ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ସାମାଜିକ ସମରସତା ଓ ନ୍ୟାୟର ଶ୍ରେଷ୍ଠ ପ୍ରତୀକ । ତାଙ୍କ ପାଖରେ ଗରିବ-ଧନୀ କିମ୍ବା ଜାତି-ବର୍ଣ୍ଣର କୌଣସି ଭେଦଭାବ ନାହିଁ, ବରଂ ସମସ୍ତେ ସମାନ । ଆଜି ନୂଆଦିଲ୍ଲୀର ହଜଖାସ୍ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ “ଭଗବାନ ଜଗନ୍ନାଥ : ଅଧ୍ୟାତ୍ମ ଏବଂ ବିଜ୍ଞାନର ଏକ ବିଲକ୍ଷଣ ସଂଗମ(‘Bhagwan Jagannath: The Unparallel Confluence of Science and Spiritualism’) ର ଇଂରାଜୀ ଓ ହିନ୍ଦୀ ସଂକଳନକୁ ଉନ୍ମୋଚନ କରିବା ଅବସରରେ […]
Continue readingCategory Archives: ସାହିତ୍ୟ
ଭୀମଭୋଇ ଲୋକ ମହୋତ୍ସବ’ କେବଳ ସଂସ୍କୃତି ଓ ଲୋକକଳାର ମଞ୍ଚ ନୁହେଁ ବରଂ ଆମ ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଓ ପରିଚୟର ଏକ ଜ୍ୱଳନ୍ତ ପ୍ରତିବିମ୍ବ – ଧର୍ମେନ୍ଦ୍ର ପ୍ରଧାନ
ରେଢାଖୋଲର ‘ଭୀମଭୋଇ ଲୋକ ମହୋତ୍ସବ’ କେବଳ ସଂସ୍କୃତି ଓ ଲୋକକଳାର ମଞ୍ଚ ନୁହେଁ ବରଂ ଆମ ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଓ ପରିଚୟର ଏକ ଜ୍ୱଳନ୍ତ ପ୍ରତିବିମ୍ବ । ଏହି ଉଦ୍ୟମ‘ଭୀମ ମଣ୍ଡଳୀ’ର ଗୌରବମୟ ଇତିହାସ ଏବଂ ସନ୍ଥ କବି ଭୀମ ଭୋଇଙ୍କ ସେହି ମହାନ ମାନବବାଦୀ ଚିନ୍ତାଧାରାକୁ ସାରା ବିଶ୍ୱ ଦରବାରରେ ଉଜାଗର କରିବ । ରେଢାଖୋଲର ଆଧ୍ୟାତ୍ମିକ ପରିଚୟକୁ ସୁଦୃଢ଼ କରିବା ସହ ଏଠାକାର ପର୍ଯ୍ୟଟନକୁ ଏକ ନୂତନ ଦିଶା ଦେବାରେ ସହାୟକ ହେବ ବୋଲି ‘ରେଢାଖୋଲ ଭୀମଭୋଇ ଲୋକ […]
Continue readingପୂର୍ଣ୍ଣଚନ୍ଦ୍ର ଦାଶଙ୍କ ଦୁଇ ଆଧ୍ୟାତ୍ମିକ ଗ୍ରନ୍ଥର ଲୋକାର୍ପଣ
