୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା : ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ଲହରୀ ପୁରସ୍କୃତ

୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା : ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ଲହରୀ ପୁରସ୍କୃତ

ନୂଆଦିଲ୍ଲୀର ନ୍ୟାସନାଲ ମିଡିଆ ସେଣ୍ଟରଠାରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଭାରତୀୟ ସିନେମା ଜଗତର ବିଭିନ୍ନ ଭାଷା ଓ ବର୍ଗରେ ଉଲ୍ଲେଖନୀୟ ପ୍ରଦର୍ଶନ ଏବଂ ଉତ୍କୃଷ୍ଟ କାର୍ଯ୍ୟକୁ ଏହି ପୁରସ୍କାର ମାଧ୍ୟମରେ ସମ୍ମାନିତ କରାଯାଇଛି। ଚଳିତ ବର୍ଷ ଜାନୁଆରୀ ୧ ରୁ ଡିସେମ୍ବର ୩୧, ୨୦୨୪ ମଧ୍ୟରେ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (CBFC) ଦ୍ୱାରା ପ୍ରମାଣିତ ହୋଇଥିବା ସିନେମାଗୁଡ଼ିକୁ ପୁରସ୍କାର ପାଇଁ ବିଚାରକୁ ନିଆଯାଇଥିଲା।

ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଜୟରାଜଙ୍କ ନେତୃତ୍ୱରେ ଗଠିତ ଏକ ୧୧ ଜଣିଆ ଜୁରି ସଦସ୍ୟଙ୍କ ଦ୍ୱାରା ଦେଶବ୍ୟାପୀ ଏଣ୍ଟ୍ରିଗୁଡ଼ିକର ସମୀକ୍ଷା କରାଯାଇ ବିଜେତାମାନଙ୍କୁ ଚୟନ କରାଯାଇଛି। 

୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ବିଜେତା ତାଲିକା:

ଫିଚର ଫିଲ୍ମ ବର୍ଗ (Feature Categories)ଶ୍ରେଷ୍ଠ ଫିଚର ଫିଲ୍ମ: ଆର୍ଟିକିଲ୍ ୩୭୦ (Article 370)

ଶ୍ରେଷ୍ଠ ଅଭିନେତା: କାର୍ତ୍ତିକ ଆର୍ଯ୍ୟନ (‘ଚନ୍ଦୁ ଚାମ୍ପିଅନ୍’ ) ଏବଂ ମାମୁଟି (‘ଭ୍ରମଯୁଗମ୍’)

ଶ୍ରେଷ୍ଠ ଅଭିନେତ୍ରୀ: ୟାମୀ ଗୌତମ (‘ଆର୍ଟିକିଲ୍ ୩୭୦’ )

ଶ୍ରେଷ୍ଠ ନିର୍ଦ୍ଦେଶକ: ରାଜକୁମାର ପେରିୟାସାମୀ (ଚଳଚ୍ଚିତ୍ର: ଅମରନ୍)

ଶ୍ରେଷ୍ଠ ସହ-ଅଭିନେତ୍ରୀ: ରୋପାଶ୍ରୀ ବର୍କାଡ଼ି (‘ମିଥ୍ୟା’ ) ଏବଂ ସଚନା ନାମିଦାସ (‘ମହାରାଜା’ )

ଶ୍ରେଷ୍ଠ ସହ-ଅଭିନେତା: ସଞ୍ଜୟ ମିଶ୍ର (ଚଳଚ୍ଚିତ୍ର: ଭକ୍ଷକ)

ମନୋରଞ୍ଜନଧର୍ମୀ ଶ୍ରେଷ୍ଠ ଲୋକପ୍ରିୟ ଫିଲ୍ମ: କଲ୍କି ୨୮୯୮ ଏଡି (Kalki 2898 AD)

ଜାତୀୟ ଓ ସାମାଜିକ ମୂଲ୍ୟବୋଧ ଭିତ୍ତିକ ଶ୍ରେଷ୍ଠ ଫିଲ୍ମ: କ୍ୟାପ୍ଟେନ୍ ମିଲର୍

ଶ୍ରେଷ୍ଠ ଓଡ଼ିଆ ଫିଲ୍ମ: ଲହରୀ

ଶ୍ରେଷ୍ଠ ହିନ୍ଦୀ ଫିଲ୍ମ: ଶ୍ରୀକାନ୍ତ

ଶ୍ରେଷ୍ଠ ଶିଶୁ କଳାକାର: ରିଦ୍ଧିମାନ ବାନାର୍ଜୀ, ତପୋମୟ ଦେବ, ଗୀତାଶ୍ରୀ ଚକ୍ରବର୍ତ୍ତୀ, ଅରୁଣଦେବ ପୋଥୁଲା ଏବଂ ଅତିଶ ଏସ. ଶେଟ୍ଟି

ଶ୍ରେଷ୍ଠ ସିନେମାଟୋଗ୍ରାଫି: ଭ୍ରମଯୁଗମ୍ (ଶେହନାଦ ଜଲାଲ)

ଶ୍ରେଷ୍ଠ ସ୍କ୍ରିନପ୍ଲେ: ପୁଷ୍ପା ୨ (ସୁକୁମାର)

ଶ୍ରେଷ୍ଠ ସଂଳାପ ଲେଖକ: ଲକି ଭାସ୍କର (ଭେଙ୍କି ଅଟଲୁରୀ)

ଶ୍ରେଷ୍ଠ ପ୍ରଡକ୍ସନ ଡିଜାଇନ୍: କଲକି ୨୮୯୮ ଏଡି

ଶ୍ରେଷ୍ଠ ଆକ୍ସନ ନିର୍ଦ୍ଦେଶନା: ଅନଲ ଅରସୁ (ଚଳଚ୍ଚିତ୍ର: ମହାରାଜା)

