ରାହୁଲ ଗାନ୍ଧୀଙ୍କ ରାଜନୀତି ଅତି ନିଚ୍ଚସ୍ତରକୁ ଖସିଯାଇଛି । ବିଶ୍ୱର ସର୍ବବୃହତ ଏଆଇ ଇମ୍ପାକ୍ଟ ସମିଟ ଭାରତରେ କରାଯିବା ସବୁ ଭାରତୀୟ ପାଇଁ ଗର୍ବର ବିଷୟ । ମାତ୍ର ଏହି ସମ୍ମିଳନୀ ଚାଲିଥିବାବେଳେ ରାହୁଲ ଗାନ୍ଧୀଙ୍କ ଇଙ୍ଗିତରେ କଂଗ୍ରେସ କର୍ମୀମାନେ ରାଜନୈତିକ ପୋଷ୍ଟର ଧରି ଅଭଦ୍ରାମୀ ପ୍ରଦର୍ଶନ କରି ସମ୍ମିଳନୀକୁ କଳଙ୍କିତ କରିବାକୁ ଚେଷ୍ଟା କରିଛନ୍ତି । ଭାରତକୁ ଅପମାନିତ କରିବା ପାଇଁ ଯୋଜନାବଦ୍ଧ ଭାବେ ଷଡ଼ଯନ୍ତ୍ର କରିଛନ୍ତି । ଏହିଭଳି କାର୍ଯ୍ୟକରି କଂଗ୍ରେସ ଦଳ ଦିନକୁ ଦିନ ପତନ ଆଡ଼କୁ ଗତି କରୁଛି । ଏହି ଘଟଣାକୁ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଶ୍ରୀ ଅଭିଳାଷ ପଣ୍ଡା ତୀବ୍ର ନିନ୍ଦା କରିଛନ୍ତି । ଏନେଇ ଦେଶବାସୀ ରାହୁଲ ଗାନ୍ଧୀ ଏବଂ କଂଗ୍ରେସକୁ କେବେ କ୍ଷମା ଦେବେ ନାହିଁ ବୋଲି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଶ୍ରୀ ଅଭିଳାଷ ପଣ୍ଡା କହିଛନ୍ତି ।
ଶ୍ରୀ ପଣ୍ଡା କହିଛନ୍ତି ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ଭାରତ ପ୍ରଗତି ପଥରେ ଆଗେଇ ଚାଲିଥିବାବେଳେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଦେଶକୁ କଳଙ୍କିତ କରିବା ପାଇଁ ଷଡ଼ଯନ୍ତ୍ର କରୁଛି ତାହା ଦୁର୍ଭାଗ୍ୟଜନକ । ଗଣତନ୍ତ୍ରରେ ବିରୋଧୀ ଦଳ ହିସାବରେ ଶାସକ ଦଳକୁ ବିରୋଧ, ଶାସକ ଦଳର ପଲିସିକୁ ବିରୋଧ ତାହା ସ୍ୱାଗତ ଯୋଗ୍ୟ । କିନ୍ତୁ ଦେଶକୁ ଗୋଟେ ଗ୍ଲୋବାଲ ପ୍ଲାଟଫର୍ମରେ ବିରୋଧ କରିବା ଆଦୈା ସ୍ୱାଗତଯୋଗ୍ୟ ନୁହେଁ । ନଗ୍ନତା ପୂର୍ବକ ରାହୁଲ ଗାନ୍ଧୀଙ୍କ ଇସାରାରେ ଦେଶକୁ ଯେଉଁ ଭଳି ଯୁବ କଂଗ୍ରେସ ବିରୋଧ କରିଛନ୍ତି ଏହାକୁ ଦେଶର ଯୁବ ସମାଜ ଖଣ୍ଡନ କରିବା ସହ ବିରୋଧ କରୁଛି । ଦେଶର ଛବିକୁ କଂଗ୍ରେସ ଜାଣିଶୁଣି ମଳିନ କରାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ ।
ଏହାର ପ୍ରତିବାଦ କରି ବିଜେପି ଯୁବମୋର୍ଚ୍ଚା କର୍ମୀ ଭୁବନେଶ୍ୱର ମାଷ୍ଟରକ୍ୟାଂଟିନରେ ରାହୁଲ ଗାନ୍ଧୀଙ୍କ କୁଶପୁତଳିକା ଦାହ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରି ନାରା ଦେଇଛନ୍ତି । ଏଭଳି ନିମ୍ନମାନର କାର୍ଯ୍ୟ ଲାଗି ରାହୁଲ ଗାନ୍ଧୀ ଦେଶବାସୀଙ୍କ ସମ୍ମୁଖରେ କ୍ଷମା ପାର୍ଥନା କରିବାକୁ ଶ୍ରୀ ପଣ୍ଡା ଓ ଯୁବମୋର୍ଚ୍ଚାର ସଦସ୍ୟମାନେ ଦାବି କରିଛନ୍ତି । ଏହି ବିକ୍ଷୋଭରେ ବିଜେପି ଯୁବମୋର୍ଚ୍ଚାର ସୁବ୍ରତ ବିଶ୍ୱାଳ, ମାନସ କୁମାର ସାହୁ, ଆଶୁତୋଷ ବେହେରା ପ୍ରମୁଖଙ୍କ ସମେତ ଯୁବମୋର୍ଚ୍ଚା ନେତୃବୃନ୍ଦ ଓ ଯୁବମୋର୍ଚ୍ଚା କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।
