୫୬ ବର୍ଷ ଶାସନରେ ଥିବା ଦଳ ଗତ ଦୁଇଟା ନିର୍ବାଚନରେ ୫୬ ସିଟ୍‌ ପାଇଲାନାହିଁ- ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

୫୬ ବର୍ଷ ଶାସନରେ ଥିବା ଦଳ ଗତ ଦୁଇଟା ନିର୍ବାଚନରେ ୫୬ ସିଟ୍‌ ପାଇଲାନାହିଁ- ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

୫୬ ବର୍ଷ ଶାସନରେ ଥିବା ଦଳ ଗତ ଦୁଇଟା ନିର୍ବାଚନରେ ୫୬ ସିଟ୍‌ ପାଇଲାନାହିଁ । ବିରୋଧୀଙ୍କ କାମ ହେଲା ସରକାରଙ୍କୁ ସମାଲୋଚନା କରିବା ଏବଂ ଭୁଲ୍‌କୁ ଠିକ୍‌ କରିବା । କିନ୍ତୁ ଏଠି ବିରୋଧୀ ଦଳ ସବୁ ଭଲକୁ ବିରୋଧ କରୁଛନ୍ତି । ଏମିତି କିଛି କହି କଂଗ୍ରେସକୁ ଟାର୍ଗେଟ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ଆସନ୍ତା ୮ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ବିଜେପି । ଯାହାକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ରାଜ୍ୟ ବିଜେପି ସଭାପତି । ସେ କହିଛନ୍ତି ଯେ, ଭୁଲ କଥାକୁ ନେଇ ଜଣେ ଯଦି ଓଡିଶା ବନ୍ଦ କରିବ । ତେବେ ସାଧାରଣ ଲୋକ ତାଙ୍କ କଥାକୁ ବିଚାର କରିବେ । ସେମାନେ ଜିଏସଟିକୁ ବିରୋଧ କରୁଥିଲେ, ଏଵେ ମୁହଁ ଖୋଲୁନାହାନ୍ତି । ଆଉ କିଛି ଦିନ ବିତିଯାଉ, ଦେଖିବେ କହିବେ MMDR ଆଇନ ଠିକ୍‌ ଥିଲା । ବିରୋଧୀ ଦଳ କେଉଁ କାମକୁ ବିରୋଧ କରିବ ବୋଧେ ଜାଣିପାରୁନାହାନ୍ତି । ସବୁ ଭଲ କାମକୁ ବି ବିରୋଧ କରୁଛନ୍ତି ବିରୋଧୀ । ସେଥିପାଇଁ ତ ଦେଶରେ ୫୬ ବର୍ଷ ଶାସନ କରିଥିବା ଦଳ ଗତ ଦୁଇଟା ନିର୍ବାଚନରେ ୫୬ଟା ସିଟ୍‌ ପାଇଲାନାହିଁ ।ସେହିପରି ସେମାନେ ଭାବୁଛନ୍ତି ତିନିତୁଣ୍ଡରେ ଛେଳି କୁକୁର କରିବେ, ସେଥିରେ ନିଶ୍ଚୟ ବିଫଳ ହେବେ । ସିଏଜି ରିପୋର୍ଟ ଯେଉଁ କେଳେଙ୍କାରୀ ହୋଇଛି ସବୁ ଲୋକ ଲୋଚନକୁ ଆସିବ । ସେମାନେ ବିରୋଧ ନାଁରେ ବିରୋଧ କରୁଛନ୍ତି । ସେଇମାନେ ହିଁ ଆଉ କିଛି ଦିନ ପରେ କହିବେ ଆଇନ ଠିକ ଥିଲା । ଗଣତନ୍ତ୍ରରେ ଅଧିକାର ଅଛି ବନ୍ଦ କରନ୍ତୁ । ଭୁଲ କଥାକୁ ନେଇ ଜଣେ ବନ୍ଦ କରିବ ସାଧାରଣ ଲୋକ ବିଚାର କରିବ ।

Posted in ରାଜ୍ୟ, ରାଜନୀତି.