ଶ୍ରେଷ୍ଠ ମେକଅପ୍ ଆର୍ଟିଷ୍ଟ: କମିଟି କୁର୍ରୋଲ୍ଲୁ

ଶ୍ରେଷ୍ଠ କଷ୍ଟ୍ୟୁମ୍ ଡିଜାଇନ୍: ପୁଷ୍ପା- ୨ (ଦୀପାଳି ନୂର ଏବଂ ଶୀତଲ ଶର୍ମା)

ଗୀତ ପାଇଁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା: ଆର୍ଟିକିଲ୍ ୩୭୦ (ଶାଶ୍ୱତ ସଚଦେବ)

ବ୍ୟାକଗ୍ରାଉଣ୍ଡ ସ୍କୋର ପାଇଁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା: ଅମରନ୍

ଶ୍ରେଷ୍ଠ ଗୀତିକାର: ମନୋଜ ମୁନ୍ତାସିର (ଚଳଚ୍ଚିତ୍ର: ମୈଦାନ)

ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ: ଅଭୟ ଜୋଧପୁରକର (‘ନବସାଚୀ ଗୌରୀ ମାଝୀ’ର ‘ଘରାଟ ଗଣପତି’ ଗୀତ ପାଇଁ)

ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା: ବୈକମ ବିଜୟଲକ୍ଷ୍ମୀ (‘ଏଆରଏମ’ର ‘ଅଙ୍ଗୁ ବାନା କୋନିଲୁ’ ଗୀତ ପାଇଁ)

ଶ୍ରେଷ୍ଠ କୋରିଓଗ୍ରାଫି: ବିଜୟ ଗାଙ୍ଗୁଲି (ଚଳଚ୍ଚିତ୍ର: ସ୍ତ୍ରୀ ୨)

ଶ୍ରେଷ୍ଠ ସାଉଣ୍ଡ ଡିଜାଇନ୍: ମାନସ ଚୌଧୁରୀ (ଭୁଲ୍ ଭୁଲୈୟା ୩)

ଶ୍ରେଷ୍ଠ ଏଡିଟିଙ୍ଗ୍: ଆର. କଲାଇଭାନନ (ଚଳଚ୍ଚିତ୍ର: ଅମରନ୍)

ଆଞ୍ଚଳିକ ଭାଷାଗତ ଶ୍ରେଷ୍ଠ ଫିଲ୍ମ:ଓଡ଼ିଆ- ଲହରୀ, ଆସାମୀ: ଜୁଇଫୁଲ୍, ବେଙ୍ଗଲୀ: ଚଳଚ୍ଚିତ୍ର ଏଖନ୍, କନ୍ନଡ: ମିଥ୍ୟା, ମାଲାୟାଲମ: ଫେମିନିଚି ଫାତିମା, ମରାଠୀ: ମୁକ୍କାମ ପୋଷ୍ଟ ବୋମ୍ବିଲବାଡ଼ି, ତାମିଲ: ରାୟନ୍, ତେଲୁଗୁ: କମିଟି କୁର୍ରୋଲ୍ଲୁ, ଗୁଜରାଟୀ: ମାରନ, ଗଡ଼ୱାଲୀ: ଢୋଲି, ମଣିପୁରୀ: ସୁନିତା, କୋଙ୍କଣୀ: ମୋଗ ଆସୁମ, ତୁଲୁ: ଇମ୍ବୁ (IMBU)।

ଅଣ-ଫିଚର ବର୍ଗ (Non-Feature Categories)

ଶ୍ରେଷ୍ଠ ଚଳଚ୍ଚିତ୍ର ସମୀକ୍ଷକ: ସଞ୍ଜୀବ ଶ୍ରୀବାସ୍ତବ (ହିନ୍ଦୀ)

ସିନେମା ଉପରେ ଶ୍ରେଷ୍ଠ ପୁସ୍ତକ: କେଞ୍ଚନୁରୁ ପ୍ରଦୀପ କୁମାର ଶେଟ୍ଟୀଙ୍କ ଦ୍ୱାରା ଲିଖିତ କନ୍ନଡ ପୁସ୍ତକ “ନାନ୍ନିରୁଭୁଦେ ନିମାଗାଗୀ…”

ଶ୍ରେଷ୍ଠ ନନ-ଫିଚର ଫିଲ୍ମ: ଭଙ୍ଗାର (ମରାଠୀ ଓ ଇଂରାଜୀ) – ପ୍ରଯୋଜକ ଓ ନିର୍ଦ୍ଦେଶକ: ସୁମିରା ରାୟ

ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ: ରାମ-ନାମୀ (ହିନ୍ଦୀ) – ନିର୍ଦ୍ଦେଶକ: ଭରତବାଲା ଗଣପତି

ଶ୍ରେଷ୍ଠ ନିର୍ଦ୍ଦେଶନା (ନନ-ଫିଚର): ଆନନ୍ଦ ଏଲ. ରାୟ (ଷ୍ଟାଚ୍ୟୁ ଅଫ୍ ୟୁନିଟି – ଏକତା କା ପ୍ରତୀକ)

ଶ୍ରେଷ୍ଠ ସର୍ଟ ଫିଲ୍ମ: ହମସଫର (ମରାଠୀ) – ନିର୍ଦ୍ଦେଶକ: ଅଭିଜିତ ଅରବିନ୍ଦ ଦଲଭୀ

ଶ୍ରେଷ୍ଠ ଆନିମେସନ୍ ଫିଲ୍ମ: ଟଚ୍ଡ ଆଜ୍ ୱାଟର (Silent) – ନିର୍ଦ୍ଦେଶକ: ଜୋଶୀ ବେନେଡିକ୍ଟ

Posted in Uncategorized.