ଦେଶରେ ପରୀକ୍ଷା ସଂସ୍କାର ପାଇଁ ଟେକ୍ନୋଲୋଜି ଏକ୍ସପର୍ଟ ନନ୍ଦନ ନିଲେକଣିଙ୍କ ନେତୃତ୍ୱରେ ଟାସ୍କ ଫୋର୍ସ ଗଠନ କଲେ କେନ୍ଦ୍ର ସରକାର,

ଦେଶରେ ପରୀକ୍ଷା ସଂସ୍କାର ପାଇଁ ଟେକ୍ନୋଲୋଜି ଏକ୍ସପର୍ଟ ନନ୍ଦନ ନିଲେକଣିଙ୍କ ନେତୃତ୍ୱରେ ଟାସ୍କ ଫୋର୍ସ ଗଠନ କଲେ କେନ୍ଦ୍ର ସରକାର,

ପ୍ରଶ୍ନପତ୍ର ଲିକ୍ ବିରୁଦ୍ଧରେ ଆନ୍ଦୋଳନ ତେଜିବା ପରେ ସରକାର ପୂରା ଆକ୍ସନ ମୋଡ଼କୁ ଆସିଛନ୍ତି । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସବୁ ଦାୟିତ୍ୱ ନିଜ ହାତକୁ ନେଇଛନ୍ତି । ପରୀକ୍ଷାକୁ ସ୍ୱଚ୍ଛ ଏବଂ ତ୍ରୁଟିଶୂନ୍ୟ କରିବା ପାଇଁ ତାଙ୍କ ସରକାରଙ୍କ ପ୍ରତିବଦ୍ଧତାକୁ ଲଗାତାର ଦୋହରାଇଛନ୍ତି । ଫାଷ୍ଟ ଟ୍ରାକ୍ କୋର୍ଟ, ୧୦ ବର୍ଷ ଜେଲ୍ ଦଣ୍ଡଠାରୁ ଆରମ୍ଭ କରି ୧୦ କୋଟି ଟଙ୍କା ଜରିମାନା ପ୍ରାବଧାନ ବ୍ୟବସ୍ଥା କରାଯାଉଛି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଏକ ସର୍ଟ ଭିଡିଓ ସେୟାର କରି ବଡ଼ ଘୋଷଣା କରିଛନ୍ତି ।

ଦେଶରେ ପରୀକ୍ଷା ସଂସ୍କାର ପାଇଁ ଟାସ୍କ ଫୋର୍ସ ଗଠନ କରିଛନ୍ତି ସରକାର । ପ୍ରଧାନମନ୍ତ୍ରୀ ମୋଦୀ ନିଜ ଭିଡିଓ କରି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, “ଫ୍ରେଣ୍ଡ୍ସ, ବିଦ୍ୟାର୍ଥୀଙ୍କ ଭବିଷ୍ୟତ ପାଇଁ ଭାରତ ସରକାର ଲଗାତାର ଅନେକ ପଦକ୍ଷେପ ନେଉଛନ୍ତି । ଯେଉଁ ଲୋକମାନେ ବିଦ୍ୟାର୍ଥୀଙ୍କ ଜୀବନ ସହ ଖେଳିଛନ୍ତି, ସେମାନେ ଜେଲ୍ ଭିତରେ ଅଛନ୍ତି । ଆମେ ଫାଷ୍ଟ ଟ୍ରାକ୍ କୋର୍ଟ କରିସାରିଛୁ, ପାର୍ଲାମେଣ୍ଟ ଭିତରେ ବି କଠୋର ଆଇନ ସହ ନୂଆ ଆଇନ ପ୍ରଣୟନ କରିବା ଦିଗରେ ଆଗକୁ ବଢୁଛୁ । କିନ୍ତୁ ଆମକୁ ଭବିଷ୍ୟତ ପାଇଁ ଚିନ୍ତା କରିବାର ଅଛି ।”ପ୍ରଧାନମନ୍ତ୍ରୀ କହିଛନ୍ତି, “ଆମ ପରୀକ୍ଷା ପଦ୍ଧତି ବିଶ୍ୱସ୍ତ ହେଉ, ଟ୍ରାନ୍ସପେରେଣ୍ଟ ହେଉ । ଆମ ପରୀକ୍ଷା ପଦ୍ଧତି ସର୍ବାଧିକ ଟେକ୍ନୋଲୋଜିର ବ୍ୟବହାର ହେଉ । ଏହି ସବୁକୁ ଦୃଷ୍ଟିରେ ରଖି ବିଶ୍ୱ ପ୍ରସିଦ୍ଧ ଟେକ୍ନୋଲୋଜି ଏକ୍ସପର୍ଟ ନନ୍ଦନ ନିଲେକଣିଙ୍କ ନେତୃତ୍ୱରେ ଏକ ହାଇ ପାୱାର ଟାସ୍କ ଫୋର୍ସ ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ଟାସ୍କ ଫୋର୍ସ ପରୀକ୍ଷା ସଂସ୍କାର ଉପରେ ଫୋକସ୍ କରିବ ଏବଂ ଭବିଷ୍ୟତ ପରୀକ୍ଷାଗୁଡ଼ିକ ପ୍ରତି ବିଶ୍ୱାସକୁ ସୁନିଶ୍ଚିତ କରିବା କାମ ଏହି ରିପୋର୍ଟ ଆଧାରରେ କରାଯିବ ।”

Posted in ରାଜ୍ୟ.