୬ ଦଫା ଦାବି ନେଇ ବନ୍ଦ ଡାକରା ଦେଇଛି ନବନିର୍ମାଣ କୃଷକ ସଂଗଠନ

୬ ଦଫା ଦାବି ନେଇ ବନ୍ଦ ଡାକରା ଦେଇଛି ନବନିର୍ମାଣ କୃଷକ ସଂଗଠନ

ସେପ୍ଟେମ୍ବର ୩୦ (ବୁଧବାର) ନବନିର୍ମାଣ କୃଷକ ସଂଗଠନ ଓଡ଼ିଶା ବନ୍ଦ ଡାକରା ଦେଇଛି। ସେହିପରି ଅକ୍ଟୋବର ୮ ତାରିଖରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୧୨ ଘଣ୍ଟିଆ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି।୬ ଦଫା ଦାବି ନେଇ ବନ୍ଦ ଡାକରା ଦେଇଛି ନବନିର୍ମାଣ କୃଷକ ସଂଗଠନ । ନବନିର୍ମାଣ ଯୁବଛାତ୍ର ସଂଗଠନ ଓ କୃଷକ ସଂଗଠନର ପ୍ରତିଷ୍ଠାତା ଅକ୍ଷୟ କହିଛନ୍ତି ଯେ,ପିଲାମାନଙ୍କ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ୧୬୭୮ଟି ଭୁଲ୍ ରହିଛି। ଏହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ଵୀକାର କରିବା ସତ୍ତ୍ୱେ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି ଅକ୍ଷୟ ପ୍ରଶ୍ନ କରିଥିଲେ । ଶୀଘ୍ର ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବା ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରନ୍ତୁ,ଜନ ଆନ୍ଦୋଳନ ମାଧ୍ଯମରେ ସଡ଼କର ରାଜନୀତି ହିଁ ତାଙ୍କୁ ରାସ୍ତା ଦେଖାଇବ ବୋଲି ସେ ଚେତାବନୀ ଦେଇଛନ୍ତି।

ସେପଟେ ଖଣି ଓ ଖଣିଜ ( ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ଆଇନକୁ ବିରୋଧ,ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର ଏବଂ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ କଂଗ୍ରେସ ଆସନ୍ତା ୮ ତାରିଖରେ ବନ୍ଦ ଡାକରା ଦେଇଛି। ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଏହି ପ୍ରତିବାଦରେ ସାମିଲ ହେବା ସହ ସହଯୋଗ କରିବାକୁ‘ଇଣ୍ଡି ମେଣ୍ଟର ସମସ୍ତ ସହଯୋଗୀ ଦଳଗୁଡ଼ିକୁ ନିବେଦନ କରିଛନ୍ତି। ଖଣି ଆଇନ୍ ସଂଶୋଧନ ଆଇନ ଓଡ଼ିଶାର ସ୍ବାର୍ଥ ଓ ରାଜସ୍ବ ପାଇଁ କ୍ଷତିକାରକ ହୋଇଥିବାରୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ କଂଗ୍ରେସ ଦାବି କରିଛି।

ଏହି ବନ୍ଦ ଡାକରାରେ ଦୋକାନ ବଜାର,ବ୍ୟବସାୟିକ ପ୍ରତିଷ୍ଠାନ,ବେସରକାରୀ କାର୍ଯ୍ୟାଳୟ ଏବଂ ବସ୍ ସମେତ ସାଧାରଣ ପରିବହନ ସେବା ବନ୍ଦ ରହିବ। ହସ୍ପିଟାଲ,ଆମ୍ବୁଲାନ୍ସ,ଔଷଧ ଦୋକାନ,ଅଗ୍ନିଶମ ସେବା ଓ ଜରୁରୀକାଳୀନ ସେବା ଖୋଲା ରହିବ। ଜରୁରୀକାଳୀନ ସେବା ପ୍ରଭାବିତ ଆଶଙ୍କାରେ କଡା ନଜର ରଖିବାକୁ କୁହାଯାଇଛି। ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଗୃହ ବିଭାଗ ଚିଠିରେ ଉଲ୍ଲେଖ କରିଛି।

Posted in ରାଜ୍ୟ.