ରାଜ୍ୟରେ ବନ୍ୟା ସ୍ଥିତି ଧୀରେ ଧୀରେ ଉଗ୍ର ରୂପ ନେବାରେ ଲାଗିଛି। ଅବଶ୍ୟ ଏହାର ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ଜାରି ରହିଛି। ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଥିବା ବେଳେ, ସେମାନଙ୍କୁ ରନ୍ଧା ଖାଦ୍ୟ ସହ ଅନ୍ୟାନ୍ୟ ରିଲିଫ୍ ସାମଗ୍ରୀ ଯୋଗାଇଦିଆଯାଉଛି। ଏହି କ୍ରମରେ ପୁରୀ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ଗୁରୁବାର ପୁରୀ ଓସଓ୍ବାନ ଗୃହରେ ଭିଡିଓ କନଫରେନ୍ସ ମାଧ୍ୟମରେ ବନ୍ୟା ପ୍ରଭାବିତ ଆଶଙ୍କା ଥିବା ୧୧ଟି ବ୍ଲକର ବିଡିଓଙ୍କୁ ନେଇ ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ।
ମହାନଦୀରେ ଜଳ ପ୍ରଭାବିତ ହେଉଥିବା କଟକ ମୁଣ୍ଡଳୀ ଠାରେ ୧୨ ଲକ୍ଷରୁ ଉର୍ଦ୍ଧ୍ବ କ୍ୟୁସେକ ଜଳ ପ୍ରଭାବିତ ହେଉଛି। ଫଳରେ ରାତି ସୁଦ୍ଧା ପୁରୀ ଜିଲ୍ଲାରେ ଥିବା ପ୍ରଭାବିତ ଅଞ୍ଚଳ ଯେପରିକି ନିମାପଡ଼ା ବ୍ଲକର ଧନୁଆ, ଦେବୀ ନଦୀ, ରାଜୁଆ ନଦୀ ଏବଂ ପିପିଲି ଡେଲାଙ୍ଗ ବ୍ଲକରେ ପ୍ରଭାବିତ ହେଉଥିବା ଦୟାନଦୀର ପାଣି ରାତି ସୁଦ୍ଧା ବନ୍ଧ ଉପରକୁ ଜଳସ୍ତର ଉଠିପାରେ। ତେଣୁ ଏହାର ମୁକାବିଲା ପାଇଁ ପ୍ରତ୍ୟେକ ବ୍ଲକରେ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ବନ୍ଧ ଉପରକୁ ପାଣି ଉଠିବା ପୂର୍ବରୁ ଜଳସେଚନ ବିଭାଗ ପକ୍ଷରୁ ବାଲି ବସ୍ତା ବନ୍ଧ ଉପରେ ପକାଇବେ।ସେହଭଳି ପ୍ରତ୍ୟେକ ପଞ୍ଚାୟତର ପରିସ୍ଥିତି ବ୍ଲକର ପିଇଓମାନେ ଅନୁଧ୍ୟାନ କରି କଣ୍ଟ୍ରୋଲ ରୁମକୁ ରିପୋର୍ଟ ଦେବେ। ଅଗ୍ନିଶମ ବିଭାଗ ଓଡ୍ରାଫ ଟିମକୁ ନେଇ ପ୍ରଭାବିତ ଜାଗାରେ ସଜାଗ ହୋଇ ରହିବାକୁ ନିର୍ଦ୍ଧେଶ ଦେଇଛନ୍ତି ଜିଲ୍ଲାପାଳ। ସ୍ବାସ୍ଥ୍ୟ ବିଭାଗ ସହିତ ଅନ୍ୟାନ୍ୟ ସମସ୍ତ ବିଭାଗ ସଜାଗ ରହିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
