ସ୍ଥାନୀୟ ମହାରାଜା ୟଦବିନ୍ଦର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ଏହି ମୁକାବିଲାର ଆଜି ହେଉଛି ତୃତୀୟ ଦିନ। ଆଫଗାନିସ୍ତାନ ଟିମ୍ ପ୍ରଥମ ପାଳିରେ ୧୫୨ ରନ୍ରେ ଅଲ୍ଆଉଟ୍ ହୋଇଛି। ଟିମ୍କୁ ଏବେ ଫଲୋଅନ୍ ଖେଳିବାକୁ ପଡ଼ିବ। ଭାରତ ତରଫରୁ ସ୍ପିନ ମାନବ ସୂତାର ନିଜର ପଦାର୍ପଣ ଇନିଂସରେ ୬ଟି ୱିକେଟ୍ ହାସଲ କରିଛନ୍ତି। ପ୍ରଥମ ପାଳି ଆଧାରରେ ଭାରତକୁ ୪୧୨ ରନ୍ର ଅଗ୍ରଣୀ ମିଳିଛି। ଭାରତୀୟ ଟିମ୍ର ୨୩ ବର୍ଷୀୟ ଅଲରାଉଣ୍ଡର ମାନବ ସୂତାର ତାଙ୍କ ଯାଦୁକରୀ ବୋଲିଂରେ ଇତିହାସ ରଚିଛନ୍ତି। ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ସେ ୬ ଜଣ ଆଫଗାନ ବ୍ୟାଟସମ୍ୟାନଙ୍କୁ ଆଉଟ୍ କରିଥିଲେ। ସୂତାରଙ୍କ ଘାତକ ବୋଲିଂ ପାଇଁ ଆଫଗାନିସ୍ତାନର ପ୍ରଥମ ଇନିଂସ ମାତ୍ର ୧୫୨ ରନରେ ଅଲ୍ଆଉଟ୍ ହୋଇଥିଲା। ଭାରତ ପ୍ରଥମ ଇନିଂସରେ ୫୬୪ ରନ କରିଥିଲା, ଯାହା ପରିଦର୍ଶକଙ୍କ ଉପରେ ୪୧୨ ରନର ବିଶାଳ ଲିଡ୍ ହାସଲ କରିଥିଲା।ମାନବ ଟେଷ୍ଟ ଡେବ୍ୟୁରେ ପାଞ୍ଚ ୱିକେଟ୍ ନେଇଥିବା ୧୦ମ ଭାରତୀୟ ବୋଲର ହୋଇଛନ୍ତି। ତାଙ୍କ ଡେବ୍ୟୁ ମ୍ୟାଚ୍ରେ ଛଅଟି ୱିକେଟ୍ ନେଇ ଏକ ସ୍ୱତନ୍ତ୍ର କ୍ଲବରେ ସ୍ଥାନ ପାଇ ପାରିଛନ୍ତି। ସେ ଟେଷ୍ଟ ଡେବ୍ୟୁରେ ପାଞ୍ଚ କିମ୍ବା ତା’ଠାରୁ ଅଧିକ ୱିକେଟ୍ ନେଇଥିବା ୧୦ମ ଭାରତୀୟ ବୋଲର ଏବଂ ଏପରି କରିଥିବା ସପ୍ତମ ସ୍ପିନର ହୋଇ ପାରିଛନ୍ତି। ଭାରତ ତା’ର ଶନିବାରର ସ୍କୋର୍ ୩୬୮/୩ରୁ ଆଗକୁ ଖେଳିବା ଆରମ୍ଭ କରିଥିଲା। ଅଧିନାୟକ ଶୁବମନ ଗିଲ୍ ବ୍ୟକ୍ତିଗତ ସ୍କୋର୍ରେ ଆଉ ୨୩ ରନ୍ ଯୋଗ କରିବା ପରେ ୧୨୬ ରନ୍ରେ ଆଉଟ୍ ହୋଇଥିଲେ। ଋଷଭ ପନ୍ତ ୮୧ ରନ୍ କରିଥିବାବେଳେ ୱାସିଂଟନ ସୁନ୍ଦର ଅର୍ଦ୍ଧଶତକ (୫୨*) ପୂରଣ କରିଥିଲେ। ନିମ୍ନକ୍ରମରେ ମାନବ ସୁତାର ୨୮ ରନ୍ ଓ ମହମ୍ମଦ ସିରାଜ୍ ୨୨ରନ୍ର ଯୋଗଦାନ ଦେଇଥିଲେ। ଆଫଗାନିସ୍ତାନ ପକ୍ଷରୁ ନିଜ କ୍ୟାରିୟର୍ର ଦ୍ବିତୀୟ ଟେଷ୍ଟ ଖେଳୁଥିବା ମହମ୍ମଦ ସଲିମ୍ ସାଫି ୧୪୦ ରନ୍ ଦେଇ ୬ ୱିକେଟ୍ ଅକ୍ତିଆର କରିଥିଲେ। ଟେଷ୍ଟ୍ କ୍ରିକେଟ୍ରେ ଏହା ତାଙ୍କର ପ୍ରଥମ ୬ ୱିକେଟ୍ ସଫଳତା ଥିଲା। ଶେଷରେ ଭାରତ ୮ ୱିକେଟ୍ ବିନିମୟରେ ୫୬୪ ରନ୍ କରି ପାଳି ଘୋଷଣା କରିଥିଲା।
ଏହାପରେ ଆଫଗାନିସ୍ତାନର ଦୁଇ ଓପନର୍ ଅବ୍ଦୁଲ ମଲିକ୍ (୧୬ ରନ୍) ଓ ସେଦିକୁଲ୍ଲା ଅଟଲ୍ (୧୭ ରନ୍) ଶସ୍ତାରେ ପ୍ୟାଭିଲିୟନ୍ ଫେରିଥିଲେ। ସେହିପରି ମଧ୍ୟକ୍ରମରେ ରହମାନୁଲ୍ଲା ଗୁରବାଜ୍ (୧୨ ରନ୍) ଓ ହସମତୁଲ୍ଲା ଶାହିଦି (୨୦ ରନ୍) ବି ଅଧିକ ସମୟ ତିଷ୍ଠି ପାରିନଥିଲେ। ତେବେ ରହମତ୍ ଶାହ ଭାରତୀୟ ବୋଲର୍ଙ୍କ ଉଚିତ ମୁକାବିଲା କରିବା ସହ ୪୩ ରନ୍ରେ ଅପରାଜିତ ଅଛନ୍ତି। ଭାରତ ପକ୍ଷରୁ ପ୍ରଥମ ଟେଷ୍ଟ୍ ଖେଳୁଥିବା ମାନବ ସୁତାର ୨୧ ରନ୍ ବ୍ୟୟ କରି ୩ ଉଇକେଟ୍ ଅକ୍ତିଆର କରିଥିବାବେଳେ ପ୍ରସିଦ୍ଧ କ୍ରିଷ୍ଣା ୨୭ ରନ୍ ଖର୍ଚ୍ଚ କରି ୨ ୱିକେଟ୍ ଅକ୍ତିଆର କରିଥିଲେ।
ଭାରତ ପ୍ରଥମ ପାଳି ୧୨୭ ଓଭରରେ-୫୬୪/୮ କରିଥିଲା । ଶୁବମନ ଗିଲ୍ ୧୨୬, କେଏଲ୍ ରାହୁଲ ୧୦୦, ସାଇ ସୁଦର୍ଶନ ୮୧, ଋଷଭ ପନ୍ତ ୮୧ ରନ୍ କରିଥିଲେ । ମହମ୍ମଦ ସଲିମ୍ ସାଫି ୬ ଉଇକେଟ୍ ନେଇଥିଲେ ।