ପ୍ରସିଦ୍ଧ ଓଡ଼ିଆ ଲେଖକ ପୂର୍ଣ୍ଣଚନ୍ଦ୍ର ଦାଶଙ୍କ ରଚିତ ଦୁଇଟି ମହତ୍ତ୍ୱପୂର୍ଣ୍ଣ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଗ୍ରନ୍ଥ “ଶ୍ରୀ ରାମାୟଣ” ଏବଂ “ଜଗନ୍ନାଥ ବିଳାସ ଚନ୍ଦ୍ରିକା”ର ଲୋକାର୍ପଣ ଉତ୍ସବ ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡେମୀରେ ଅନୁଷ୍ଠିତ ହୋଇଛି। ପୂର୍ଣ୍ଣଚନ୍ଦ୍ର ଦାଶଙ୍କ “ଶ୍ରୀ ରାମାୟଣ” ଗ୍ରନ୍ଥରେ ବାଲ୍ମୀକି ରାମାୟଣର ମୂଳ ଭାବଧାରାକୁ ଓଡ଼ିଆ ଭାଷାର ସରଳତା ଓ ମଧୁରତାରେ ଉପସ୍ଥାପନ କରାଯାଇଛି, ଯାହା ଆଧୁନିକ ପାଠକଙ୍କ ପାଇଁ ଅତ୍ୟନ୍ତ ଆକର୍ଷଣୀୟ ହେବ। ଅନ୍ୟପକ୍ଷରେ “ଜଗନ୍ନାଥ ବିଳାସ ଚନ୍ଦ୍ରିକା” ଶ୍ରୀଜଗନ୍ନାଥଙ୍କ ସଂସ୍କୃତିର ଦାର୍ଶନିକ, […]
Continue readingଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ରଚିତ ପ୍ରଥମ ଉପନ୍ୟାସ ‘ପାର୍ଶ୍ୱସ୍ରୋତ’ ଉନ୍ନୋଚିତ
ଖୋର୍ଦ୍ଧା ଜିଲ୍ଲାପାଳ ତଥା ଆଇଏଏସ୍ ଅଧିକାରୀ ଅମ୍ରିତ ଋତୁରାଜଙ୍କ ରଚିତ ପ୍ରଥମ ଉପନ୍ୟାସ ‘ପାର୍ଶ୍ୱସ୍ରୋତ’ର ଉନ୍ମୋଚନ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିର ଅଡିଟୋରିୟମ ପରିସରରେ ଅନୁଷ୍ଠିତ ହୋଇଛି । ଶ୍ରୀ ଅମ୍ରିତ ଋତୁରାଜ ଜଣେ ଅଭିଜ୍ଞ ପ୍ରଶାସକ ଭାବେ ପରିଚିତ ହେଲେ ମଧ୍ୟ ସାହିତ୍ୟ କ୍ଷେତ୍ରରେ ତାଙ୍କର ପ୍ରତିଭା ଅନନ୍ୟ। ‘ପାର୍ଶ୍ୱସ୍ରୋତ’ ଉପନ୍ୟାସଟି କୁଟିଆ କନ୍ଧ ଜନଜାତିର ଜୀବନଶୈଲୀ, ସଂସ୍କୃତି, ପରମ୍ପରା ଓ ପ୍ରକୃତି ସହିତ ସମ୍ପର୍କକୁ ଅତ୍ୟନ୍ତ ସୁନ୍ଦର ଓ ପ୍ରାମାଣିକ ଭାବେ ଚିତ୍ରଣ କରିଛି। […]
Continue reading‘ରିଲ୍’ ମସ୍ତିଷ୍କକୁ କିଛି ସମୟ ପାଇଁ ପ୍ରଭାବିତ କରେ କିନ୍ତୁ ଭଲ ବହି ସାରା ଜୀବନକୁ ପ୍ରଭାବିତ କରେ – ଧର୍ମେନ୍ଦ୍ର ପ୍ରଧାନ
ପୁସ୍ତକ ମେଳା ବିଚାର ଓ ଆଚାରର ଏକ ଉତ୍ସବ । ବହି ପଢ଼ିବା ଦ୍ୱାରା ଜ୍ଞାନର ଗଭୀରତା ବଢ଼େ ଏବଂ ଆଗକୁ ଯିବାର ପଥ ମିଳେ । ଆଜିକାଲିର ମୋବାଇଲ ଓ ୩୦ ସେକେଣ୍ଡର ‘ରିଲ୍’ ମସ୍ତିଷ୍କକୁ କିଛି ସମୟ ପାଇଁ ପ୍ରଭାବିତ କରିପାରେ, କିନ୍ତୁ ଗୋଟିଏ ଭଲ ବହି ସାରା ଜୀବନକୁ ପ୍ରଭାବିତ କରିଥାଏ । ଯିଏ ପଢ଼େ, ସେ କେବଳ ଟ୍ରେଣ୍ଡ୍ ବନାଏ ନାହିଁ, ସେ ଇତିହାସ ବନାଏ । ଗାନ୍ଧିଜୀ ଯଦି ଗୀତା […]
