ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ସଫଳତା । ଓଡ଼ିଶା ମାଟିରୁ LRLACMର ସଫଳ ପରୀକ୍ଷଣ

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ସଫଳତା । ଓଡ଼ିଶା ମାଟିରୁ LRLACMର ସଫଳ ପରୀକ୍ଷଣ

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ସଫଳତା । ଓଡ଼ିଶା ମାଟିରୁ LRLACMର ସଫଳ ପରୀକ୍ଷଣ । ସ୍ୱଦେଶୀ କ୍ରୁଜ୍ ମିସାଇଲର ସଫଳ ଫ୍ଲାଇଟ ଟେଷ୍ଟ । ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ପକ୍ଷରୁ ଭଦ୍ରକ ଧାମରା ସ୍ଥିତ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ଲଙ୍ଗ୍ ରେଞ୍ଜ୍ ଲ୍ୟାଣ୍ଡ୍ ଆଟାକ୍ କ୍ରୁଜ୍ ମିସାଇଲ୍’ (LRLACM)ର ସଫଳ ଫ୍ଲାଇଟ ଟେଷ୍ଟ କରାଯାଇଛି।

ଏହି ପରୀକ୍ଷଣ ସମୟରେ ମିସାଇଲ୍ ତା’ର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ହାସଲ କରିବା ସହ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ସଫଳ ପ୍ରଦର୍ଶନ କରିଛି। ଏହା ଭାରତର ଦୂରଗାମୀ ସଠିକ୍ ଆକ୍ରମଣ କ୍ଷମତାକୁ ଆହୁରି ମଜଭୁତ କରିଛି। DRDO ଦ୍ୱାରା ପ୍ରସ୍ତୁତ ଏହି ମିସାଇଲର ସମସ୍ତ ସବ୍-ସିଷ୍ଟମରେ ଭାରତୀୟ ଶିଳ୍ପସଂସ୍ଥାଗୁଡ଼ିକର ବଡ଼ ଯୋଗଦାନ ରହିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଏହି ସଫଳତା ‘ଆତ୍ମନିର୍ଭର ଭାରତ’ ଅଭିଯାନକୁ ନୂଆ ଗତି ଦେବା ସହ ଦେଶର ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବ।

Posted in ରାଜ୍ୟ and tagged .