପାତ କରିବା ସହ ‘ଦୀକ୍ଷା ୨.୦’ ଉପରେ କହିଥିଲେ ଯେ ଏହା ଏକ ଅପଗ୍ରେଡେଡ୍ ଡିଜିଟାଲ ପ୍ଲାଟଫର୍ମ, ଯାହା ପ୍ରତିକ୍ରିୟାଶୀଳ ଏବଂ ବହୁବିଧ ଡିଭାଇସ୍ ସହିତ ସୁସଙ୍ଗତ । ଏହା ଏହା ଷ୍ଟକଚର୍ଡ ଲେସନ ତଥା ସଂରଚିତ ପାଠ, ଅନୁକୂଳିତ ମୂଲ୍ୟାଙ୍କନ, ଏବଂ ଏଆଇ-ଚାଳିତ ଉପକରଣ ଯଥା ରିଡ୍ ଆଲାଉଡ୍ ଏବଂ ୧୨ଟି ଭାରତୀୟ ଭାଷାରେ ଟେକ୍ସଟ ଫାଇଲ୍ ଅନୁବାଦ ପ୍ରଦାନ କରିବ । ଦୀକ୍ଷା ଦ୍ୱାରା ଉପକୃତ ହେଉଥିବା ଛାତ୍ରଛାତ୍ରୀଙ୍କ ସହ ଶ୍ରୀ ପ୍ରଧାନ ଆଲୋଚନା ମଧ୍ୟ କରିଥିଲେ ।
ଏହି ଅବସରରେ ଶିକ୍ଷା ମନ୍ତ୍ରୀ ଏନସିଇଆରଟି କ୍ୟାମ୍ପସର ନବନିର୍ମିତ ପ୍ରବେଶ ଦ୍ୱାର କମ୍ପ୍ଲେକ୍ସ, ହିନ୍ଦୀ, ସଂସ୍କୃତ, ହୋ-ହିନ୍ଦୀ ଏବଂ କୋୟା ଭଳି ୪ଟି ଭାଷାରେ ପ୍ରାଇମର ପୁସ୍ତକ, ପିଏମଇ ବିଦ୍ୟା ମୋବାଇଲ୍ ଆପ୍ଲିକେସନ୍, ବାଲବାଟିକା ପାଇଁ ପିଏମ ଇବିଦ୍ୟା ଡିଟିଏଚ ଟିଭି ଚ୍ୟାନେଲ୍ ନମ୍ବର ୩୫,ଚାରୋଟି ଡିଏମ ସ୍କୁଲରେ ଭର୍ଚୁଆଲ୍ ରିଆଲିଟି ଲ୍ୟାବ୍, ପ୍ରଶସ୍ତ ୨.୦, କିତାବ୍ ଏକ ପଢେ ଆଦି ଅନେକ ଉପକ୍ରମ ଶୁଭାରମ୍ଭ କରିଥିଲେ ।

ପ୍ରତିଷ୍ଠା ଦିବସରେ ଶିକ୍ଷା ମନ୍ତ୍ରଣାଳୟର ସଚିବ ସଞ୍ଜୟ କୁମାର, ଭାରତୀୟ ଭାଷା ସମିତିର ଅଧ୍ୟକ୍ଷ ଶ୍ରୀ ଚାମୁ କୃଷ୍ଣ ଶାସ୍ତ୍ରୀ,ଏନସିଇଆରଟିର ନିର୍ଦ୍ଦେଶକ ପ୍ରଫେସର ଦିନେଶ ପ୍ରସାଦ ସକଲାନି, ୟୁଜିସିର ଅଧ୍ୟକ୍ଷ ପ୍ରଫେସର ଏମ୍. ଜଗଦେଶ କୁମାର, ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଏସ. ସୋମନାଥ ଏବଂ ଏନସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର, ଶିକ୍ଷା ମନ୍ତ୍ରଣାଳୟ ଏବଂ ଏନସିଇଆରଟିର ବରିଷ୍ଠ ଅଧିକାରୀମାନଙ୍କ ସହିତ ଉପସ୍ଥିତ ଥିଲେ ।

