ମଲ୍ଟି ଏଜେନସି ମାରିଟାଇମ ସିକ୍ୟୁରିଟି ଗ୍ରୁପ ପଲିସୀ ବୈଠକ, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ମଲ୍ଟି ଏଜେନସି ମାରିଟାଇମ ସିକ୍ୟୁରିଟି ଗ୍ରୁପ ପଲିସୀ ବୈଠକ, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ହୋଇଛି ମଲ୍ଟି ଏଜେନ୍ସି ମାରିଟାଇମ ସିକ୍ୟୁରିଟି ଗ୍ରୁପ ବା ବହୁ-ସଂସ୍ଥା ସାମୁଦ୍ରିକ ସୁରକ୍ଷା ଗୋଷ୍ଠୀ’ ବୈଠକ । ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ବୈଠକ ଓଡ଼ିଶା ପାଇଁ ଗୌରବର କଥା। ଆଜିର ଏହି ବୈଠକରେ ୮ଟି ରାଜ୍ୟର ପ୍ରତିନିଧି ଯୋଗ ଦେଇଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ୫୭୪ କିଲୋମିଟର ବେଳାଭୂମି ଅଛି। ଅତୀତରେ ଆମ ସାଧବ ପୁଅ ମାନେ ଦକ୍ଷିଣ ଏବଂ ପୂର୍ବ ଏସିଆ ସହ ବାଣିଜ୍ୟିକ ସମ୍ପର୍କକୁ ମଜଭୁତ କରିଥିଲା । ସାମୁଦ୍ରିକ ବାଣିଜ୍ୟ ଏବଂ ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଥିଲା । ତାହା କିପରି ଆଗକୁ ବଢ଼ିବ ସେଥିପାଇଁ ଆମେ କାମ କରୁଛୁ ।ଓଡ଼ିଶାର ଗଞ୍ଜାମ ଜିଲ୍ଲା ବାହୁଦା ଓ ମହାନଦୀ ଅବବାହିକାରେ ଦୁଇଟି ପୋର୍ଟ କରାଯାଉଛି । ଏଥିରେ ୫୦ ହଜାର କୋଟି ବିନିଯୋଗ କରାଯିବ । ଯେଉଁଥିରେ ଡିପ୍-ସି ପୋର୍ଟ କରାଯିବ ସହ ପ୍ରଯୁକ୍ତି ବିଦ୍ୟା ସହ AIକୁ ଅନ୍ତର୍ଭୁକ୍ତ କରାଯାଉଛି । ବିଶେଷ କରି ମାଛଧରା ଡଙ୍ଗା ଓ ଟ୍ରଲର ସୁରକ୍ଷା ଡିଭାଇସ୍ ପାଇଁ ଅଧିକ ବ୍ୟବସ୍ଥା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Posted in ରାଜ୍ୟ and tagged .