ବରିଷ୍ଠ ପୁଲିସ ଅଧିକାରୀ ବିନୟତୋଷ ମିଶ୍ରଙ୍କୁ ନୂଆ ନିଯୁକ୍ତି ମିଳିଛି। ୧୯୯୩ ବ୍ୟାଚ୍ର ଆଇପିଏସ୍ ଶ୍ରୀ ମିଶ୍ରଙ୍କୁ ଅନ୍ତରୀଣ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ହେବେ। କ୍ରାଇମବ୍ରାଞ୍ଚ ଡିଜି ଭାବରେ ଶ୍ରୀ ମିଶ୍ର ଏବେ ଅଛନ୍ତି । ସୂଚନା ଆନୁସାରେ ବିନୟତୋଷ ମିଶ୍ର ହେଉଛନ୍ତି ଜଣେ ଦକ୍ଷ ପୁଲିସ ଅଧିକାରୀ । ସେ ରାଜ୍ୟ ସରାକରଙ୍କ ଗୁରୁତ୍ବପୂର୍ଣ୍ଣ ପଦବିରେ ଅବସ୍ଥାପିତ ହୋଇ ନିଜର ଦକ୍ଷତା ଦେଖାଇଛନ୍ତି । ଅତୀତରେ ରାଜ୍ୟ ସରକାର ଶ୍ରୀ ମିଶ୍ରଙ୍କୁ ଅଗ୍ନିଶମ ସେବା, ହୋମଗାର୍ଡ ଏବଂ ସିଭିଲ ଡିଫେନ୍ସର ଡିଜି ଭାବେ ଅତିରିକ୍ତ ଦାୟିତ୍ବ ଦେଇଥିଲେ।