ଜାପାନର ବିଭିନ୍ନ ପ୍ରାନ୍ତର ରାଜ୍ୟପାଳଙ୍କ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ

ଜାପାନର ବିଭିନ୍ନ ପ୍ରାନ୍ତର ରାଜ୍ୟପାଳଙ୍କ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ଜାପାନର ବିଭିନ୍ନ ପ୍ରାନ୍ତର ଗଭର୍ଣ୍ଣରଙ୍କ ସହ ଭାବ ବିନିମୟ କରୁଛନ୍ତି । ଆଲୋଚନାରେ ୧୬ ଜଣ ଗଭର୍ଣ୍ଣର ଯୋଗ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଥିଲେ ଯେ, ଭାରତ -ଜାପାନ ସମସାମୟିକ ସମ୍ବନ୍ଧ, ଦୁଇ ଦେଶ ମଧ୍ୟରେ ଥିବା ଶତାବ୍ଦୀ ପୁରୁଣା ସମ୍ପର୍କରୁ ମିଳୁଥିବା ଜୀବନ ଶକ୍ତି ଦିନକୁ ଦିନ ସମୃଦ୍ଧ ହେବାରେ ଲାଗିଛି । ଭାରତ-ଜାପାନ ସ୍ୱତନ୍ତ୍ର ରଣନୀତିକ ଭାଗିଦାରୀତାକୁ ଗୁରୁତ୍ୱ ଦେଇ ସେ କହିଥିଲେ, ସମୟ ଆସିବରାଜ୍ୟ-ପ୍ରାନ୍ତ ସମ୍ପର୍କକୁ ଗୁରୁତ୍ୱ ମିଳିବ ଏବଂ ଟୋକିଓ-ଦିଲ୍ଲୀ କୈନ୍ଦ୍ରିକ ସମ୍ପର୍କରୁ ଏହା ଆହୁରି ଆଗକୁ ଯାଇପାରିବ । ଏହି ପରିପ୍ରେକ୍ଷୀରେ ସେ ପଞ୍ଚଦଶ ଶିଖର ସମ୍ମିଳନୀରେ ଆରମ୍ଭ ହୋଇଥିବା ରାଜ୍ୟ-ପ୍ରାନ୍ତ ସହଯୋଗିତାକୁ ଗୁରୁତ୍ୱ ଦେଇଥିଲେ । ଯାହାକି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ଟେକ୍ନୋଲୋଜି, ପର୍ଯ୍ୟଟନ, ଦକ୍ଷତା, ସୁରକ୍ଷା ଏବଂ ସାଂସ୍କୃତିକ ସମ୍ବନ୍ଧକୁ ବଢ଼ାଇବାରେ ସହାୟକ ହୋଇପାରିବ । ସେ ଗଭର୍ଣ୍ଣର ମାନଙ୍କୁ ଓ ଭାରତର ରାଜ୍ୟ ସରକାରମାନଙ୍କୁ ନିର୍ମାଣ କ୍ଷେତ୍ର, ଟେକ୍ନୋଲୋଜି, ନବାଚାର, ଗତିଶୀଳତା, ପରବର୍ତ୍ତୀ ପିଢ଼ି ମୌଳିକ ଭିତ୍ତିଭୂମି, ଷ୍ଟାର୍ଟଅପ ଏବଂ ଏସଏମଇ କ୍ଷେତ୍ରରେ ନୂତନ ସମ୍ଭାବନାର ଲାଭ ଉଠାଇବା ସହ ସହଭାଗିତା କରିବାକୁ ଆହ୍ୱାନ ଦେଇଥିଲେ ।

Continue reading
ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୟୁକ୍ରେନର ରାଷ୍ଟ୍ରପତି ମାନ୍ୟବର ଶ୍ରୀ ଭୋଲୋଦିମିର ଜେଲେନସ୍କିଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି। ରାଷ୍ଟ୍ରପତି ଜେଲେନସ୍କି ୟୁକ୍ରେନର ସାମ୍ପ୍ରତିକ ସ୍ଥିତି ଉପରେ ନିଜର ଦୃଷ୍ଟିକୋଣ ବିଷୟରେ କହିଥିଲେ।

