ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ଆଜି ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୭୦୦ ଅଭିଯୋଗ ଆସିଥିଲା।  ଅଭିଯୋଗ ଗୁଡ଼ିକର ଆଲୋଚନା ହୋଇ ସଂପୃକ୍ତ ବିଭାଗକୁ ପଠା ଯାଇଛି। ଆଜି ଜନ ଶୁଣାଣି ବେଳେ ୫ ବରିଷ୍ଠ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣାଣି କରିଥିଲେ। ମୁଖ୍ୟମନ୍ତ୍ରୀ ବ୍ୟକ୍ତଗତ ଭାବେ ୩୨ ଜଣ ଦିବ୍ୟାଙ୍ଗଙ୍କୁ ଭେଟିଥିଲେ ।

ଭଦ୍ରକର ବ୍ରଜକିଶୋର ବନ୍ଧାଙ୍କୁ ୧ ଲକ୍ଷ ଟଙ୍କା ଏବଂ ଯାଜପୁରର କାର୍ତ୍ତିକ ସିଙ୍କୁ ୧.୫୦ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ମଞ୍ଜୁର କରାଯାଇଛି। ପାଟଣାଗଡ଼ରୁ ଆସିଥିବା କିଡନୀ ଓ ସ୍ନାୟୁ ରୋଗୀ ତିଳୋତ୍ତମା ପାଣ୍ଡେଙ୍କ ଚିକିତ୍ସା ଓ ଯିବା ଆସିବା ଖର୍ଚ୍ଚ ଯୋଗାଇ ଦେବାକୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ପୂର୍ବରୁ ୧୬ ଟି ଅଭିଯୋଗ ଶୁଣାଣିରେ ୧୪ ହଜାର ଅଭିଯୋଗରୁ ୧୩,୧୬୯ଟି ର ସମାଧାନ କରାଯାଇଛି ।  ଯାହା ପ୍ରାୟ ୯୪ ପ୍ରତିଶତ ହେବ। କିଛି ବିଚାରାଧୀନ ରହିଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଜିଲ୍ଲା ସ୍ତରରେ ଅନେକ ଅଭିଯୋଗର ସମାଧାନ ହେଉଛି ।  ଯେଉଁ ଗୁଡ଼ିକ ଗୁରୁତର ରହିଛି ରାଜ୍ୟ ସ୍ତରକୁ ଆସୁଛି ।  ଯାହା ନିୟମ ପରିସର ଭିତରେ ଆସିବ ତାର ସମାଧାନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Posted in ରାଜ୍ୟ and tagged .