ସରିଛି ଛାତ୍ର ସଂସଦ ନିର୍ବାଚନ , କେଉଁଠି କିଏ ଜିତିଲେ

ସରିଛି ଛାତ୍ର ସଂସଦ ନିର୍ବାଚନ , କେଉଁଠି କିଏ ଜିତିଲେ

ସରିଛି ଛାତ୍ର ସଂସଦ ନିର୍ବାଚନ । ଆଜି ପ୍ରକାଶ ପାଉଛି ଗୋଟିଏ ପରେ ଗୋଟିଏ କଲେଜର ନିର୍ବାଚନ ରେଜଲ୍ଟ । କ୍ୟାମ୍ପସକୁ ମିଳିଛନ୍ତି ନୂଆ ନେତା । କାଁଭାଁ ହିଂସାକାଣ୍ଡକୁ ଛାଡ଼ି ଦେଲେ ଶାନ୍ତିଶୃଙ୍ଖଳାର ସହ ଛାତ୍ର ସଂସଦ ନିର୍ବାଚନ ସରିଛି । ୮ବର୍ଷ ପରେ ନିର୍ବାଚନ ପାଇଁ ଆଜି ବିଭିନ୍ନ କ୍ୟାମ୍ପସ ହୋଇଥିଲା ସରଗରମ । ଉତ୍ସାହର ସହ ଆସି ଭୋଟ ଦେଇଥିଲେ ଛାତ୍ରଛାତ୍ରୀ । ବାଲାଟ ବକ୍ସ ଖୋଲାଯାଇ ଭୋଟ ଗଣତି ପରେ ଫଳାଫଳ ଘୋଷଣା ହୋଇଛି ।

ନିର୍ବାଚନ ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସ । ଛାତ୍ର ସଂସଦର ବିଭିନ୍ନ ପଦପଦବୀ ନିର୍ବାଚନ ପାଇଁ ବେଶ ଉତ୍ସାହର ସହ ଆସି ଭୋଟ ଦେଇଥିଲେ ଛାତ୍ରଛାତ୍ରୀ । ୬ ହଜାର ୮୯୧ ପ୍ରାର୍ଥୀଙ୍କର ହୋଇଥିଲା ଭାଗ୍ୟ ପରୀକ୍ଷା ।

ଆଜି ସକାଳ ୮ଟାରୁ ଆରମ୍ଭ ହୋଇଥିଲା ଭୋଟିଂ। ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଚାଲିଥିଲା ମତଦାନ। ଏହା ପରେ କଡ଼ା ସୁରକ୍ଷାରେ ଭୋଟ ଗଣତି କରାଯାଇଥିଲା । ଭୋଟିଂ ପାଇଁ ଉତ୍କଳ ବିଶ୍ବବିଦ୍ୟାଳୟ, ରମାଦେବୀ ବିଶ୍ବବିଦ୍ୟାଳୟ, ରେଭେନସା ବିଶ୍ବବିଦ୍ୟାଳୟ ସମେତ ରାଜ୍ୟର ପ୍ରମୁଖ ୟୁନିଭରସିଟି ଓ କଲେଜ ରେଜଲ୍ଟ ଉପରେ ସମସ୍ତଙ୍କର ସ୍ବତନ୍ତ୍ର ନଜର ରହିଛି।

କେଉଁଠି କିଏ ଜିତିଲେ :
– ରମାଦେବୀ ବିଶ୍ୱ ବିଦ୍ୟାଳୟରେ BCJD ପ୍ରାର୍ଥୀ ସୋନାଲୀ ବେହେରା ସଭାପତି ଭାବେ ବିଜୟୀ