Continue reading
ଭାରତର  GDP 7.8% ହାରରେ ବୃଦ୍ଧି

ଭାରତର GDP 7.8% ହାରରେ ବୃଦ୍ଧି

2025-26 ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଭାରତର ପ୍ରକୃତ GDP 7.8% ହାରରେ ବୃଦ୍ଧି ପାଇଛି, ଯାହା ପୂର୍ବ ବର୍ଷର 6.5% ତୁଳନାରେ ଅଧିକ। ଏହା ସେବା, ଉତ୍ପାଦନ (7.7%), ଓ ନିର୍ମାଣ (7.6%) କ୍ଷେତ୍ରର ଦୃଢ଼ ପ୍ରଦର୍ଶନ ଦ୍ୱାରା ସମର୍ଥିତ, ଯାହା ଭାରତକୁ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥବ୍ୟବସ୍ଥା ଭାବେ ସୁଦୃଢ଼ କରିଛି।

Continue reading
ଅନାଲୋଚିତ ପ୍ରତିଭା

ଅନାଲୋଚିତ ପ୍ରତିଭା

ସେ ଥିଲେ ଜୀବନଯୁଦ୍ଧର ଜଣେ ଅସାଧାରଣ ନାୟକ

ଆଜି ମହାନ୍ ନାଟ୍ୟକାର ନିରଞ୍ଜନ ଶତପଥୀ ( ୧୯୨୭-୬-୧-୨୦୧୫) ଙ୍କ ଜୟନ୍ତୀ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି । ୨୦୧୫, ଜାନୁଆରୀ ୬ ତାରିଖରେ ତାଙ୍କର ତିରୋଧାନ ପରେ ଶ୍ରଦ୍ଧାବଚନାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଦେଇ ଅନ୍ୟତମ ପ୍ରତିଭାଧର ଓଡ଼ିଆ , ଅତୁଳନୀୟ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରା ପ୍ରାଣ ପରମ ସମ୍ମାନନୀୟ ମନ୍ମଥ ଶତପଥୀଙ୍କ ଆବେଗ ଥିଲା ପ୍ରଣିଧାନଯୋଗ୍ୟ । ଯେଉଁ କଳାକାରମାନେ ଗଭୀର ରାତ୍ରିରେ ରଙ୍ଗମଞ୍ଚର ଐନ୍ଦ୍ରଜାଲିକ ପରିବେଶରେ ଦର୍ଶକ ମନରେ ଗନ୍ଧର୍ବଲୋକ ସୃଷ୍ଟି କରିଥାଆନ୍ତି, ସେମାନଙ୍କ ବ୍ୟକ୍ତିଗତ ଜୀବନ କେତେ କ୍ଲେଶକର, ତାହା ବିଂଶ ଶତାବ୍ଦୀର ଓଡ଼ିଶା-ରଙ୍ଗମଞ୍ଚଗୁଡ଼ିକର ପ୍ରଚଣ୍ଡ ପ୍ରଭାବଶାଳୀ ଅଭିନେତା ସ୍ୱର୍ଗତ ନିରଞ୍ଜନ ଶତପଥୀଙ୍କ ଜୀବନ ଅନୁଧ୍ୟାନ କଲେ ଅନୁଭବ କରିହୁଏ ।

