ଆମେରିକା-ଇରାନ ଯୁଦ୍ଧବିରତି,ଭାରତୀୟମାନଙ୍କୁ ଯଥାଶୀଘ୍ର ଇରାନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି

ଆମେରିକା-ଇରାନ ଯୁଦ୍ଧବିରତି,ଭାରତୀୟମାନଙ୍କୁ ଯଥାଶୀଘ୍ର ଇରାନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି

ଇରାନ ଓ ଆମେରିକା ମଧ୍ୟରେ ଚାଲିଥିବା ଘନଘଟା ଭିତରେ ତେହେରାନରେ ଥିବା ଭାରତୀୟ ଦୂତାବାସ ଏକ ବଡ଼ ପଦକ୍ଷେପ ନେଇଛି। ଦୁଇ ଦେଶ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା ହୋଇଥିବା ବେଳେ, ଏହି ସମୟ ମଧ୍ୟରେ ସମସ୍ତ ଭାରତୀୟ ନାଗରିକଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ଦୂତାବାସ ପକ୍ଷରୁ ନୂତନ ପରାମର୍ଶାବଳୀ (Advisory) ଜାରି କରାଯାଇଛି। ଭାରତୀୟ ନାଗରିକଙ୍କୁ ସହାୟତା କରିବା ପାଇଁ ଦୂତାବାସ ପକ୍ଷରୁ ଜରୁରିକାଳୀନ ହେଲ୍ପଲାଇନ ନମ୍ବର ଓ ଏକ ଇମେଲ ଆଇଡି ମଧ୍ୟ ଜାରି କରାଯାଇଛି।ପ୍ରଦାନ କରାଯାଇଥିବା ମୋବାଇଲ୍ ନମ୍ବରଗୁଡିକ ହେଉଛି: +୯୮୯୧୨୮୧୦୯୧୧୫, +୯୮୯୧୨୮୧୦୯୧୦୨, +୯୮୯୧୨୮୧୦୯୧୦୯ ଓ +୯୮୯୯୩୨୧୭୯୩୫୯ ଏବଂ ଇମେଲ ଆଇଡି ହେଉଛି: cons.tehran@mea.gov.in. ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧାର୍ଯ୍ୟ କରିଥିବା ସମୟସୀମା ଶେଷ ହେବାର ଏକ ଘଣ୍ଟାରୁ କମ୍ ସମୟ ପୂର୍ବରୁ ବୁଧବାର ଆମେରିକା ଓ ଇରାନ ଦୁଇ ସପ୍ତାହର ଅସ୍ତ୍ରବିରତି ପାଇଁ ସହମତ ହୋଇଛନ୍ତି। ତେହେରାନ ରଣନୈତିକ ହର୍ମୁଜ ପ୍ରଣାଳୀକୁ ସାମୟିକ ଭାବରେ ଖୋଲିବାକୁ ରାଜି ହୋଇଛି।

Posted in ଦେଶ ବିଦେଶ and tagged .