ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ଵାକ୍ଷରିତ

ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ଵାକ୍ଷରିତ

ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ଵାକ୍ଷରିତ ହୋଇଛି । ଏହାଦ୍ୱାରା ଭାରତୀୟ ଅର୍ଥବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି । ଏନେଇ ଅନେକ ଆକଳନ କରାଯାଉଥିବା ବେଳେ ଉଭୟ ଦେଶ ପାଇଁ ବଡ ଅର୍ଥନୈତିକ ପରିବର୍ତ୍ତନ ଆଶା କରାଯାଉଛି ।

ଏହି ଚୁକ୍ତି ପରେ ପ୍ରାୟ ୯୫% ୟୁରୋପୀୟ କମ୍ପାନୀ ଆଗାମୀ ୫ ବର୍ଷ ମଧ୍ୟରେ ଭାରତରେ ନିବେଶ କରି ନିଜର ବ୍ୟବସାୟ ବୃଦ୍ଧି କରିବାକୁ ଯୋଜନା କରିଛନ୍ତି । ଏହାସହ ୭୮% ୟୁରୋପୀୟ କମ୍ପାନୀ ଭାରତରେ ନିଯୁକ୍ତି ଲକ୍ଷ୍ୟ ରଖିଛନ୍ତି । ପ୍ରତି ୫ଟି କମ୍ପାନୀ ମଧ୍ୟରୁ ଜଣେ ୧୦୦୦ରୁ ଅଧିକ ନୂଆ ଚାକିରି ସୃଷ୍ଟି କରିବେ ବୋଲି ଆଶା କରାଯାଉଛି । ସେହିଭଳି ପ୍ରାୟ ୬୯% କମ୍ପାନୀ ଭାରତକୁ ଏକ ଗ୍ଲୋବାଲ୍ ସପ୍ଲାଏ ଚେନ୍ ହବ୍ ଭାବେ ଗଢ଼ିବା ପାଇଁ ଉତ୍ପାଦନ ବୃଦ୍ଧି କରିବାକୁ ଚାହୁଁଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ୟୁରୋପୀୟ କମିଶନ ଅଧ୍ୟକ୍ଷା ଉର୍ସୁଲା ଭନ୍ ଡେର୍ ଲେୟେନ୍ ଏହି ଚୁକ୍ତିକୁ “ସମସ୍ତ ବାଣିଜ୍ୟ ଚୁକ୍ତିର ଜନନୀ” ବୋଲି ଅଭିହିତ କରିଛନ୍ତି । ଏହି ଚୁକ୍ତି ଦ୍ଵାରା ପ୍ରାୟ ୨୦୦ କୋଟି ଜନସଂଖ୍ୟା ବିଶିଷ୍ଟ ଏକ ବିଶାଳ ବଜାର ପାଇଁ ବାଣିଜ୍ୟିକ ବାଟ ଫିଟିଛି । ପ୍ରାୟ ୨୬% କମ୍ପାନୀ ଆଗାମୀ ୫ ବର୍ଷରେ ପ୍ରତ୍ୟେକ ୧୦୦ ମିଲିୟନ ୟୁରୋରୁ ଅଧିକ ନିବେଶ କରିବାକୁ ପ୍ରତିଶ୍ରୁତିବଦ୍ଧ । ଅନ୍ୟ ୨୫% କମ୍ପାନୀ ୨୦ ରୁ ୧୦୦ ମିଲିୟନ ୟୁରୋ ପର୍ଯ୍ୟନ୍ତ ପୁଞ୍ଜି ନିବେଶ କରିବେ । ବିଶେଷ କରି ଯାନବାହାନ, ବୈଦ୍ୟୁତିକ ଶକ୍ତି, ଡିଜିଟାଲ୍ ଏବଂ ଚିକିତ୍ସାବିଜ୍ଞାନ କ୍ଷେତ୍ରରେ ଏହି ନିବେଶ ହୋଇପାରେ ।

Posted in ଦେଶ ବିଦେଶ and tagged , .