Continue reading
ଦକ୍ଷିଣା ପବନ

ଦକ୍ଷିଣା ପବନ

ଦକ୍ଷିଣା ପବନ ସବୁରି ହିତ
ଉତ୍ତରା ପବନ ଆଣଇ ଶୀତ
ପୁବେଇ ପବନ ଧାନକୁ ଭଲ
ପଶ୍ଚିମା ପବନ ଜରର ମୂଳ

ପାଣି,ପବନକୁ ନେଇ ଯେ ବେପାର ବଣିଜ କରିହେବ , କରିହେବ କ’ଣ , ସର୍ବାଧିକ ପରିମାଣରେ ଆୟ କରିହେବ , ଏକଥା ଯେତେବେଳେ ପଶ୍ଚିମାପଣ୍ଡିତମାନେ ଜାଣି ନଥିଲେ , ସେତେବେଳେ ଛ ଶହ ବର୍ଷ ତଳେ ମହାନ୍ ଓଡିଆ ସନ୍ଥମାନେ ଭବିଷ୍ୟତ ମାଳିକା ବା କଥନ, ବଚନରେ କହିଯାଇଛନ୍ତି । ଏବେ ତ ପବନବିକାମାନେ ବିଶ୍ବର ଶ୍ରେଷ୍ଠ ଧନୀ ମାନଙ୍କ ମଧ୍ୟରେ ଅନ୍ୟତମ ଏବଂ ଏହି ପ୍ରଚୁର ପରିମାଣର ଅର୍ଥ ଯେଭଳି ବରବାଦ୍ କରୁଛନ୍ତି , ତାହା ଜାଣିବା ପରେ ଦେହରେ ନିଆଁ ଲାଗିଯାଉଛି । ଗତ ବର୍ଷ ତ ଜଣେ ପବନବିକା କଳାପୁଞ୍ଜି ଐରାବତ ବିଦେଶରେ ନିଜର ସାନପୁଅର ବିଳାସ ବ୍ୟସନ ପାଇଁ ପାଞ୍ଚ ହଜାର କୋଟି ଟଙ୍କାର ସମ୍ପତ୍ତି କିଣିଲା । ଗୋଟିଏ ଗୋଟିଏ ଘର ୨୮ ମହଲା,୩୦ ମହଲା , ଯାହା ମଧ୍ୟରେ ସଂସାରର ସକଳ ଇନ୍ଦ୍ରୀୟ ଭୋଗୀ ଉପାଦାନ ଉପଲବ୍ଧ ଠାରୁ ବ୍ୟୋମଯାନ ଅବତରଣ ସ୍ଥଳ , ରହଣୀ ସ୍ଥଳ, କୋଟି କୋଟି ଟଙ୍କାର ଶହଶହ ସୌଖିନ ଚତୁର୍ଚକୀ ଯାନ, ସୁନା ପାଇଖାନା ଆଦିର ଚିତ୍ର ଆଖି ଝଲସେଇ ଦେଉଥିବା ବେଳେ ଏପଟେ ବନ୍ୟା ପ୍ରପିଡିତ ଗଡବଳଭଦ୍ରପୁରର ମୁକୁନ୍ଦ ବିଶ୍ବାଳଙ୍କ ଝୁମ୍ପୁଡିର ସ୍ଥିର ଚିତ୍ର ସ୍ଵାଧୀନୋତ୍ତର ଭାରତରେ ଅମୃତ ମହୋତ୍ସବ ପାଳନ ଅବସରରେ ସମତା ପ୍ରତିଷ୍ଠାର ବାସ୍ତବଧର୍ମୀ ଚିତ୍ର ପ୍ରଦର୍ଶିତ କରୁଛି । ଆଜି ଯେତେବେଳେ ପଶ୍ଚିମା ପଣ୍ଡିତ ବା ବୈଜ୍ଞାନିକ ମାନେ ବାୟୁ ଓ ପବନର ବର୍ଗୀକରଣ କରିଛନ୍ତି , ସେତେବେଳେ ହଜାର ବର୍ଷ ତଳେ ଗାଉଁଲି ଓଡ଼ିଆମାନେ ଢଗଢମାଳି ରେ ପବନର ବର୍ଗୀକରଣ କରିଯାଇଛନ୍ତି । ଅନେକ ଉଦାହରଣୀୟ ତଥ୍ୟ ଥିଲେ ମଧ୍ୟ ଏଠାରେ ଗୋଟିଏ ଉଦାହରଣ, ଯାହା କେଉଁ ପବନ କାହାକୁ ହିତକର, ତାହା ଉଲ୍ଲେଖ କରୁଛୁ ।

Continue reading

୭.୮% ଜିଡିପି ଅଭିବୃଦ୍ଧି ହାସଲ କଲା ଭାରତ

୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସ (ଏପ୍ରିଲରୁ ଜୁନ୍‌) ମଧ୍ୟରେ ଭାରତର ବାସ୍ତବ ସକଳ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ଆନୁମାନିକ ୭.୮% ପ୍ରତିଶତ ରହିଥିବା ଭାରତ ସରକାରଙ୍କ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟରୁ ସୂଚନା ମିଳିଛି । ୨୦୨୪-୨୫ ପ୍ରଥମ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ହାର ୬.୫% ଥିଲା।

