ଶିକ୍ଷା କାର୍ଯ୍ୟକ୍ରମରେ ପ୍ରବେଶ ପାଇଁ ଏନ୍‌ସିଇଆରଟିର ଅନଲାଇନ୍‌ ଆବେଦନ ଆରମ୍ଭ

ଶିକ୍ଷା କାର୍ଯ୍ୟକ୍ରମରେ ପ୍ରବେଶ ପାଇଁ ଏନ୍‌ସିଇଆରଟିର ଅନଲାଇନ୍‌ ଆବେଦନ ଆରମ୍ଭ

ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆରଟି), ଶିକ୍ଷା ମନ୍ତ୍ରାଳୟ, ଭାରତ ସରକାରଙ୍କ ଅଧୀନସ୍ଥ ଏକ ସ୍ୱୟଂଶାସିତ ସଂସ୍ଥା, ଯାହା ୧୯୬୧ ମସିହାରେ ସ୍କୁଲ ଶିକ୍ଷା ଓ ଶିକ୍ଷକ ଶିକ୍ଷାର ଗୁଣବତ୍ତା ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସହଯୋଗ ଓ ପରାମର୍ଶ ପ୍ରଦାନ କରିବା ଉଦ୍ଦେଶ୍ୟରେ ସ୍ଥାପିତ ହୋଇଥିଲା।

ଦେଶର ବିଭିନ୍ନ ପ୍ରାନ୍ତରେ ଅବସ୍ଥିତ ଏନ୍‌ସିଇଆରଟିର ନଅଟି ଏକକ- ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଅଜମେର, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ,ଭୋପାଳ, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱର, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ମୈସୁର, ଉତ୍ତର-ପୂର୍ବ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଶିଲଂ, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ନେଲ୍ଲୋର, ଜାତୀୟ ଶିକ୍ଷା ପ୍ରତିଷ୍ଠାନ , କେନ୍ଦ୍ରୀୟ ଶିକ୍ଷା ପ୍ରଯୁକ୍ତି ପ୍ରତିଷ୍ଠାନ, ନୂଆଦିଲ୍ଲୀ ଏବଂ ପଣ୍ଡିତ ସୁନ୍ଦରଲାଲ ଶର୍ମା କେନ୍ଦ୍ରୀୟ ବ୍ୟବସାୟିକ ଶିକ୍ଷା ପ୍ରତିଷ୍ଠାନ, ଭୋପାଳ ଅଛନ୍ତି।

ବିଭିନ୍ନ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ, ଯେପରିକି (i) ଛଅ ବର୍ଷିୟ ଏମ୍‌.ଏସ୍‌.ସି.ଏଡ୍‌, (ii) ଦୁଇ ବର୍ଷିୟ ବି.ଏଡ୍‌, (iii) ତିନି ବର୍ଷିୟ ସମନ୍ୱିତ ବି.ଏଡ୍‌.-ଏମ୍‌.ଏଡ୍‌, (iv) ଦୁଇ ବର୍ଷିୟ ଏମ୍‌.ଏ. (ଶିକ୍ଷା ପ୍ରଯୁକ୍ତି) ଏବଂ (v) ଦୁଇ ବର୍ଷିୟ ଏମ୍‌.ଏଡ୍‌ କାର୍ଯ୍ୟକ୍ରମରେ ନାମ ଲେଖା ପାଇଁ ଯୋଗ୍ୟ ପ୍ରାର୍ଥୀମାନଙ୍କଠାରୁ ଅନଲାଇନ୍‌ରେ ଆବେଦନ ଆହ୍ୱାନ କରାଯାଉଛି। ଏହି କାର୍ଯ୍ୟକ୍ରମଗୁଡ଼ିକରେ ନାମ ଲେଖା ସାଧାରଣ ପ୍ରବେଶ ପରୀକ୍ଷା (ସି.ଇ.ଇ)-୨୦୨୬ ମାଧ୍ୟମରେ କରାଯିବ। ଅନଲାଇନ୍‌ ଆବେଦନ ପ୍ରକ୍ରିୟା ୧୫ ମଇ, ୨୦୨୬ ରୁ ଆରମ୍ଭ ହୋଇଛି ଏବଂ ୫ ଜୁନ୍‌, ୨୦୨୬ ପର୍ଯ୍ୟନ୍ତ ଚାଲିବ। ଆଗ୍ରହୀ ପ୍ରାର୍ଥୀମାନେ ଆବେଦନ ଓ ବିସ୍ତୃତ ସୂଚନା ପାଇଁ ସିଇଇ-୨୦୨୬ ପୋର୍ଟାଲ୍‌କୁ ଯାଇପାରିବେ। ସିଇଇ-୨୦୨୬ ର ଆୟୋଜନ ୨୮ ଜୁନ୍‌, ୨୦୨୬ (ରବିବାର) ଦିନ ଦେଶବ୍ୟାପୀ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ ।

ଅଧିକ ସୂଚନା ପାଇଁ, ସିଇଇ-୨୦୨୬ ହେଲ୍ପଡେସ୍କ ମୋବାଇଲ୍‌ ନମ୍ବର +918280337189 / +918280337190 କିମ୍ବା ଇ-ମେଲ୍‌ ଆଇଡି [ceesupport2026@riebbs.ac.in](mailto:ceesupport2026@riebbs.ac.in) ରେ ଯୋଗାଯୋଗ କରିବାକୁ ପ୍ରତିଷ୍ଠାନର ପ୍ରେସ୍ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

Posted in Uncategorized.