କେନ୍ଦ୍ରର ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କଲେ ପ୍ରହ୍ଲାଦ ଯୋଶୀ

କେନ୍ଦ୍ରର ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କଲେ ପ୍ରହ୍ଲାଦ ଯୋଶୀ

କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ରବିବାର ଶିକ୍ଷାମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱଗ୍ରହଣ ପରେ ଯୋଶୀ କହିଛନ୍ତି ଯେ ସେ ମନ୍ତ୍ରାଳୟର କାର୍ଯ୍ୟ ସମୀକ୍ଷା କରୁଛନ୍ତି ଓ ବିଭାଗ ସମ୍ପର୍କରେ ସୂଚନା ସଂଗ୍ରହ କରୁଛନ୍ତି। ସେ ଶିକ୍ଷା ମନ୍ତ୍ରାଳୟକୁ ତାଙ୍କ ଲାଗି ନୂଆ ବିଷୟ ବୋଲି କହିଛନ୍ତି। ଦାୟିତ୍ୱଗ୍ରହଣ ପରେ ସାମ୍ବାଦିକଙ୍କ ସହ କଥୋପକଥନରେ ଯୋଶୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି, ତେବେ ମନ୍ତ୍ରାଳୟ ସମ୍ପର୍କରେ ବିସ୍ତାରପୂର୍ବକ କିଛି କହିବା ପୂର୍ବରୁ ତାହାକୁ ବୁଝିବାକୁ କିଛି ସମୟ ଲାଗିବ ବୋଲି କହିଛନ୍ତି।

ଯୋଶୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋ ଉପରେ ଭରସା କରି ଏହି ମନ୍ତ୍ରାଳୟ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ଗତକାଲି ମୁଁ କର୍ଣ୍ଣାଟକରେ ଥିଲି ରାତିରେ ଦିଲ୍ଲୀ ପହଞ୍ଚିଛି ଓ ଆଜି ସକାଳେ ଦାୟିତ୍ୱ ଗ୍ରହଣ କରିଛି। ମୁଁ ଦାୟିତ୍ୱ ଗ୍ରହଣ କରିସାରିଛି ଏହି ବିଭାଗର ସମସ୍ତ ସୂଚନା ଓ ନିଆଯିବାକୁ ଥିବା ନିଷ୍ପତ୍ତି ସମୀକ୍ଷା କରୁଛି। ମୁଁ ସୂଚନା ଏକତ୍ର କରୁଛି ଓ ପୁରାମନ୍ତ୍ରାଳୟର କାମ ବୁଝିବାକୁ ଚେଷ୍ଟା କରୁଛି। ଆଜି ଆମର ଲଗାତାର ବୈଠକ ଚାଲିଛି। ଏହା ମୋ ଲାଗି ଏକ ନୂଆ ବିଷୟ ଏ ନେଇ ଅଧିକାରୀଙ୍କ ସହ ବିସ୍ତାର ପୂର୍ବକ ଆଲୋଚନା କରିଛି। ଏହା ଏକ ବହୁତ ବଡ଼ ବିଭାଗ, ଏଣୁ ଏହାକୁ ସମ୍ପୂର୍ଣ୍ଣ ବୁଝିବା ପରେ ହିଁ ଆପଣଙ୍କ ସହ ବିସ୍ତାର ପୂର୍ବକ କଥା ହୋଇ ପାରିବି।

ତେବେ ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଯୋଶୀ ଏକ୍ସ ରେ ଏକ ବାର୍ତ୍ତା ସେୟାର କରିଛନ୍ତି ଓ ଶିକ୍ଷାମନ୍ତ୍ରାଳୟ ଦାୟିତ୍ୱ ନ୍ୟସ୍ତ କରାଯାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସେ ଲେଖିଛନ୍ତି ଆଜି ମୁଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱଗ୍ରହଣ କରିଛି। ମୋ ଉପରେ ଭରସା କରିବା ଓ ଏହି ଦାୟିତ୍ୱ ଅର୍ପଣ କରାଯାଇଥିବାରୁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି କୃତଜ୍ଞ। ସେ କହିଛନ୍ତି ମୁଁ ଏହାକୁ ବିନମ୍ରତା ଓ କର୍ତ୍ତବ୍ୟର ଗଭୀର ଭାବନା ସହିତ ଗ୍ରହଣ କରୁଛି।

Posted in ରାଜ୍ୟ, ଦେଶ ବିଦେଶ.