Continue reading
ଝୋଟ ବସ୍ତା ଉପରେ ବ୍ୟବହାର ଶୁଳ୍କ ପ୍ରାୟ ୪୦% ବୃଦ୍ଧି କଲେ କେନ୍ଦ୍ର ସରକାର

ଝୋଟ ବସ୍ତା ଉପରେ ବ୍ୟବହାର ଶୁଳ୍କ ପ୍ରାୟ ୪୦% ବୃଦ୍ଧି କଲେ କେନ୍ଦ୍ର ସରକାର

କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଆଜି କହିଛନ୍ତି ଯେ କେନ୍ଦ୍ର ସରକାର ଝୋଟ ବସ୍ତା ଉପରେ ବ୍ୟବହାର ଶୁଳ୍କକୁ ପ୍ରାୟ ୪୦% ବୃଦ୍ଧି କରିଛନ୍ତି, ଯାହା ଦେଶର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ସରକାରମାନଙ୍କୁ ଆର୍ଥିକ ଆଶ୍ୱସ୍ତି ପ୍ରଦାନ କରିବ।

ସେ କହିଛନ୍ତି ଯେ ଖାଦ୍ୟଶସ୍ୟ କ୍ରୟ ଏବଂ ବଣ୍ଟନରେ କେନ୍ଦ୍ର-ରାଜ୍ୟ ସହଯୋଗକୁ ସୁଦୃଢ଼ କରିବା ସହିତ କ୍ରୟ କାର୍ଯ୍ୟକୁ ସୁଗମ କରିବା, ସ୍ଥାୟୀ ପ୍ୟାକେଜିଂ ଅଭ୍ୟାସକୁ ସମର୍ଥନ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

Continue reading
ଭୁବନେଶ୍ୱରରେ ସଂସଦ ଏବଂ ରାଜ୍ୟ ବିଧାନସଭାର ଏସସି/ଏସଟି କଲ୍ୟାଣ ସମିତିଗୁଡ଼ିକର ଜାତୀୟ ସମ୍ମିଳନୀ ଉଦଘାଟିତ

ଭୁବନେଶ୍ୱରରେ ସଂସଦ ଏବଂ ରାଜ୍ୟ ବିଧାନସଭାର ଏସସି/ଏସଟି କଲ୍ୟାଣ ସମିତିଗୁଡ଼ିକର ଜାତୀୟ ସମ୍ମିଳନୀ ଉଦଘାଟିତ

ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା ଆଜି ଭୁବନେଶ୍ୱରଠାରେ ସଂସଦ ଏବଂ ରାଜ୍ୟ ବିଧାନସଭାର ଅନୁସୂଚିତ ଜାତି ଏବଂ ଜନଜାତି କଲ୍ୟାଣ ସମିତି ଅଧ୍ୟକ୍ଷମାନଙ୍କ ଦୁଇ ଦିନିଆ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଦେଶବ୍ୟାପୀ ୧୨୦ରୁ ଅଧିକ ପ୍ରତିନିଧି ଏହି ଦୁଇ ଦିନିଆ ସମ୍ମିଳନୀରେ (୨୯-୩୦ ଅଗଷ୍ଟ) ଅଂଶଗ୍ରହଣ କରୁଛନ୍ତି । ଏହି ମଞ୍ଚରେ ସର୍ବୋତ୍ତମ ଅଭ୍ୟାସ ଓ ଅଭିଜ୍ଞତା ବାଣ୍ଟିବା ଏବଂ ଅନୁସୂଚିତ ଜାତି ଓ ଜନଜାତିଙ୍କ ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ଅଧିକ ପ୍ରଭାବଶାଳୀ ନୀତି ପ୍ରସ୍ତୁତ କରିବା ସହିତ ଏହାକୁ କାର୍ଯ୍ୟକାରୀ କରିବା ଲାଗି ରଣନୀତି ପ୍ରସ୍ତୁତ କରିବା ନେଇ ବିଚାରବିମର୍ଶ କରାଯାଉଛି।

Continue reading