ବିଜୁ ଜନତା ଦଳ (ବିଜେଡି) ପାଇଁ ବୁଧବାର ସନ୍ଧ୍ୟା ଏକ ବଡ଼ ଝଟକା ନେଇ ଆସିଛି। ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ବରିଷ୍ଠ ସାଂସଦ ଡକ୍ଟର ସସ୍ମିତ ପାତ୍ର ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଥିବା ଜଣାପଡ଼ିଛି।
ଇସ୍ତଫାର ସ୍ପଷ୍ଟ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନଥିଲେ ମଧ୍ୟ, ଦଳ ଭିତରେ ତାଙ୍କ ବିରୋଧରେ ଚାଲିଥିବା ‘ମେଳି’ ଏହାର ମୁଖ୍ୟ କାରଣ ବୋଲି ଚର୍ଚ୍ଚା ହେଉଛି। ଆଜିର ଖବରକାଗଜ ରିପୋର୍ଟ ଅନୁଯାୟୀ, କିଛି ସାଂସଦ ସସ୍ମିତଙ୍କ ନେତୃତ୍ୱକୁ ନେଇ ଅସନ୍ତୁଷ୍ଟ ଥିଲେ ଏବଂ ତାଙ୍କୁ ହଟାଇବାକୁ ନବୀନଙ୍କ ନିକଟରେ ଦାବି କରିଥିଲେ। ଦଳୀୟ ଅନ୍ତଃକନ୍ଦଳ ଏବେ ସର୍ବସାଧାରଣକୁ ଆସିଯାଇଛି।
ସସ୍ମିତ ପାତ୍ର ଜଣେ ଦକ୍ଷ ବାଗ୍ମୀ ଭାବେ ଦିଲ୍ଲୀ ଦରବାରରେ ଓଡ଼ିଶାର ସ୍ୱର ଉଠାଇ ଆସୁଥିଲେ। ସଂସଦରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସେ ଦଳର ଆଭିମୁଖ୍ୟ ରଖୁଥିଲେ। ତାଙ୍କର ଏହି ନିଷ୍ପତ୍ତି ପରେ ଏବେ ରାଜ୍ୟସଭାରେ ବିଜେଡିର ନେତୃତ୍ୱ କିଏ ନେବ, ତାହାକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି।
ସସ୍ମିତ ପାତ୍ରଙ୍କ ଇସ୍ତଫା ପରେ ଏବେ ରାଜ୍ୟ ସଭାରେ ଦଳର ନେତୃତ୍ୱ କିଏ ନେବ, ସେ ନେଇ ଆଲୋଚନା ଆରମ୍ଭ ହେଉଛି। ସସ୍ମିତ ଜଣେ ଦକ୍ଷ ଏମ୍ପି ଭାବେ ଦିଲ୍ଲୀ ଦରବାରରେ ଓଡ଼ିଶାର ସ୍ବର ଉଠାଇ ଆସୁଥିଲେ। ତେଣୁ ତାଙ୍କର ଏହି ନିଷ୍ପତ୍ତି ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।
