ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ସାମାଜିକ ସମରସତା ଓ ନ୍ୟାୟର ଶ୍ରେଷ୍ଠ ପ୍ରତୀକ । ତାଙ୍କ ପାଖରେ ଗରିବ-ଧନୀ କିମ୍ବା ଜାତି-ବର୍ଣ୍ଣର କୌଣସି ଭେଦଭାବ ନାହିଁ, ବରଂ ସମସ୍ତେ ସମାନ । ଆଜି ନୂଆଦିଲ୍ଲୀର ହଜଖାସ୍ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ “ଭଗବାନ ଜଗନ୍ନାଥ : ଅଧ୍ୟାତ୍ମ ଏବଂ ବିଜ୍ଞାନର ଏକ ବିଲକ୍ଷଣ ସଂଗମ(‘Bhagwan Jagannath: The Unparallel Confluence of Science and Spiritualism’) ର ଇଂରାଜୀ ଓ ହିନ୍ଦୀ ସଂକଳନକୁ ଉନ୍ମୋଚନ କରିବା ଅବସରରେ […]
Continue readingMonthly Archives: February 2026
ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭାରମ୍ଭ
ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭାରମ୍ଭ । ଗଞ୍ଜାମର ମା’ ତାରାତାରିଣୀ ପୀଠରୁ ଏହି ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ଶତାଧିକ ନବଦମ୍ପତ୍ତିଙ୍କ ବିବାହର ଆୟୋଜନ କରାଯାଇଛି । ପ୍ରତ୍ୟେକ ବିବାହ ପାଇଁ ସରକାର ବ୍ୟୟ କରିବେ ୬୦ ହଜାର ଟଙ୍କା ।ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ହିସାବରେ ନୁହେଁ, ମୁଁ ଜଣେ ପିତା ଏବଂ ଭାଇ ହିସାବରେ ଏଠାରେ ଉପସ୍ଥିତ ରହି ବିବାହ […]
Continue readingପୁରୀ ଲୋକ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ପୁରୀ ଲୋକ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତାଳବଣିଆ ହେଲିପ୍ୟାଡ ଠାରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ । ତାଳବଣିଆ ହେଲିପ୍ୟାଡ ଠାରୁ ସିଧାସଳଖ ଲୋକ ଭବନ ଅଭିମୁଖେ ଗଲେ ରାଷ୍ଟ୍ରପତି । ଲୋକ ଭବନରେ ଆଜି ରାତ୍ରିଯାପନ କରିବେ ରାଷ୍ଟ୍ରପତି । ଆସନ୍ତାକାଲି ଶ୍ବେତଗଙ୍ଗା ପୁଷ୍କରିଣୀରେ ପିଣ୍ଡଦାନ କରିବାର କାର୍ଯ୍ୟକ୍ରମ ରହିଛି । ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହିତ ପୂଜାର୍ଚ୍ଚନା କରିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କଡ଼ା […]
Continue readingବାଲେଶ୍ୱର ସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟର ୧୨ ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି
ବାଲେଶ୍ୱର ସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟର ୧୨ ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି । ପ୍ରଥମେ ମୁଖ୍ୟ ଫାଟକ ସମ୍ମୁଖରେ ଥିବା ବ୍ୟାସ କବି ଫକୀର ମୋହନ ସେନାପତିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ମାଲ୍ୟାର୍ପଣ ପ୍ରଦାନ କରିଥିଲେ । ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉଦଘାଟନ କରିଥିଲେ । ସମାବର୍ତ୍ତନ ଉତ୍ସବରେ ୩ ଜଣଙ୍କୁ ସମ୍ମାନ ଜନକ ଡି.ଲେଟ ଡିଗ୍ରୀ ପ୍ରଦାନ ସହିତ ୧୦୧ ଜଣଙ୍କୁ ସ୍ଵର୍ଣ୍ଣ ପଦକ ପ୍ରଦାନ କରିଥିଲେ […]
Continue readingକେନ୍ଦ୍ରୀୟ ବଜେଟରେ ଓଡ଼ିଶାର ରେଳ ବିକାଶ ପାଇଁ ୧୦,୯୨୮ କୋଟିର ଐତିହାସିକ ଅନୁଦାନ
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଓଡ଼ିଶାର ପ୍ରଗତି ଓ ଭିତ୍ତିଭୂମି ବିକାଶକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରିଛନ୍ତି । କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ ଆର୍ଥିକ ବର୍ଷରେ ଓଡ଼ିଶାର ରେଳ ଭିତ୍ତିଭୂମିର ସର୍ବାଙ୍ଗୀନ ବିକାଶ ପାଇଁ ୧୦,୯୨୮ କୋଟି ଟଙ୍କାର ଐତିହାସିକ ଅନୁଦାନ ପ୍ରଦାନ କରାଯାଇଛି, ଯାହା ‘ପୂର୍ବୋଦୟ ମିଶନ’ ଅଧୀନରେ ଓଡ଼ିଶାକୁ ମିଳିଥିବା ଏହି ରେକର୍ଡସଂଖ୍ୟକ ଅନୁଦାନ ରାଜ୍ୟର ପ୍ରଗତି ପଥକୁ ପ୍ରଶସ୍ତ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ […]
Continue readingଆଜି ଆସୁଛନ୍ତି ରାଷ୍ଟ୍ରପତି
୬ ଦିନିଆ ଓଡ଼ିଶା ଓ ଛତିଶଗଡ଼ ଗସ୍ତରେ ରାଷ୍ଟ୍ରପତି: ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ ଦ୍ରୌପଦୀ ମୁର୍ମୁ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଭୁବନେଶ୍ୱର: ମାଟିର ଝିଅ ତଥା ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜିଠାରୁ ଓଡ଼ିଶା ଏବଂ ଛତିଶଗଡ଼ର ୬ ଦିନିଆ ଗସ୍ତ ଆରମ୍ଭ କରୁଛନ୍ତି। ଫେବୃଆରୀ ୨ ରୁ ୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଗସ୍ତ କାଳରେ ସେ ବାଲେଶ୍ୱର, ମୟୂରଭଞ୍ଜ ଏବଂ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଆଜି […]
Continue readingକେନ୍ଦ୍ର ବଜେଟ୍ ୨୦୨୬: ଓଡ଼ିଶା ପାଇଁ ବଡ଼ ଘୋଷଣା; ଜଳମାର୍ଗ-୫ ରୁ ‘ଟର୍ଟଲ ଟ୍ରେଲ’, ବଦଳିବ ଉପକୂଳ ଓଡ଼ିଶାର ଚେହେରା
ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍ ଆଗତ କରିଛନ୍ତି। ଏହି ବଜେଟ୍ରେ ‘ପୂର୍ବୋଦୟ’ ମନ୍ତ୍ର ସହ ଓଡ଼ିଶା ସମେତ ପୂର୍ବ ଭାରତର ବିକାଶ ପାଇଁ ଏକ ବଡ଼ ରୋଡ୍ମ୍ୟାପ୍ ପ୍ରସ୍ତୁତ କରାଯାଇଛି। ଭିତ୍ତିଭୂମି, ଶିଳ୍ପ, ପରିବେଶ ଏବଂ କୃଷି କ୍ଷେତ୍ରରେ ଓଡ଼ିଶାକୁ ଅନେକ ବଡ଼ ପ୍ରକଳ୍ପ ମିଳିଛି। ଜଳମାର୍ଗ-୫: ଖଣି ସମୃଦ୍ଧ ଅଞ୍ଚଳରୁ ବନ୍ଦର ପର୍ଯ୍ୟନ୍ତ ସିଧା ସଂଯୋଗ ଓଡ଼ିଶାର ଅର୍ଥନୀତି ପାଇଁ ସବୁଠାରୁ ବଡ଼ […]