–ବିଜେବି କଲେଜରେ ସଭାପତି ପଦ ହାସଲ କଲେ ଆର୍ଯ୍ୟନ ମହାପାତ୍ର

-ରାଜଧାନୀ କଲେଜରେ ସଭାପତି ପଦ ହାସଲ କଲେ ଅବିନାଶ ପାଢ଼ୀ

– ଶୈଳବାଳା ମହାବିଦ୍ୟାଳୟରେ ସ୍ବାଧୀନ ପ୍ରାର୍ଥୀ ପାରମିତା ନାୟକ ସଭାପତି
– ଖ୍ରୀଷ୍ଟ କଲେଜରେ ସ୍ବାଧୀନ ପ୍ରାର୍ଥୀ ଦୀପକ ମୁଣ୍ଡା ସଭାପତି ଭାବେ ବିଜୟୀ ହୋଇଛନ୍ତି
– ନୟାଗଡ଼ ଜିଲ୍ଲା ଦଶପଲ୍ଲା ବୃନ୍ଦାବନ ସୁବୁଦ୍ଧି ଡିଗ୍ରି ମହାବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ବିଜୟୀ ହୋଇଛି । ସଭାପତି, ଉପସଭାପତି, ସାଧାରଣ ସମ୍ପାଦକ ପଦବିରେ ବିସେଜିଡି ବିଜୟୀ ହୋଇଛି ।

-ଝାରସୁଗୁଡା ପିକେଏସଏସ କଲେଜରେ ବିସିଜେଡି ବିଜୟୀ ହୋଇଛି। -ଭୁବନେଶ୍ବର କମଳା ନେହରୁ ମହିଳା ମହାବିଦ୍ୟାଳୟ ବିସିଜେଡି ବିଜୟୀ ହୋଇଛି। -ଭଦ୍ରକ ଜିଲ୍ଲା ବାସୁଦେବପୁର କଲେଜ, ଜୟପାଟଣା ଇନ୍ଦ୍ରାବତୀ କଲେଜ ଏବଂ ନୂଆପଡ଼ା ଜିଲ୍ଲା ଖଡିଆଳ ମଡେଲ କଲେଜ୍‌ରେ ବିସିଜେଡି ପ୍ରାର୍ଥୀଙ୍କ ବିଜୟ ହୋଇଛି।
– ମାର୍ଶାଘାଇ, ଅନ୍ତେଇ କଲେଜରେ ଏବିଭିପି ପ୍ରାର୍ଥୀଙ୍କ ବିଜୟ ।
-କେନ୍ଦ୍ରାପଡ଼ା ବିଜୁ ପଟ୍ଟନାୟକ କଲେଜ, କଟକ କଲେଜ, କିଶୋର ନଗର ଡିଗ୍ରି କଲେଜ୍‌ରେ ଏବିଭିପି ବିଜୟ ହାସଲ କରିଛି।
– ଅନୁଗୋଳ ମହିଳା ମହାବିଦ୍ୟାଳୟରେ ଏବିଭିପି ପ୍ରାର୍ଥୀ ଆକାଂକ୍ଷା ପ୍ରଧାନ ସଭାପତି ପଦରେ ବିଜୟୀ ହୋଇଛନ୍ତି । ଏଠାରେ ସିମରନ ସାହୁ ଉପସଭାପତି ହୋଇଛନ୍ତି।
– ବିଜେବି କଲେଜରେ ଆର୍ଯ୍ୟନ ମହାପାତ୍ର ସଭାପତି ପଦ ହାସଲ କରିଛନ୍ତି ।
– ରାଜଧାନୀ କଲେଜରେ ଅବିନାଶ ପାଢ଼ୀ ସଭାପତି ପଦ ହାସଲ କରିଛନ୍ତି ।
– ଜିଏମ୍‌ୟୁରେ ସଭାପତି ପଦ ଜିତିଲା ଏବିଭିପି ।
– ସମ୍ବଲପୁରରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ସଭାପତିଙ୍କ ସମେତ ଏବିଭିପିର ବୃହତ ବିଜୟ।
– ବ୍ରହ୍ମପୁରରେ ସଭାପତି ପଦ ହାତେଇଲା ଏବିଭିପି ।

