ଗୁଜରାଟ ଲୋକଙ୍କ ଉପରେ ଦେଇଥିବା ଟିପ୍ପଣୀକୁ ନେଇ କ୍ଷମା ମାଗିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ

ଗୁଜରାଟ ଲୋକଙ୍କ ଉପରେ ଦେଇଥିବା ଟିପ୍ପଣୀକୁ ନେଇ କ୍ଷମା ମାଗିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ

କେରଳ ନିର୍ବାଚନ ପ୍ରଚାର ସମୟରେ ଗୁଜରାଟର ଲୋକଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନ ପାଇଁ ଶେଷରେ କ୍ଷମା ମାଗିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ସୋସିଆଲ ମିଡିଆ ‘ଏକ୍ସ’ (X) ମାଧ୍ୟମରେ ସେ ନିଜର ଦୁଃଖ ପ୍ରକାଶ କରିବା ସହ ଗୁଜରାଟର ଜନତାଙ୍କ ପ୍ରତି ତାଙ୍କର ସର୍ବୋଚ୍ଚ ସମ୍ମାନ ରହିଛି ବୋଲି କହିଛନ୍ତି।

କ’ଣ ଥିଲା ବିବାଦୀୟ ବୟାନ?

କେରଳରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ଖଡଗେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍ କରିବାକୁ ଯାଇ କହିଥିଲେ, “ମୋଦି ଜୀ, ଆପଣ ଗୁଜରାଟର ଅପାଠୁଆ ଲୋକଙ୍କୁ ବୋକା ବନାଇପାରନ୍ତି, କିନ୍ତୁ କେରଳ ଲୋକ ବୋକା ନୁହନ୍ତି।” ଖଡଗେଙ୍କ ଏହି ଟିପ୍ପଣୀରେ ଗୁଜରାଟବାସୀଙ୍କୁ ‘ଅପାଠୁଆ’ ବୋଲି କୁହାଯାଇଥିବାରୁ ସାରା ଦେଶରେ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ସୂଚନାଯୋଗ୍ୟ, କେରଳ ନିର୍ବାଚନ ପ୍ରଚାର ସମୟରେ ଖଡଗେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ । ଏହି ସମୟରେ ସେ ଗୁଜରାଟ ଲୋକଙ୍କୁ ଟାର୍ଗେଟ କରିଥିଲେ । ଆଉ ଯେଉଁଥିପାଇଁ ବିବାଦ ଆରମ୍ଭ ହୋଇଥିଲା । ଖଡଗେ କହିଥିଲେ, ମୋଦି ଜୀ, ଆପଣ ଗୁଜରାଟର ଅପାଠୁଆ ଲୋକଙ୍କୁ ବୋକା ବନାଇପାରନ୍ତି, କିନ୍ତୁ କେରଳ ଲୋକ ବୋକା ନୁହନ୍ତି ।

ଖଡଗେଙ୍କ ଏଭଳି ଟିପ୍ପଣୀକୁ ବିଜେପି ନେତାମାନେ ନିନ୍ଦା କରିଥିବା ବେଳେ ଖଡଗେ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ । ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ଏଥିରେ ସାମିଲ ଥିଲେ । ଭୂପେନ୍ଦ୍ର କହିଥିଲେ, ଏହି ଟିପ୍ପଣୀ ବହୁତ ଆପତ୍ତିଜନକ ଏବଂ ଦୁଭର୍ଗ୍ୟପୂର୍ଣ୍ଣ । ଖଡଗେ କେବଳ ୬.୫ କୋଟି ଗୁଜରାଟୀଙ୍କ ଅପମାନ କରିନାହାନ୍ତି ବରଂ ମହାତ୍ମା ଗାନ୍ଧି ଏବଂ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପବିତ୍ର ଭୂମିର ଗରିମାକୁ ମଧ୍ୟ ଆଘାତ ଦେଇଛନ୍ତି । ଏହି ଟିପ୍ପଣୀ ଯୋଗୁଁ ରାଜ୍ୟର ଜନତାଙ୍କ ଅପମାନ ହୋଇଛି ।

Posted in ଦେଶ ବିଦେଶ, ରାଜନୀତି and tagged .