Continue readingଭାରତୀୟ ରେଳବାଇ ପାଇଁ 2.93ଲକ୍ଷ କୋଟି ଟଙ୍କାର ରେକର୍ଡ ପୁଞ୍ଜି ବ୍ୟୟବରାଦ
ଭାରତୀୟ ରେଳବାଇ ଦ୍ରୁତ ଗତିରେ ସମ୍ପ୍ରସାରଣ କରିବାକୁ ଯାଉଛି। ଚଳିତ ବର୍ଷ କେନ୍ଦ୍ର ବଜେଟରେ 2,78,000 କୋଟି ଟଙ୍କାର ପର୍ଯ୍ୟାପ୍ତ ପୁଞ୍ଜି ଆବଣ୍ଟନ ଦ୍ୱାରା ରେଳବାଇ ଦ୍ରୁତଗାମୀ ସଂଯୋଗ, ମାଲ ପରିବହନ ଏବଂ ସୁରକ୍ଷା ଉପରେ ଅଧିକ ଖର୍ଚ୍ଚ କରିବ । 2026–27 ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟରେ ଭାରତୀୟ ରେଳବାଇ ପାଇଁ 2,93,030 କୋଟି ଟଙ୍କାର ରେକର୍ଡ ପୁଞ୍ଜି ବ୍ୟୟ ଯୋଜନା କରାଯାଇଛି। ଏହା ଭାରତୀୟ ରେଳବାଇ ପାଇଁ ଏପର୍ଯ୍ୟନ୍ତ ସର୍ବାଧିକ ପୁଞ୍ଜି ଖର୍ଚ୍ଚ ଏବଂ […]
Continue readingକୁଟିଆ କନ୍ଧଙ୍କ ଜୀବନ ସଂଘର୍ଷକୁ ନେଇ ଜିଲ୍ଲାପାଳଙ୍କ ଉପନ୍ୟାସ ‘ପାର୍ଶ୍ଵସ୍ରୋତ’ ଉନ୍ମୋଚିତ
ଭୁବନେଶ୍ୱର, 28 ଜାନୁଆରୀ : ପ୍ରଶାସନିକ ଦାୟିତ୍ୱର ବ୍ୟସ୍ତତା ଭିତରେ ଜିଲ୍ଲାପାଳଙ୍କ ସାରସ୍ୱତ ସାଧନା। ଓଡ଼ିଶାର ଅନ୍ୟତମ ବିରଳ ଜନଜାତି ‘କୁଟିଆ କନ୍ଧ’ଙ୍କ ଅନାଲୋଚିତ ଜୀବନଶୈଳୀ, ସଂସ୍କୃତି ଓ ପରମ୍ପରାକୁ ନେଇ ରଚିତ ଉପନ୍ୟାସ ‘ପାର୍ଶ୍ଵସ୍ରୋତ’ ବୁଧବାର ସନ୍ଧ୍ୟାରେ ଉନ୍ମୋଚିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଦ୍ୱାରା ଲିଖିତ ଏହି ପ୍ରଥମ ଉପନ୍ୟାସଟି ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ଅଡିଟୋରିୟମଠାରେ ଏକ ସ୍ୱତନ୍ତ୍ର ସାରସ୍ୱତ ସମାରୋହରେ ଉନ୍ମୋଚିତ ହୋଇଛି। ଜନଜାତି ଜୀବନର ଜୀବନ୍ତ ଦଲିଲ୍ ‘ପାର୍ଶ୍ଵସ୍ରୋତ’ […]
Continue readingଚଳିତ ବଜେଟ୍ ଏକ ଭଲ ବଜେଟ୍ ଏବଂ ଓଡ଼ିଶା ପାଇଁ ମଧ୍ୟ ଅନେକ ଗୁରୁତ୍ୱ ବହନ କରୁଛି – ଭାରତୀୟ ଶିଳ୍ପ ସଂଘ
ଚଳିତ ବଜେଟ୍ ଏକ ଭଲ ବଜେଟ୍ ଏବଂ ଓଡ଼ିଶା ପାଇଁ ମଧ୍ୟ ଅନେକ ଗୁରୁତ୍ୱ ବହନ କରୁଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଶିଳ୍ପ ସଂଘ କହିଛି । ଏଥର ଭିତ୍ତିଭୂମି ପାଇଁ ବଜେଟ୍ ପରିମାଣ ୧୨.୨ ଲକ୍ଷ କୋଟି ହୋଇଛି । ଯାହା ଗତବର୍ଷ ଠାରୁ ଲକ୍ଷେ କୋଟି ଅଧିକ । ଏହାଦ୍ୱାରା ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହାସହ ଆତ୍ମନିର୍ଭର ଭାରତ ସେକ୍ଟର ଅଧିକ ପ୍ରାଧାନ୍ୟ ମିଳିଥିବାରୁ ଏ କ୍ଷେତ୍ରରେ ମଧ୍ୟ […]
Continue reading