-ଦଶପଲ୍ଲା ବୃନ୍ଦାବନ ସୁବୁଦ୍ଧି ଡିଗ୍ରୀ ମହାବିଦ୍ୟାଳୟରେ BCJD ବିଜୟୀ
-ଝାରସୁଗୁଡା ପିକେଏସଏସ କଲେଜରେ BCJD ବିଜୟୀ
-କମଳା ନେହରୁ ମହିଳା ମହାବିଦ୍ୟାଳୟ BCJD ବିଜୟୀ
-ବାସୁଦେବପୁର କଲେଜ, ଜୟପାଟଣା ଇନ୍ଦ୍ରାବତୀ କଲେଜରେ BCJD ବିଜୟୀ
-ଖଡିଆଳ ମଡେଲ କଲେଜ୍‌ରେ BCJD ପ୍ରାର୍ଥୀଙ୍କ ବିଜୟ
-ନିଆଳି କଲେଜ୍‌ରେ ବାଜିମାରିଲା BCJD
-କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କଲେଜ୍‌ରେ BCJD ପ୍ରାର୍ଥୀ ବିଜୟୀ
-ବେଲପଡ଼ା, ପାଟଣେଶ୍ବରୀ ମହିଳା ମହାବିଦ୍ୟାଳୟରେ BCJD ବିଜୟୀ
-ପଟ୍ଟାମୁଣ୍ଡାଇର ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ BCJD ବିଜୟୀ
-ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟରେ ବାଜି ମାରିଲା BCJD
-ବୀରମହାରାଜପୁର କଲେଜ୍‌ରେ BCJD ବିଜୟୀ
-କାମାକ୍ଷାନଗର ଡିଗ୍ରୀ କଲେଜରେ BCJD ବିଜୟୀ
-ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ BCJD ବିଜୟୀ
-ଦିଗପହଣ୍ଡି ବିଶ୍ବସରାୟ ବିଜ୍ଞାନ ମହାବିଦ୍ୟାଳୟରେ BCJD ବିଜୟୀ
-ବାଳକାଟି ପ୍ରତାପ ଶାସନ ଡିଗ୍ରୀ କଲେଜରେ BCJD ବିଜୟୀ
-ଜଗତସିଂପୁର ତିର୍ତ୍ତୋଲ କଲେଜରେ BCJD ବିଜୟୀ
-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ABVP ପ୍ରାର୍ଥୀ ବୃହତ୍ ବିଜୟ
ସଭାପତି ଭାବେ ABVP ପ୍ରାର୍ଥୀ କୀର୍ତ୍ତିବନ୍ତ ରଣା ବିଜୟୀ
ଯାଜପୁର ନୂଆହାଟ ବିଷ୍ଣୁ ସାମନ୍ତରାୟ କଲେଜ୍‌ରେ ABVP ବିଜୟୀ
ପ୍ରତ୍ୟେକ ଆସନରେ ବାଜିମାତ୍ କଲେ ABVP ପ୍ରାର୍ଥୀ
ତାଳଚେର କଲେଜରେ ସବୁ ପଦରେ ABVPର ବାଜିମାତ୍
ନରସିଂହପୁରର କାନପୁର କଲେଜରେ ABVP ବିଜୟୀ
ଅନୁଗୋଳ ମହିଳା ମହାବିଦ୍ୟାଳୟରେ ABVP ପ୍ରାର୍ଥୀ ବିଜୟୀ
ଅନୁଗୋଳ ମହିଳା କଲେଜରେ ଅକାଂକ୍ଷା ପ୍ରଧାନ- ସଭାପତି
ଅନୁଗୋଳ ମହିଳା କଲେଜରେ ପ୍ରୀତିସ୍ମିତା ନାୟକ-ସମ୍ପାଦକ
ଶୁଳିଆପଦା ଡିଗ୍ରୀ କଲେଜରେ AVBPର ସମୀର ବେହେରା ସଭାପତି
-ଆଗଲପୁର ରୋତ କଲେଜ୍‌ରେ ABVP ପ୍ରାର୍ଥୀ ବିଜୟୀ
-ପରଜଙ୍ଗ ଡିଗ୍ରୀ ମହାବିଦ୍ୟାଳୟରେ ABVP ବିଜୟୀ
-ଯୋରନ୍ଦା ମହିମା ମହାବିଦ୍ୟାଳୟରେ ABVP ବିଜୟୀ
-କେନ୍ଦୁଝର ମହିଳା ମହାବିଦ୍ୟାଳୟରେ ABVP ବିଜୟୀ
-କୁଚିଣ୍ଡା ଡିଗ୍ରୀ ମହାବିଦ୍ୟାଳୟ ସଭାପତି ପଦରେ ABVP ବିଜୟୀ
-ବାସୁଦେବ ଗୋଦାବରୀ ଡିଗ୍ରୀ ମହାବିଦ୍ୟାଳୟରେ ABVP ପ୍ରାର୍ଥୀ ବିଜୟୀ