Continue reading୨୦୩୬ର ‘ବିକଶିତ ଓଡ଼ିଶା’ ପାଇଁ ୨୦୨୬ରୁ ପ୍ରୟାସ କରିବା – ଧର୍ମେନ୍ଦ୍ର ପ୍ରଧାନ
ଆମେ ୨୦୨୬ରୁ ୨୦୩୬ ମସିହା ପର୍ଯ୍ୟନ୍ତ ଏକ ଦଶନ୍ଧିର ଲକ୍ଷ୍ୟ ନେଇ ଏକ ସମୃଦ୍ଧ ଓଡ଼ିଶା ଓ ବିକଶିତ ଓଡ଼ିଶା ଗଠନ ଦିଗରେ ଅଗ୍ରସର ହେଉଛୁ । ଏହି ସମୟରେ ଓଡ଼ିଶାର ୧ କୋଟିରୁ ଉର୍ଦ୍ଧ୍ୱ ପିଲାଙ୍କ ଯତ୍ନ ନେବା ସହ ମାତୃଭାଷାରେ ଶିକ୍ଷା ପ୍ରଦାନ କରିବା ଏବଂ ଯୁବପିଢ଼ିଙ୍କୁ ଆନ୍ତର୍ଜାତୀୟ ଦକ୍ଷତା ପ୍ରଦାନ କରିବା ପାଇଁ ଦାୟିତ୍ନ ନେବା ସହ ପ୍ରୋତ୍ସାହନ ଦେବାକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । […]
Continue readingକବି ଭକ୍ତଚରଣ ଦାସଙ୍କ ସ୍ମୁତି ଉପଲକ୍ଷେ ସାରସ୍ୱତ ସଭା
ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ ଅନ୍ତର୍ଗତ କବିତୀର୍ଥ ସାନପଦର ଗ୍ରାମରେ ଓଡିଶା ସାହିତ୍ୟ ଏକାଡେମୀ ଓ ଭକ୍ତଚରଣ ସାହିତ୍ୟ ସଂସ୍କୃତି ପରିଷଦ ମିଳିତ ଆନୁକୂଲ୍ୟରେ ବୈଷ୍ଣବ କବି ଭକ୍ତଚରଣ ଦାସଙ୍କ ସ୍ମୁତି ଉପଲକ୍ଷେ ଏକ ସାରସ୍ୱତ ସଭା ଶ୍ରୀକାନ୍ତ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଦୈନିକ ସୁବାର୍ତ୍ତାର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ ମୁଖ୍ୟଅତିଥି ଭାବରେ ଯୋଗଦେଇ କହିଲେ ଯେ, ସମଗ୍ର ଓଡ଼ିଶାର ଚାଟଶାଳୀରେ ଭକ୍ତଚରଣଙ୍କ ମଥୁରାମଙ୍ଗଳ, ମନବୋଧ ଚଉତିଶା ଓ କଳାକଳେବର ଚଉତିଶା ସହିତ ସେଇ […]
Continue readingକାଳଜୟୀ ସ୍ରଷ୍ଟା ଭକ୍ତଚରଣ
