ଗୃହ ବିଭାଗରେ ୮ଶହ ଅବସରପ୍ରାପ୍ତ ପୁଲିସଙ୍କୁ ମିଳିବ ପୁନଃ ନିଯୁକ୍ତି

ଗୃହ ବିଭାଗରେ ୮ଶହ ଅବସରପ୍ରାପ୍ତ ପୁଲିସଙ୍କୁ ମିଳିବ ପୁନଃ ନିଯୁକ୍ତି

ଗୃହ ବିଭାଗରେ ୮ଶହ ଅବସରପ୍ରାପ୍ତ ପୁଲିସଙ୍କୁ ମିଳିବ ପୁନଃ ନିଯୁକ୍ତି । ନିୟମିତ ନିଯୁକ୍ତି ପରିବର୍ତ୍ତେ ଅବସରପ୍ରାପ୍ତ ASI, SI,ଏବଂ ଇନିସପେକ୍ଟରଙ୍କୁ ଚୁକ୍ତି ଭିତ୍ତିକ ନିଯୁକ୍ତି ଦେବେ ସରକାର । ଏହି ନିଯୁକ୍ତି ମିଳିବା ପରେ ସେମାନେ ସ୍ପେଶାଲ ପୁଲିସ ଅଫିସର ଭାବରେ କାର୍ଯ୍ୟ କରିବେ । ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ପୁନଃ ନିଯୁକ୍ତି ପାଇବାକୁ ଥିବା ପୋଲିସ ଅଧିକାରୀଙ୍କ ବୟସ ୬୫ ବର୍ଷ ଭିତରେ ହୋଇଥିବ । ଚାକିରି ସମୟରେଏସପିଓ ଭାବେ ଏକ ବର୍ଷ କାର୍ଯ୍ୟ କରିଥିବେ ।ସେମାନଙ୍କ ସର୍ଭିସ୍ ରେକର୍ଡ ଭଲ ଥିବ ଓ ଶାରୀରିକ ଭାବେ ଫିଟ୍ ଥିବେ । ଅବସର ପୂର୍ବରୁ ୫ ବର୍ଷରେ ତାଙ୍କର ସିସିଆର୍ ଭଲ ଥିବ | ସେମାନଙ୍କ ବିରୋଧରେ କୌଣସି ଆପରାଧିକ ମାମଲା ନଥିବ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସାମନା କରି ନଥିବେ | ପୁଲିସ ଡିଜି ଏକ ଚୟନ କମିଟି ଗଠନ କରି ଏହି ନିଯୁକ୍ତି ଦେବେ ବୋଲି ଗୃହ ବିଭାଗ ପକ୍ଷରୁ କୁହାଯାଇଛି ।

ବୁଢ଼ା ହୋଇଯିବ ପୋଲିସ ବିଭାଗ । ୮ଶହ ଅବସରପ୍ରାପ୍ତ ପୁଲିସଙ୍କୁ ମିଳିବ ପୁନଃ ନିଯୁକ୍ତି । ନିୟମିତ ନିଯୁକ୍ତି ପରିବର୍ତ୍ତେ ଅବସରପ୍ରାପ୍ତ ASI, SI,ଏବଂ ଇନିସପେକ୍ଟରଙ୍କୁ ଚୁକ୍ତି ଭିତ୍ତିକ ନିଯୁକ୍ତି ଦେବେ ସରକାର । ଏହି ନିଯୁକ୍ତି ମିଳିବା ପରେ ସେମାନେ ସ୍ପେଶାଲ ପୁଲିସ ଅଫିସର ଭାବରେ କାର୍ଯ୍ୟ କରିବେ । ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ପୁନଃ ନିଯୁକ୍ତି ପାଇବାକୁ ଥିବା ପୋଲିସ ଅଧିକାରୀଙ୍କ ବୟସ ୬୫ ବର୍ଷ ଭିତରେ ହୋଇଥିବ । ଚାକିରି ସମୟରେଏସପିଓ ଭାବେ ଏକ ବର୍ଷ କାର୍ଯ୍ୟ କରିଥିବେ।

