ଓ୍ଵିମେନ ପ୍ରିମିୟର ଲିଗ୍ ଚତୁର୍ଥ ସଂସ୍କରଣରେ ବାଜି ମାରିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ଓ୍ଵିମେନ ପ୍ରିମିୟର ଲିଗ୍ ଚତୁର୍ଥ ସଂସ୍କରଣରେ ବାଜି ମାରିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

 ଓ୍ଵିମେନ ପ୍ରିମିୟର ଲିଗ୍(ଡବ୍ଲ୍ୟୁପିଏଲ)ର ଚତୁର୍ଥ ସଂସ୍କରଣରେ ବାଜି ମାରିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ରୋମାଞ୍ଚକର ଫାଇନାଲ୍ରେ ଦଳ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ଓ୍ଵିକେଟରେ ହରାଇ ଦ୍ଵିତୀୟ ଥର ଟାଇଟଲ୍ ଜିତିଛି ଆରସିବି। ଅନ୍ୟପଟେ ଲଗାତାର ଚତୁର୍ଥ ଥର ଫାଇନାଲରେ ପହଞ୍ଚି ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସର ଚାମ୍ପିଅନ ହେବାର ସ୍ଵପ୍ନ ଧୂଳିସାତ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ୪ ଓ୍ଵିକେଟ୍ ହରାଇ ବିଶାଳ ୨୦୩ ରନ କରିଥିଲା।ଜବାବରେ ଅଧିନାୟକ ସ୍ମିତି ମନ୍ଧାନାଙ୍କ ବିସ୍ଫୋରକ ୮୭ ରନ ଏବଂ ଜର୍ଜିଅ ଭୋଲଙ୍କ ୭୯ ରନର ଇନିଂସ ବଳରେ ମ୍ୟାଚକୁ ୪ ଓ୍ଵିକେଟରେ ଜିତି ନେଇଛି।

Posted in ଖେଳ and tagged , .