-କଟକ କଲେଜ, କିଶୋର ନଗର ଡିଗ୍ରୀ କଲେଜ୍‌ରେ ABVPର ବିଜୟ
-ଧାମନଗର ମହାବିଦ୍ୟାଳୟରେ ABVPର ବିଜୟ
-ବଲାଙ୍ଗିର ସରକାରୀ ମହାବିଦ୍ୟାଳୟରେ ABVP ବିଜୟୀ
-ପାରାଦୀପ କଲେଜରେ ସଭାପତି ପଦରେ ABVP ବିଜୟୀ
-କୋଟପାଡ ମହାବିଦ୍ୟାଳୟରେ ABVP ବିଜୟୀ

– କେନ୍ଦ୍ରାପଡ଼ା ମାର୍ଶାଘାଇ, ଅନ୍ତେଇ କଲେଜରେ ABVP ପ୍ରାର୍ଥୀଙ୍କ ବିଜୟ

-କେନ୍ଦ୍ରାପଡ଼ା ବିଜୁ ପଟ୍ଟନାୟକ କଲେଜରେ ABVPର ବିଜୟ
-ଅନୁଗୁଳ ମହିଳା କଲେଜରେ ABVP ପ୍ରାର୍ଥୀଙ୍କ ବିଜୟ
-କଟକ କଲେଜ, କିଶୋର ନଗର ଡିଗ୍ରୀ କଲେଜ୍‌ରେ ABVPର ବିଜୟ

-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ABVP ପ୍ରାର୍ଥୀ ବୃହତ୍ ବିଜୟ । ସଭାପତି ଭାବେ ABVP ପ୍ରାର୍ଥୀ କୀର୍ତ୍ତିବନ୍ତ ରଣା ବିଜୟୀ ।
-ଯାଜପୁର ନୂଆହାଟ ବିଷ୍ଣୁ ସାମନ୍ତରାୟ କଲେଜ୍‌ରେ ABVP ବିଜୟୀ । ପ୍ରତ୍ୟେକ ଆସନରେ ବାଜିମାତ୍ କଲେ ABVP ପ୍ରାର୍ଥୀ ।
– ତାଳଚେର କଲେଜରେ ସବୁ ପଦରେ ABVPର ବାଜିମାତ୍
– ନରସିଂହପୁରର କାନପୁର କଲେଜରେ ABVP ବିଜୟୀ
– ଅନୁଗୋଳ ମହିଳା ମହାବିଦ୍ୟାଳୟରେ ABVP ପ୍ରାର୍ଥୀ ବିଜୟୀ । ଅନୁଗୋଳ ମହିଳା କଲେଜରେ ଅକାଂକ୍ଷା ପ୍ରଧାନ- ସଭାପତି । ଅନୁଗୋଳ ମହିଳା କଲେଜରେ ପ୍ରୀତିସ୍ମିତା ନାୟକ-ସମ୍ପାଦକ ।
– ଶୁଳିଆପଦା ଡିଗ୍ରୀ କଲେଜରେ AVBPର ସମୀର ବେହେରା ସଭାପତି

Posted in ରାଜ୍ୟ.