ଏକତା, ଅଖଣ୍ଡତା ଏବଂ ଗଣତାନ୍ତ୍ରିକ ପରମ୍ପରାକୁ ସୁଦୃଢ଼ କରିବା – ଧର୍ମେନ୍ଦ୍ର ପ୍ରଧାନ

ଏକତା, ଅଖଣ୍ଡତା ଏବଂ ଗଣତାନ୍ତ୍ରିକ ପରମ୍ପରାକୁ ସୁଦୃଢ଼ କରିବା – ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ୭୭ତମ ଗଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀ ସ୍ଥିତ ନିଜ ବାସଭବନରେ ଗର୍ବର ସହ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି ପବିତ୍ର ଅବସରରେ ସେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ସାମ୍ବିଧାନିକ ଚେତନାକୁ ସମ୍ମାନ ଜଣାଇଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, “ଆଜିର ଏହି ଦିନ ଆମର ଗଣତାନ୍ତ୍ରିକ ଆଦର୍ଶକୁ ପାଳନ କରିବା, ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରିବା ଏବଂ ଭାରତୀୟ ସମ୍ବିଧାନର ପ୍ରଣେତାମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ଦିନ । ଆମ ସମ୍ବିଧାନରେ ଅନ୍ତର୍ନିହିତ ଥିବା ମୂଲ୍ୟବୋଧ, କର୍ତ୍ତବ୍ୟ ଏବଂ ଅଧିକାର ପ୍ରତି ଏହି ଦିନ ଆମକୁ ସାମୂହିକ ଦାୟିତ୍ୱବୋଧର ସ୍ମରଣ କରାଇଥାଏ । ଶ୍ରୀ ପ୍ରଧାନ ସେହି ଅମର ବଳିଦାନୀ, ସମ୍ବିଧାନ ପ୍ରଣେତା ଏବଂ ରାଷ୍ଟ୍ର ଗଠନରେ ନିୟୋଜିତ ପ୍ରତ୍ୟେକ ନାଗରିକଙ୍କୁ ପ୍ରଣାମ ଜଣାଇଛନ୍ତି, ଯାହାଙ୍କ ତ୍ୟାଗ ଓ ତପସ୍ୟା ବଳରେ ଭାରତ ବିଶ୍ୱ ଦରବାରରେ ଏକ ସଶକ୍ତ ଓ ଗଣତାନ୍ତ୍ରିକ ସନ୍ତାନ ଭାବେ ପ୍ରତିଷ୍ଠିତ ହୋଇପାରିଛି ।

ସମସ୍ତେ ମିଶି ରାଷ୍ଟ୍ରର ଏକତା, ଅଖଣ୍ଡତା ଏବଂ ଗଣତାନ୍ତ୍ରିକ ପରମ୍ପରାକୁ ଅଧିକ ସୁଦୃଢ଼ କରିବା ପାଇଁ ସଂକଳ୍ପ ନେବାକୁ ଆହ୍ୱାନ କରିବା ସହ ଏହି ଗଣତନ୍ତ୍ର ଦିବସ ଆମକୁ ଏକ ସମୃଦ୍ଧ ତଥା ବିକଶିତ ଭାରତ ଗଠନ ଦିଗରେ ଅଧିକ ପରିଶ୍ରମ କରିବାକୁ ଅନୁପ୍ରାଣିତ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

Posted in ଦେଶ ବିଦେଶ and tagged , .