ଯାହାଙ୍କର କବିତାର ସାରଲ୍ୟସୁଶୋଭିତ ସୁଷମାରେ ବିମଣ୍ଡିତ, ସେହି ମହାନ ସାରସ୍ବତ ସାଧକ ଭକ୍ତ ଚରଣ ଦାସ (୧୭୨୯-୧୮୧୩) , ଯିଏ ଅଷ୍ଟାଦଶ ଶତକର ଅନ୍ୟତମ ଶ୍ରେଷ୍ଠ କବି , ତାଙ୍କର ଆଜି ସ୍ମୃତି ଚାରଣ ଦିବସ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛୁ । ଏହି କାଳଜୟୀ କବି ଙ୍କର ପ୍ରକୃତ ନାମ ବୈରାଗୀ ଚରଣ ପଟ୍ଟନାୟକ । ବୈଷ୍ଣବ ଧର୍ମରେ ଦୀକ୍ଷା ଗ୍ରହଣ କରି ସେ ନିଜକୁ ଭକ୍ତଚରଣ […]
Continue readingଭଜନ ସମ୍ରାଟ ଭିକାରୀ ବଳଙ୍କ କାଳଜୟୀ ସାଧନା ଓ ପଞ୍ଚଦଶ ଶ୍ରାଦ୍ଧ ଦିବସ
ଆଜି, କାର୍ତ୍ତିକ ମାସର ଏହି ଶୁଭ ସମୟରେ, ଓଡ଼ିଆ ଜାତିର ଆଧ୍ୟାତ୍ମିକ ଚେତନାକୁ ସମୃଦ୍ଧ କରିଥିବା ମହାନ ଗାୟକ,ଭଜନ ସମ୍ରାଟ ଶ୍ରୀ ଭିକାରୀ ବଳଙ୍କ ପଞ୍ଚଦଶ ଶ୍ରାଦ୍ଧ ଦିବସ ପାଳନ କରାଯାଉଛି। ତାଙ୍କୁ ସମସ୍ତେ ଅମୃତ କଣ୍ଠ, କୈବଲ୍ୟ କଣ୍ଠ ଓ ଶ୍ରୀଜଗନ୍ନାଥଙ୍କ ନିକଟରେ ସମର୍ପିତ ଭକ୍ତ ଶିରୋମଣି ଭାବରେ ଜାଣନ୍ତି। ଭିକାରୀ ବଳ କେବଳ ଜଣେ କଣ୍ଠଶିଳ୍ପୀ ନଥିଲେ; ସେ ଥିଲେ ବିଭୁପ୍ରଦତ୍ତ ଅମୃତ ବର୍ଷୀ ସ୍ୱରର ଏକ ସାଧନା, ଯିଏ ନିଜର ସମଗ୍ର ଜୀବନକୁ […]
Continue readingଗୋଦାବରୀଶ ସାହିତ୍ୟ ସଂସଦର ୬୮ତମ ବାର୍ଷିକୋତ୍ସବଓ ପଣ୍ଡିତ ଗୋଦାବରୀଶଙ୍କ ଜୟନ୍ତୀ ସମାରୋହ
ରାଜଧାନୀର ସର୍ବପୁରାତନ ସାହିତ୍ୟ ଅନୁଷ୍ଠାନ ଗୋଦାବରୀଶ ସାହିତ୍ୟ ସଂସଦର ୬୮ତମ ବାର୍ଷିକ ଉତ୍ସବ ଓ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ୧୩୮ତମ ଜୟନ୍ତୀ ଉତ୍ସବ ଅକ୍ଟୋବର ୨୬ ତାରିଖ ପୂର୍ବାହ୍ନରେ ଗୀତ ଗୋବିନ୍ଦ ସଦନରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଅତିଥିମାନେ ଶ୍ରୀଜଗନ୍ନାଥ ଓ ପଣ୍ଡିତ ଗୋଦାବରୀଶଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳ କରିବା ପରେ ପାରମ୍ଭିକ ସଂଗୀତ ‘ତୁଙ୍ଗ ଶିଖରୀ ଚୁଳ’ ଗାନ କରାଯାଇଥିଲା ।ସଂସଦର ବରିଷ୍ଠ ସଭ୍ୟ ପ୍ରଫେସର ଡକ୍ଟର ଉପେନ୍ଦ୍ର ପ୍ରସାଦ […]
Continue reading




