ଭୁବନେଶ୍ୱର ବିମାନବନ୍ଦରରେ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ ଆଗମନ ପୂର୍ବରୁ ବିମାନବନ୍ଦର ବାହାରେ ବହୁ ସଂଖ୍ୟକ ବିଜେପି କର୍ମୀ ଓ ସମର୍ଥକ ଏକତ୍ରିତ ହୋଇଥିଲେ । ବିଜେପିର ବହୁ ବିଧାୟକ ଓ ବରିଷ୍ଠ ନେତାମାନେ ମଧ୍ୟ ସେଠାରେ ଉପସ୍ଥିତ ରହି ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ । ଧର୍ମେନ୍ଦ୍ର ପ୍ରଧାନ ବିମାନବନ୍ଦରରୁ ବାହାରିବା ସମୟରେ କର୍ମୀମାନେ ଜିନ୍ଦାବାଦ ସ୍ଲୋଗାନ ଦେବା ସହ ତାଙ୍କୁ ଫୁଲମାଳ ପିନ୍ଧାଇ ଅଭିନନ୍ଦନ ଜଣାଇଥିଲେ ।ବିମାନବନ୍ଦର ପରିସରରେ କିଛି ସମୟ ପାଇଁ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଏହି ଗସ୍ତକୁ ନେଇ ବିଜେପି କର୍ମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା । ଆଗାମୀ ବୈଠକ ଓ ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମରେ ସେ ଯୋଗଦେବାର କାର୍ଯ୍ୟସୂଚୀ ଥିବା ସୂଚନା ମିଳିଛି ।
ଅଧିକ ଖବର
-
ବନ୍ୟା ପ୍ରପୀଡ଼ିତଙ୍କୁ ଗୋଟିଏ ମାସର ଦରମା ଦେବେ ସବୁ ଦଳର ବିଧାୟକ,ଏହି ଟଙ୍କାରେ ଦିଆଯିବ ରିଲିଫ ସାମଗ୍ରୀ
July 28, 2026 -
ଛାତ୍ର ପ୍ରଦର୍ଶନରେ ସାମିଲ ଥିବା ପ୍ରତିବାଦକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି: ନିର୍ଦ୍ଦୋଷ ବ୍ୟକ୍ତି ଏବଂ ନାବାଳକଙ୍କୁ ତୁରନ୍ତ ମୁକ୍ତ କରିବାକୁ ଆଦେଶ ଦେଲେ ସୁପ୍ରିମକୋର୍ଟ
July 28, 2026 -
ମୁଁ ରାସ୍ତାରେ ସଂଗ୍ରାମ କରୁଥିବା ନେତା, ଏସି ରୁମରେ ବସୁଥିବା ଆକ୍ଟିଭିଷ୍ଟ ନୁହେଁ-ଧର୍ମେନ୍ଦ୍ର ପ୍ରଧାନ
July 27, 2026