ସେମାନଙ୍କ ସର୍ଭିସ୍ ରେକର୍ଡ ଭଲ ଥିବ ଓ ଶାରୀରିକ ଭାବେ ଫିଟ୍ ଥିବେ । ଅବସର ପୂର୍ବରୁ ୫ ବର୍ଷରେ ତାଙ୍କର ସିସିଆର୍ ଭଲ ଥିବ | ସେମାନଙ୍କ ବିରୋଧରେ କୌଣସି ଆପରାଧିକ ମାମଲା ନଥିବ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସାମନା କରି ନଥିବେ | ପୁଲିସ ଡିଜି ଏକ ଚୟନ କମିଟି ଗଠନ କରି ଏହି ନିଯୁକ୍ତି ଦେବେ ବୋଲି ଗୃହ ବିଭାଗ ପକ୍ଷରୁ କୁହାଯାଇଛି । ଗୋଟିଏ ପଟେ ସରକାର ଅବସର ପରେ ନିଯୁକ୍ତିକୁ ସରକାର ମନା କରୁଥିବା ବେଳେ ପୁଲିସ ବିଭାଗ ପରି ଏକ ସମ୍ବେଦନଶୀଳ ବିଭାଗରେ ଏକାଥରେ ୮୦୦ ଅବସରପ୍ରାପ୍ତଙ୍କୁ ନିଯୁକ୍ତି ପାଇଁ ଯେତେବେଳେ ନିଷ୍ପତ୍ତି ହୋଇଛି ସେତେବେଳେ ଏହାକୁ ନେଇ ସରକାରକୁ ସମାଲୋଚନା କରିଛି ବିଜେଡି । ବିଜେଡି କହିଛି, ପୂର୍ବରୁ ଯେଉଁ ପ୍ରସଙ୍ଗକୁ ବିଜେପି ସମାଲୋଚନା କରୁଥିଲା ଆଜି ସରକାରକୁ ଆସିବା ପରେ ସେହି କାମ କରୁଛନ୍ତି ।

ଜବାବରେ ଆଇନ ମନ୍ତ୍ରୀ କହିଛନ୍ତି ପୂର୍ବ ସରକାର ମାଳ ମାଳ OSD ହୋଇ ବୁଲୁଥିଲେ ସଚିବାଳୟରେ। ସେ ଅବସ୍ଥା ଆଜି ତାରିଖରେ ନାହିଁ। ଆମେ ପୁନଃ ନିଯୁକ୍ତି ନୀତିରେ ପରିବର୍ତ୍ତନ କରିଛୁ । ପୁନଃ ନିଯୁକ୍ତିକୁ ଯଥା ସମ୍ଭବ ବନ୍ଦ କରାଯାଇଛି । ସେଗୁଡା ବିରୋଧୀଙ୍କୁ ଦେଖା ଯାଉନି। ୪୦ ହଜାର ସରକାରୀ ନିଯୁକ୍ତି ୨୪ ବର୍ଷରେ କରିନଥିଲେ ଆମେ କରିସାରିଛୁ । ନୂତନ ନିଯୁକ୍ତି ବି ସେମାନଙ୍କୁ ଦେଖା ଯାଉନି. ବିରୋଧୀ ଆଖିରୁ ନେଳିଆ ଚଷମା କାଢି ଦେଲେ ଭଲ ହେବ।

ପୋଲିସ ବିଭାଗରେ ଅଫିସର ସ୍ତରରେ ହଜାର ହଜାର ପଦବୀ ଖାଲି ପଡିଛି । ଏପରିକି ପ୍ରାୟ ୪ହଜାର ୨୧୯ ଟି କନେଷ୍ଟବଳ ପଦବୀ ପାଇଁ ଅନୁମୋଦନ ମିଲିଥିଲେ ବି ବିଜ୍ଞପ୍ତି ପ୍ରକାଶ ପାଇନାହିଁ । ରାଜ୍ୟର ବିଭିନ୍ନ ଥାନାରେ ୩ହଜାର ପଦବୀ ଖାଲି ପଡିଛି । ପୁଲିସ ଏସଆଇ ପରିକ୍ଷାରେ ବିଭ୍ରାଟକୁ ନେଇ ଆଶାୟୀ ହତାସ ହୋଇପଡିଛନ୍ତି। ଦୁଇ ଥର ପରିକ୍ଷା ବାତିଲ ହୋଇ,ରିଲେଣି । କେବେ ପରକ୍ଷା ହେବ ଆଶାୟୀ ଚାହିଁ ବସିଛନ୍ତି । ଏଭଳି ସ୍ଥିତିରେ ପୁଣି ଅବସରପ୍ରାପ୍ତ ପୋଲିସ ବାବୁଙ୍କ ଥଇଥାନ ପାଇଁ ସରକାରଙ୍କ ଏହି ନିଷ୍ପତ୍ତି ଆଶାୟୀଙ୍କୁ ହତାଶ କରିଛି ।

Posted in ରାଜ୍ୟ and tagged , .